୨୮ରେ ବିଧାନସଭା ଅଧିବେଶନ, ତାପୂର୍ବରୁ ପଞ୍ଜାବର ୨୩ ମନ୍ତ୍ରୀ ଓ ବିଧାୟକ କରୋନା ସଂକ୍ରମିତ

Published By : Prameya-News7 Bureau | August 27, 2020 IST

ଚଣ୍ଡିଗଡ଼ ୨୭।୦୮: ସାରା ଦେଶରେ କରୋନା ସ୍ଥିତି ସାଙ୍ଘାତିକ ରହିଛି । ପ୍ରତିଦିନ ହଜାର ହଜାର ସଂଖ୍ୟାରେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ପଞ୍ଜାବରେ ୨୩ଜଣ ବିଧାୟକ ଓ ମନ୍ତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କହିଛନ୍ତି ଯେ, ଆସନ୍ତା ଅଗଷ୍ଟ ୨୮ରୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି । କିନ୍ତୁ ଏହାର ଦୁଇ ଦିନ ପୂର୍ବରୁ ରାଜ୍ୟର ୨୩ ମନ୍ତ୍ରୀ ଓ ବିଧାୟକ କରୋନା ସଂକ୍ରମିତ ହୋଇଛନ୍ତି । କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଏନେଇ ଭିଡିଓ କନ୍‌ଫରେନ୍ସି ଜରିଆରେ ହୋଇଥିବା ବୈଠକରେ ସୂଚନା ଦେଇଛନ୍ତି । ସେହିପରି ବୈଠକରେ ବର୍ତ୍ତମାନରେ ପରିସ୍ଥିତିକୁ ଦେଖି ଜେଇଇ-ନିଟ୍‌ ପରୀକ୍ଷା ସ୍ଥଗିତ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଆସନ୍ତା ୨୮ତାରିଖରେ ପଞ୍ଜାବ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହାପୂର୍ବରୁ କିଛି ବିଧାୟକଙ୍କ ଓ ମନ୍ତ୍ରୀଙ୍କ କୋଭିଡ଼ ଟେଷ୍ଟ କରାଯାଇଛି । ସେମାନଙ୍କ ମଧ୍ୟରୁ ୨୩ଜଣ ମନ୍ତ୍ରୀ ଓ ବିଧାୟକ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କେଉଁ କେଉଁ ବିଧାୟକ ଓ ମନ୍ତ୍ରୀ ସଂକ୍ରମିତ ହୋଇଛନ୍ତି । ତାହା ସ୍ପଷ୍ଟ ହୋଇନାହିଁ । ବିଧାୟକ ଓ ମନ୍ତ୍ରୀମାନେ ଯଦି କରୋନାରେ ସଂକ୍ରମିତ ହେଉଛନ୍ତି । ତେବେ ଏଥିରୁ ଅନୁମାନ କରିପାରିବା ଯେ, ଦେଶରେ ମୂଳଦୂଆ କିପରି ପ୍ରବାହିତ ହୋଇଛି । ତେଣୁ ଏଭଳି ପରିସ୍ଥିତିରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଜେଇଇ ଓ ନିଟ୍‌ ପରୀକ୍ଷା କରିବା ଅସମ୍ଭବ । ଏଭଳି ସ୍ଥିତିରେ ପରୀକ୍ଷା ବାତିଲ କରିବା ଦରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.