ରାଜଧାନୀ ଏକ୍ସପ୍ରେସ୍‌ରୁ ମିଳିଲା ୨୦ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ୍, କଟକ ଷ୍ଟେସନ୍‌ରୁ ଜବତ କଲା ଆରପିଏଫ୍

Published By : Prameya-News7 Bureau | December 08, 2021 IST

କଟକ ୮।୧୨: କଟକ ରେଲୱେ ଷ୍ଟେସନରୁ ଜବତ ହେଲା ପୁଳା ପୁଳା ଟଙ୍କା । ରାଜଧାନୀ ଏକ୍ସପ୍ରେସରୁ ୨୦ ଲକ୍ଷ ଟଙ୍କା ଆରପିଏଫ ଜବତ କରିଛି । ଏହାକୁ ନେଇ ଖୋଳତାଡ ଆରମ୍ଭ ହୋଇଛି ।

କଟକ ରେଳ ଷ୍ଟେସନରେ ରାଜଧାନୀ ଏକ୍ସପ୍ରେସ୍ ଅଟକି ଥିବା ବେଳେ ଟ୍ରେନ୍ ଭିତରୁ ଦୁଇଟି ଟଙ୍କା ଭର୍ତ୍ତି ବ୍ୟାଗ୍ ମିଳିଛି । ତେବେ ଆପରିଏଫ ସନ୍ଦେହ କରି ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି । ତେବେ ଏତେ ଟଙ୍କା କେଉଁଠୁ ଆସିଲା ? କିଏ କାହା ପାଖକୁ ଏତେ ଟଙ୍କା ପଠାଇଥିଲା ତାହାକୁ ନେଇ ଖୋଳତାଡ ଆରମ୍ଭ କରିଛି ଆରପିଏଫ୍ । କିନ୍ତୁ ଏପର୍ଯ୍ୟନ୍ତ ଟଙ୍କା ସମ୍ପର୍କରେ କିଛି ସ୍ପଷ୍ଟ ତଥ୍ୟ ମିଳିପାରିନାହିଁ । ତେବେ ଅଟକ ବ୍ୟକ୍ତିଙ୍କ ନାଁ ଏ.କେ. ସ୍ବାଇଁ ବୋଲି ଜଣାପଡିଛି । ତଦନ୍ତ ପରେ ଘଟଣା ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.