ଭାରତରେ ଗୁଇନ୍ଦାଗିରି କରି ଧରାପଡିଲେ ପାକିସ୍ତାନ ହାଇ କମିଶନ୍‌ର ୨ ଅଧିକାରୀ, ୨୪ ଘଣ୍ଟାରେ ଦେଶ ଛାଡିବାକୁ ନିର୍ଦ୍ଦେଶ

Published By : Prameya-News7 Bureau | May 31, 2020 IST

ନୂଆଦିଲ୍ଲୀ, ୩୧|୦୫:   ପାକିସ୍ତାନ ଉଚ୍ଚାୟୁକ୍ତର ୨ଜଣ ଅଧିକାରୀ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଗିରଫ ହୋଇଛନ୍ତି । ଏହି ୨ ଉଚ୍ଚାୟୁକ୍ତ ହେଲେ ଆବିଦ ହୁସେନ ଓ ତାହିର ଖାନ । ସେମାନେ ପାକ୍ ଗଇନ୍ଦା ସଂସ୍ଥା ଆଇଏସଆଇ ପାଇଁ କାମ କରୁଥିବା ଜଣାପଡିଛି ।

wp:html /wp:html

ଭାରତ ଏହି ୨ ପାକ୍ ଅଧିକାରୀଙ୍କୁ ଦେଶ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଛି । ଏହି ୨ ଅଧିକାରୀଙ୍କୁ ନନ୍ ଗ୍ରେଟା ମଧ୍ୟ ଘୋଷଣା କରାଯାଇଛି । ଉଭୟ ଆସନ୍ତାକାଲି ଭାରତ ଛାଡିବେ  ।

ଏହି ଅଧିକାରୀ ଦ୍ୱୟ ଭାରତର ରାଷ୍ଟ୍ରୀୟ ସୁରକ୍ଷା ବିରୋଧରେ ଆଇଏସଆଇ ପାଇଁ ଗୁଇନ୍ଦାଗିରି କରୁଥିଲେ । ତେବେ ନିୟମାନୁସାରେ ଅଧିକାରୀମାନେ ଭାରତର କୌଣସି ରାଜନୈତିକ ମିଶନରେ ହସ୍ତକ୍ଷେପ କରିପାରିବେ ନାହିଁ ।

ଦିଲ୍ଲୀ ସ୍ପେଶାଲ ସେଲ୍‌ର ଯୁଗ୍ମ କମିସନର ନୀରଜ ଠାକୁର କହିଛନ୍ତି ଯେ, ସେମାନଙ୍କୁ ପଚରାଉଚରା କରାଯାଉଛି । ତାଙ୍କ ନେଟଓ୍ୱର୍କରେ ଆଉ କିଏ କିଏ ସାମିଲ ଅଛନ୍ତି ସେନେଇ ତଦନ୍ତ ଚାଲିଛି । ଏହି ଅଧିକାରୀମାନେ ଗତ ୫ ବର୍ଷ ଧରି ଭାରତରେ ରହିଛନ୍ତି . ସେମାନେ ଭାରତୀୟ ସୁରକ୍ଷା ବାହିନୀର ବିଭିନ୍ନ ତଥ୍ୟ ଯୋଗାଡ କରୁଥିଲେ । ସେମାନଙ୍କଠାରୁ ଅନେକ ଦସ୍ତାବିଜ ଜବତ କରାଯାଇଛି । ସେମାନେ ଏହି ସବୁ ତଥ୍ୟ କିପରି ହାସଲ କଲେ ସେନେଇ ତଦନ୍ତ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.