ବଢିଲା କରୋନା ସଂକ୍ରମିତଙ୍କ ସଂଖ୍ୟା: ବାଲେଶ୍ୱରରେ ଆଉ ୨ କୋଭିଡ-୧୯ ପଜିଟିଭ୍, ମୋଟ ସଂକ୍ରମିତ ସଂଖ୍ୟା ୮୯

Published By : Prameya-News7 Bureau | April 23, 2020 IST

ଭୁବନେଶ୍ୱର, ୨୩|୦୪: ରାଜ୍ୟରେ ପୁଣି ଆଉ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୯ରେ ପହଁଚିଛି । ଏହି ଦୁଇଜଣ ବାଲେଶ୍ୱରର ହୋଇଥିବା ଜଣାପଡିଛି। ଏହି ୨ଜଣଙ୍କ ପୂର୍ବରୁ ଅପରାହ୍ନ ୨ଟା ସୁଦ୍ଧା ୪ଜଣ କୋଭିଡ-୧୯ ପଜିଟିଭ୍ ବୋଲି ରିପୋର୍ଟ ଆସିଥିଲା । ଏବେ କିଛି ଘଣ୍ଟା ପରେ ଆଉ ୨ଜଣଙ୍କର ପଜିଟିଭ୍ ଆସିବା ପରେ  ଆଜି ଦିନରେ ଏବେସୁଧା ମୋଟ ୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

wp:core-embed/twitter {"url":"https://twitter.com/IPR_Odisha/status/1253293910371287041","type":"rich","providerNameSlug":"twitter","className":""}
https://twitter.com/IPR_Odisha/status/1253293910371287041
/wp:core-embed/twitter

ଏବେ ଚିହ୍ନଟ ୨ କରୋନା ପଜିଟିଭ୍ ବାଲେଶ୍ୱର ଜିଲ୍ଲାର । ଏମାନଙ୍କୁ ମିଶାଇ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ନୂଆକରି ଚିହ୍ନଟ ୨ ପଜିଟିଭଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ । ସେମାନଙ୍କ ବୟସ ଯଥାକ୍ରମେ ୫୫ ଓ ୩୬ ବର୍ଷ ।

ତେବେ ଏହା ପୂର୍ବରୁ ଗୁରୁବାର  ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ଯାଜପୁର ଜିଲ୍ଲାର ବୋଲି ଜଣାପଡ଼ିଛି । ସମସ୍ତ ସଂକ୍ରମିତ ଯାଜପୁର ଜିଲ୍ଲାର ବୋଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ସମସ୍ତ ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଯାଜପୁର ଚିହ୍ନଟ ୪ ସଂକ୍ରମିତଙ୍କ ମଧ୍ୟରୁ ୩ ଜଣ ମହିଳା ଏବଂ ଜଣେ ପୁରୁଷ ଅଛନ୍ତି। ସେମାନଙ୍କ ବୟସ ଯଥାକ୍ରମେ ୪୮ ବର୍ଷ ( ମହିଳା), ୭୦ ବର୍ଷ ( ବୃଦ୍ଧା), ୮୦ ବର୍ଷ ( ବୃଦ୍ଧା) ଏବଂ ୨୧ ବର୍ଷ ( ଯୁବକ)। ଏହି ଚାରିଜଣ ସଂକ୍ରମିତ କୋଲକାତାରୁ ଫେରିଥିବା ଜଣାପଡିଛି। ଏମାନଙ୍କୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୭ରେ ପହଞ୍ଚିଥିଲା । ଆଉ ୨ଟି କେସ ଆସିବା ପରେ ମୋଟ ସଂଖ୍ୟା ୮୯ରେ ପହଁଚିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.