ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ, ରୋଷେଇ ବେଳେ ବିନ୍ଧିଲେ ମହୁମାଛି

Published By : Prameya-News7 Bureau | March 23, 2024 IST

ମୋହନା ୨୩।୦୩ : ମହୁମାଛି ଆକ୍ରମଣରେ ୧୫ ଆହତ l ଗଜପତି ଜିଲ୍ଲା ମୋହନା ଥାନା ଖାରିମେରା ଗାଁରେ ଏଭଳି ଘଟଣା ଘଟିଛି l ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । 

ଖବର ଅନୁଯାୟୀ, ଶୁକ୍ରବାର ସକାଳେ ଗାଁର ପ୍ରାୟ ୧୬ ଜଣ କାଠ ଆଣିବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ l କାଠ ସଂଗ୍ରହ ପରେ ଏକ ଗଛ ତଳେ ରୋଷେଇ କରୁଥିଲେ l ଏହି ସମୟରେ ଗଛ ଉପରେ ଥିବା ମହୁମାଛି ସେମାନଙ୍କୁ ଅଚାନକ ଆକ୍ରମଣ କରିଥିଲା l ସମସ୍ତେ ଆହତ ହୋଇ ଚିତ୍କାର କରି ଗାଁକୁ ଦୌଡ଼ି ଆସିଥିଲେ l  ଗାଁ ଲୋକେ ତୁରନ୍ତ  ଆହତଙ୍କୁ ଚିକିତ୍ସା ପାଇଁ ମୋହନା ମେଡିକାଲରେ ଭର୍ତ୍ତି କରିଛନ୍ତି l ବର୍ତମାନ ଚିକିତ୍ସା ଚାଲିଥିବା ବେଳେ ସମସ୍ତଙ୍କ ସ୍ୱାସ୍ଥ୍ୟ ଠିକ ଥିବା ଜଣାପଡିଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.