ଭୁବନେଶ୍ୱର ବିମାନ ବନ୍ଦରରୁ ୧୭୦.୭୫୦ ଗ୍ରାମ ସୁନା ଜବତ

Published By : Prameya-News7 Bureau | October 08, 2018 IST

ଭୁବନେଶ୍ୱର ୮/୧୦ : ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରୁ ପୁଣି ସୁନା ଜବତ ହୋଇଛି | ୧୭୦.୭୫୦ ଗ୍ରାମ ସୁନା ଜବତ କରିଛି କଷ୍ଟମ ବିଭାଗ | ତାମିଲନାଡୁର ଜଣେ ବ୍ୟକ୍ତି କୁଆଲାଲାମପୁର ରୁ ଏୟାର ଏସିଆ ବିମାନ ଏ କେ-୩୧ରେ ଏହି ସୁନା ନେଇକି ଆସୁଥିଲେ | ସୁନାର ଆନୁମାନିକ ମୂଲ୍ୟ ୫ଲକ୍ଷ ୫୨ ହଜାର ୩୭୫ ଟଙ୍କା ହେବ | ସୁନାର ବଳାରେ ରୂପ ପ୍ରଲେପ କରି ନେଉଥିଲା ଏହି ଯାତ୍ରୀ | ସୁନା ନେଇକି ଆସୁଥିବା ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା କରୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.