Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍ ଅଧିବେଶନ: ଜାନୁଆରୀ ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍
  • ||
  • IPL 2022: ନିଜ ଟିମ୍‌ର ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି, ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

କରୋନା ମୁକାବିଲା ପାଇଁ କଏଦୀଙ୍କୁ ମୁକ୍ତି : ସାମାଜିକ ଦୂରତାକୁ ଫୋକସ୍‌, ରାଜ୍ୟରେ ମୁକୁଳିଲେ ୨୯୬୩ କଏଦୀ

11/04/2020 at 10:24 AM

ଭୁବନେଶ୍ୱର ୧୧।୦୪: କରୋନା ଯୋଗୁ ସାରା ବିଶ୍ୱ ଏବେ ସଙ୍କଟରେ । ଏହି ମହାମାରୀରୁ ବର୍ତ୍ତିବାକୁ ସବୁଠି ସାମାଜିକ ଦୂରତାକୁ ଫୋକସ୍‌ ଦିଆଯାଉଛି । ସଂକ୍ରମଣକୁ ରୋକିବା ପାଇଁ ଜେଲ୍‌ ବିଭାଗ ପକ୍ଷରୁ ମଧ୍ୟ ପ୍ରୟାସ ଚାଲିଛି । ଜେଲ୍‌ଗୁଡି଼କୁ ସଫାସୁତରା ରଖାଯାଉଛି । କୋଠରୀ ମଧ୍ୟରେ ରହୁଥିବା କଏଦୀଙ୍କ ମଧ୍ୟରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଉଛି ।ଜେଲ୍‌ରେ କରୋନା ସଂକ୍ରମଣର ଭୟ ଥିବାରୁ କଏଦୀ ସ୍ଥାନାନ୍ତର ସହ ସଂଖ୍ୟା କମାଇବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦେଇଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବିଭିନ୍ନ ଜେଲ୍‌ରେ ଏହା କାର୍ଯ୍ୟକାରୀ ହୋଇଛି। ଓଡ଼ିଶାରେ ବିଭିନ୍ନ ବର୍ତ୍ତମାନ ସୁଦ୍ଧା ୨୯୬୩ ଜଣ କଏଦୀଙ୍କୁ ସ୍ୱତନ୍ତ୍ର କ୍ଷମା କରି ଛାଡ଼ି ଦିଆଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

କରୋନା ଡରରେ ଇଟାଲୀ ସହ ଅନ୍ୟ ଦେଶରେ ଥିବା ଜେଲ୍‌ରୁ କଏଦୀମାନଙ୍କୁ ମୁକ୍ତ କରାଯାଉଛି । ଏନେଇ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ୭ ବର୍ଷ ମଧ୍ୟରେ ସଜ୍ଜା କାଟୁଥିବା କଏଦୀଙ୍କ କ୍ଷେତ୍ରରେ ସ୍ୱତନ୍ତ୍ର ବିଚାର କରି ତାଙ୍କ ସଜ୍ଜା କମାଇ ଛଡ଼ାଯାଇପାରିବ । ଜେଲ୍‌ ବିଭାଗ ସୂଚନା ମୁତାବକ, ଗତ ମାର୍ଚ୍ଚ ୨୦ ତାରିଖରୁ ଗତକାଲି ସୁଦ୍ଧା ପାଖାପାଖି ୨୯୬୩ଜଣ କଏଦୀଙ୍କୁ ଛଡାଯାଇସାରିଛି । ଏଥିରୁ ୨୬୬୧ ଜଣ ବିଚାରଧୀନ କଏଦୀଙ୍କୁ ବିଭିନ୍ନ ଅଦାଲତଙ୍କ ପକ୍ଷରୁ ଜାମିନ୍‌ ଦିଆଯାଇଛି । ସେହିପରି ପାରୋଲରେ ୯ଜଣ କଏଦୀଙ୍କୁ ଛଡ଼ାଯାଇଛି । ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟବର୍ତ୍ତୀକାଳୀନ ଜାମିନ୍‌ , ସ୍ୱତନ୍ତ୍ର କ୍ଷମା ଭଳି ଅନ୍ୟାନ୍ୟ କ୍ଷେତ୍ରରେ ସଜ୍ଜା କାଟୁଥିବା ୨୯୩ଜଣ ଏହି ତାଲିକାରେ ଅଛନ୍ତି ।

ଏହାଛଡ଼ା ଯେଉଁ ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ ରହୁଛନ୍ତି, ସେମାନଙ୍କୁ ଅନ୍ୟ ଜେଲ୍‌କୁ ସ୍ଥାନାନ୍ତରିତ କରାଯାଉଛି । କଏଦୀଙ୍କୁ ଭିଡ଼ିଓ କନଫରେନ୍ସି ମାଧ୍ୟମରେ କୋର୍ଟରେ ହାଜର କରିବାକୁ ଯଥା ସମ୍ଭବ ଚେଷ୍ଟା ହେଉଛି । ଜେଲ୍‌ ଭିତରେ ପାଇଖାନା, ରୋଷେଇ ଘର, ଓ ଚଟାଣକୁ ବିଶୋଧନ କରିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ସୂଚନାଯୋଗ୍ୟ, ବର୍ତ୍ତମାନ ରାଜ୍ୟର ସମସ୍ତ ଜେଲ୍‌ରେ ସର୍ବମୋଟ ୧୭ ହଜାର ୫୧୯ ଜଣ କଏଦୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୩ ହଜାର ୭୫୩ ଜଣ ଦୋଷୀ ଓ ୧୩ ହଜାର ୭୬୬ ଜଣ ବିଚାରଧୀନ କଏଦୀ ଅଛନ୍ତି ।

   Related Posts