ଫୋନ ଚାର୍ଜରେ ଲାଗିଥିବାବେଳେ କାନରେ ଇୟର ଫୋନ ଲଗାଇ ଶୋଇପଡିଲେ, ବିଦ୍ୟୁତ ଆଘାତରେ ନାବାଳକଙ୍କ ମୃତ୍ୟୁ

Published By : Prameya-News7 Bureau | December 09, 2018 IST

ଆଜିକାଲିର ସ୍ମାର୍ଟ ଏବଂ ଆଡ଼ଭାନ୍ସ ଦୁନିଆରେ ମୋବାଇଲ ସମସ୍ତଙ୍କ ପାଇଁ ଅପରିହାର୍ଯ୍ୟ ହୋଇଯାଇଛି | ଯେମିତିକି ମୋବାଇଲ ନାହିଁ ତ କିଛି ବି ନାହିଁ | ବାର୍ତ୍ତାଳାପ ଠାରୁ ଅଧିକ ଦରକାରୀ ଇଣ୍ଟରନେଟ | ତେବେ ଯୁବପିଢ଼ିଙ୍କ ମଧ୍ୟରେ ମୋବାଇଲର ଚାହିଦା ବେଶ ଅଧିକ | ସକାଳୁ ଉଠୁ ଉଠୁ ପ୍ରଥମେ ମୋବାଇଲ ଚେକ କରିଥାନ୍ତି ଲୋକେ | ତେବେ ମୋବାଇଲ ପ୍ରତି ଲୋକଙ୍କ ଦୁର୍ବଳତା ଏତେ ବଢି ଯାଇଛି ଯେ, ଚାର୍ଜ ସରିଗଲେ ମଧ୍ୟ ମୋବାଇଲ ଚାର୍ଜରେ ଲଗେଇ ଲୋକେ ବ୍ୟବହାର କରିଥାନ୍ତି | ଯାହା ସବୁଠାରୁ ବିପଦପୂର୍ଣ୍ଣ | ଅନେକ ଥର ଦେଖାଯାଇଛି ଫୋନ ଚାର୍ଜରେ ଲଗେଇ କଥା ହେଲାବେଳେ ଫୋନ ବିସ୍ଫୋରଣ ହୋଇଯାଇଥାଏ |


ମାଲେସିୟାରେ ଇୟର ଲଗେଇ ଶୋଇବା ଜଣେ ୧୬ ବର୍ଷ ନାବାଳକକୁ ମହଙ୍ଗା ପଡିଛି | ଫୋନରେ ଚାର୍ଜ ନଥିବାରୁ ସେ ଫୋନ ଚାର୍ଜରେ ଲଗେଇ, କାନରେ ଇୟର ଫୋନ ଦେଇ ଗୀତ ଶୁଣି ସୋଇଥିଲେ | ତେବେ କରେଣ୍ଟ ଲାଗିବ କାରଣରୁ ତାଙ୍କ କାନରୁ ରକ୍ତ ସ୍ରାବ ହୋଇଥିଲା | ଯାହାଫଳରେ ବାଳକଙ୍କ ମୃତ୍ୟୁ ହୋଇଯାଇଥିଲା |

{"id":62404}


ଘଟଣା ମାଲେସିୟାର ନେଗେରି ସ୍ଥିତ ରେମ୍ବୁରେ ଘଟିଛି | ମୃତ ବାଳକ ହେଲେ ମହମ୍ମଦ ଆଦିଲ | ସେ ସୋଇଥିବା ଦେଖି ତାଙ୍କ ମା ନିଜ କାମରେ ଘରୁ ବାହାରିଯାଇଥିଲେ | ମହିଳା କାମ ସାରି ଘରକୁ ଫେରି ଦେଖିଲେ ଆଦିଲ ଶୋଇଥିଲା | ସେ ଆଦିଲକୁ ଉଠାଇବା ପାଇଁ ବହୁତ ଚେଷ୍ଟା କରିଥିଲେ ମଧ୍ୟ ସେ ଉଠିନଥିଲେ | ଏହାପରେ ମହିଳା ଡାକ୍ତରଙ୍କୁ ଡାକିଥିଲେ | ଡାକ୍ତର ଆସି ଆଦିଲଙ୍କୁ ମୃତ ଘୋଷଣା କରିଥିଲେ | ଆଦିଲଙ୍କ ଶରୀରର ଅନ୍ୟ କୌଣସି ଜାଗାରେ କୌଣସି କ୍ଷତ ଚିହ୍ନ ନଥିଲା | ଆଦିଲଙ୍କ ବାୟୋପ୍ସି ରିପୋର୍ଟରୁ ଜଣାପଡ଼ିଥିଲା ଯେ, କରେଣ୍ଟ ଲାଗିବ ଫଳରେ ତାଙ୍କର ମୃତ୍ୟୁ ହୋଇଛି |


ତେବେ ଏହା ସମାଜ ପାଇଁ ଏକ ଚେତାବନୀ ସଦୃଶ | ସମସ୍ତଙ୍କୁ ଅନୁରୋଧ ଫୋନ ଚାର୍ଜରେ ଲଗେଇ ଗୀତ ଶୁଣନ୍ତୁ ନାହିଁ କିମ୍ବା କଥାବାର୍ତ୍ତା କରନ୍ତୁ ନାହିଁ | ଏଥିରେ ଜୀବନକୁ ବିପଦ ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.