ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ଼ : ଭୁଲିଗଲା ସଂପର୍କ, ମଦ୍ୟପ ବାପାର କଟୁରୀ ଚୋଟରେ ପୁଅ ମୃତ
  • ||
  • ଗଞ୍ଜାମ: ତାରାତାରିଣୀଙ୍କ ପୀଠରେ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||
  • ପୁରୀ : ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା, ଚକ ନିର୍ମାଣରେ ବ୍ୟସ୍ତ ମୁଖ୍ୟ ବିଶ୍ୱକର୍ମା
  • ||
  • ଉଦଳା: ପ୍ରେମିକାକୁ ଦେଖାକରିବାକୁ ଯାଇଥିଲେ ପ୍ରେମିକ ଧରାପଡିଗଲେ, ଦେଖାଇଲେ ବନ୍ଧୁକ
  • ||

କାନାଡ଼ାରେ ଭାରତୀୟ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ; ମୃତଦେହ ଶୀଘ୍ର ଫେରାଇ ଆଣିବାକୁ ଭାରତ ସରକାରଙ୍କୁ ନିବେଦନ କଲେ ପରିବାରଲୋକେ

27/11/2018 at 5:53 PM

ଟରଣ୍ଟୋ ୨୭/୧୧ : କାନାଡ଼ାରେ ଭାରତୀୟ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ | ଯୁବକଙ୍କ ମୃତଦେହ ଘରପାଖ ଏକ ଗଛରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି | ଯୁବକଙ୍କ ପରିବାରଲୋକେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି | ପୋଲିସ ଘଟଣାର ତଦନ୍ତ କରୁଛି |
ମୃତ ଯୁବକ ଜଣକ ହେଲେ ୨୧ ବର୍ଷ ବୟସ୍କ ଵିଶାଲ ଶର୍ମା | ତାଙ୍କ ଘର ପଞ୍ଜାବର ନାଭା ଅଂଚଳରେ | ଵିଶାଲ କାନାଡ଼ାରେ ହୋଟେଲ ମ୍ୟାନେଜମେଣ୍ଟ ପାଠ ପଢୁଥିଲେ | ଟରଣ୍ଟୋ ପୋଲିସ ଵିଶାଲଙ୍କ ପରିବାରକୁ ପୁଅର ମୃତ୍ୟୁ ଖବର ଦେଇଛି |

ଟରଣ୍ଟୋ ପୋଲିସ ମୃତ ଵିଶାଲଙ୍କ ବାପା ନରେଶ ଶର୍ମାଙ୍କୁ କହିଛି ଯେ, ଘଟଣାର ତଦନ୍ତ ଚାଲିଛି | ଘଟଣା ସମ୍ପର୍କରେ ସତ୍ୟାସତ୍ୟ ଜାଣିବାକୁ ୩ରୁ ୪ଦିନ ସମୟ ଲାଗିବ ବୋଲି ସେ ଵିଶାଲଙ୍କ ବାପାଙ୍କୁ ସୂଚନା ଦେଇଛନ୍ତି | ତେବେ ଯୁବକଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ସେ ନେଇ ପୋଲିସ ତଦନ୍ତ କରୁଛି |

ସୂଚନାଯୋଗ୍ୟ ଯେ, ଵିଶାଲ ଟରଣ୍ଟୋରେ ଏକ ଯୁବକଙ୍କ ସହ ମିଶି ଏକ ଆପାର୍ଟମେଣ୍ଟରେ ରହୁଥିଲେ | ଅନ୍ୟ ଜଣେ ଯୁବକଙ୍କ ଘର ମଧ୍ୟ ନାଭାରେ | ଵିଶାଲଙ୍କ ଘରଲୋକ କହିଛନ୍ତି ଯେ, ଵିଶାଲର କୌଣସି ସମସ୍ୟା ବା ଅସୁବିଧା ନଥିଲା | ସେ ଖୁସି ଥିଲେ | ନିକଟରେ ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଵିଶାଲ ନାଭା ଯାଇଥିଲେ | ଏହାପରେ ସେ ସେପ୍ଟେମ୍ବର ମାସରେ କାନାଡ଼ା ଫେରିଯାଇଥିଲେ | ଗାତ ଶନିବାର ଏବଂ ରବିବାର ଘରଲୋକେ ଵିଶାଲଙ୍କ ସହ ଫୋନରେ କଥା ହୋଇଥିଲେ ବୋଲି କହିଛନ୍ତି | ଵିଶାଲଙ୍କ ମୃତଦେହ ଶୀଘ୍ର ଭାରତକୁ ଆଣିବା ପାଇଁ ବ୍ୟବସ୍ଥା ପାଇଁ ଵିଶାଲଙ୍କ ଘରଲୋକ ଭାରତ ସରକାରଙ୍କୁ ନିବେଦନ କରିଛନ୍ତି

   Related Posts