୨୬ ବର୍ଷରେ ୨୫ କୋଟି ଟଙ୍କାର ମାଲିକ, ବ୍ୟବସାୟ କି ଚାକିରି ନୁହେଁ ବରଂ ତାସ୍‌ ଖେଳି ହେଲେ କୋଟିପତି

Published By : Prameya-News7 Bureau | November 21, 2021 IST

ନୂଆଦିଲ୍ଲୀ ୨୧/୧୧ : ମାତ୍ର ୨୬ ବର୍ଷ ବୟସରେ କମେଇଲେ ୨୫ କୋଟି ଟଙ୍କା। ଏହା କୌଣସି ଚାକିରିରୁ ନୁହେଁ ବରଂ ତାସ ଖେଳି ଯୁବକ ମାଲାମାଲ ହୋଇଛନ୍ତି। ପାକିସ୍ତାନର ଜଣେ ୨୬ ବର୍ଷିୟ ଯୁବକ ଏକା ସହ ଜିତିଛନ୍ତି ୨.୫ ମିଲିୟନ ପାଉଣ୍ଡ ( ପାଖାପାଖି ୨୫ କୋଟି ଟଙ୍କା) । ସେ ଲ୍ୟାଣ୍ଡ ରୋଭର ଓ ଜାଗୁଆର କାର କମ୍ପାନୀରେ ଆର୍ଥିକ ବିଶ୍ଳେଷକ ଭାବେ କାମ କରନ୍ତି। କିନ୍ତୁ ଚାକିରିରୁ ନୁହେଁ ତାସ୍‌ ଖେଳି ସେ ଏତେ ଟଙ୍କାର ମାଲିକ ହୋଇଛନ୍ତି।

ଯୁବକଙ୍କ ନାଁ ଜ୍ୟାକ ଓଲିବର ହୋଇଥିବା ବେଳେ ସେ ପୋକର ଟୁର୍ଣ୍ଣାମେଣ୍ଟ ରେ ତାସ ଖେଳି ଏହି ଟଙ୍କା ଜିତିଛନ୍ତି । ତାଙ୍କ ଖେଳ ଦେଖିବା ପାଇଁ ଜ୍ୟାକ୍‌ଙ୍କ ଗର୍ଲଫ୍ରେଣ୍ଡ ମଧ୍ୟ ତାଙ୍କୁ ଉତ୍ସାହିତ କରିବା ପାଇଁ ଆସିଥିଲେ। ଜ୍ୟାକ୍‌ ଟୁର୍ଣ୍ଣାମେଣ୍ଟ ଜିତିବା ପରେ କହିଛନ୍ତି ଯେ ବହୁତ ଭଲ ଖେଳିଛନ୍ତି। ଏହା ତାଙ୍କ ପାଇଁ ଗୁରୁତ୍ବ ରଖେ। ଏହା ସହ ସେ ଆହୁରି କହିଛନ୍ତି, ଏହି ଟଙ୍କା ନିଶ୍ଚିତ ରୂପେ ଜୀବନ ବଦଳାଇବା ପାଇଁ ସହାୟକ କିନ୍ତୁ ଟଙ୍କା ତାଙ୍କ ଜୀବନରେ କିଛି ଗୁରଚତ୍ବ ରଖେନାହିଁ । ସେ ଏହି ପୋକର ଟୁର୍ଣ୍ଣାମେଣ୍ଟରେ ସୁନ୍ଦର ଖେଳ ପ୍ରଦର୍ଶନ କରି ତୃତୀୟ ସ୍ଥାନ ହାସଲ କରିଛନ୍ତି । ଦ ମିରରରେ ପ୍ରକାଶିତ ଖବରରେ ଏନେଇ ଜଣାପଡ଼ିଛି। ଜ୍ୟାକ୍‌ କହିଛନ୍ତି, ମୁଁ ପୋକର ଖେଳିବାକୁ ବହୁତ ଭଲ ପାଏ ,ଆଗକୁ ମଧ୍ୟ ଏହି ଖେଳ ଜାରି ରଖିବି । ଆସନ୍ତା ବର୍ଷ ଆହୁରି ଅଧିକ ଖେଳିବେ ବୋଲି ଜ୍ୟାକ୍‌ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ଏବେ ଜ୍ୟାକ୍‌ ଇଂଲଣ୍ଡର ହଟଫୋର୍ଡସାୟରରେ ରହୁଛନ୍ତି। ସେ ବିଜନେସ୍‌ ମ୍ୟାନେଜମେଣ୍ଟରେ ଡିଗ୍ରି ପାଇବା ପରେ ପୋକର୍ ଖେଳ ପ୍ରେମରେ ପଡ଼ିଯାଇଥିଲେ । ପୋକର ଖେଳରେ ସେ ସର୍ବାଧିକ ୨୦,୦୦୦ ପାଉଣ୍ଡ ପୁରସ୍କାର ପାଇଥିଲେ। ପୂର୍ବ ପାଞ୍ଚ ବର୍ଷରେ ସେ ପୋକର ଖେଳି ସର୍ବ ମୋଟ ୮୭,୦୦୦ ପାଉଣ୍ଡ ଜିତିଥିଲେ । ଏଥର ସେ ଅଂଶଗ୍ରହଣ କରିଥିବା ଟୁର୍ଣ୍ଣାମେଣ୍ଟରେ ୬,୬୫୦ ଜଣ ଖେଳାଳି ଭାଗ ନେଇଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ଖେଳ ଆରମ୍ଭ କରିବା ପାଇଁ ସମାନ ସଂଖ୍ୟକ ଚିପ୍ସ ସମସ୍ତ ଖେଳାଳିଙ୍କୁ ଦିଆ ଯାଇଥାଏ। ୭୭,୩୦୦,୦୦୦ ଚିପ୍ସ ସହିତ ଜ୍ୟାକ୍‌ ଖେଳର ଅନ୍ତିମ ପର୍ଯ୍ୟାୟରେ ପ୍ରବେଶ କରିଥିଲେ।

{"id":547831,"width":508,"height":284,"sizeSlug":"full","linkDestination":"none"}

ଆମେରିକାର ଜୋର୍ଜ ହୋମ୍ସ ତାଙ୍କ ଠାରୁ ଭଲ ଖେଳିଥିବା ବେଳେ ଜର୍ମାନୀର ୩୧ ବର୍ଷୀୟ କୋରେ ଏଲ୍ଡୋମିର ଜୋର୍ଜ ହୋମ୍ସଙ୍କ ଠାରୁ ଭଲ ଖେଳ ପ୍ରଦର୍ଶନ କରିଥିଲେ। ଏହି ପୋକର ଟୁର୍ଣ୍ଣାମେଣ୍ଟରେ କୋରେ ଏଲ୍ଡୋମିର ପ୍ରଥମ ସ୍ଥାନ ଅଧିକାର କରିବାରୁ ତାଙ୍କୁ ୬ ମିଲିୟନ ପାଉଣ୍ଡ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଏହା ପରେ ଜୋର୍ଜ ହୋମ୍ସ ଦ୍ୱିତୀୟ ଓ ଜ୍ୟାକ୍‌ ତୃତୀୟ ସ୍ଥାନ ଅଧୀକାର କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.