୧୩ବର୍ଷର କିଶୋରୀ ୭ମାସର ଗର୍ଭବତୀ : ପେଟ ଫୁଲିବାରୁ ଖୋଲିଲା ରହସ୍ୟ

Published By : Prameya-News7 Bureau | June 01, 2019 IST

ଗାଜିଆବାଦ ୧/୬: ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ବିଚିତ୍ର ଘଟଣା ସାମନାକୁ ଆସିଛି। ଏକ କଲୋନିରେ ଜଣେ କିଶୋରୀର ପରିବାର ଲୋକେ ତାଙ୍କ ପେଟବ୍ୟଥାର ଯାଞ୍ଚ କରିବାକୁ ହସ୍ପିଟାଲ ପହଞ୍ଚିବାରୁ ସେ ୭ମାସର ଗର୍ଭବତୀ ଥିବା ଜଣା ପଡ଼ିଥିଲା। ପଚରାଉଚୁରା କରିବାରୁ ପୀଡ଼ିତା କହିଥିଲେ ଯେ ୮ମାସ ପୂର୍ବରୁ ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କୁ ନିଶା ଜିନିଷ ଦେଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଲୋକଲଜ୍ୟା ଭୟରେ ସେ ପରିବାର ଲୋକଙ୍କୁ ଏହି ବିଷୟରେ ଲୁଚାଇଥିଲେ। ପୀଡ଼ିତାଙ୍କ ବୟାନରେ ପୋଲିସ୍ ଦୁଷ୍କର୍ମ ଏବଂ ପକ୍ସୋ ଆକ୍ଟ ଅନୁସାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଗାଜିଆବାଦର ଏକ କଲୋନୀରେ ରହୁଥିବା ୧୩ବର୍ଷ ବୟସର ଜଣେ କିଶୋରୀ କିଛି ଦିନ ହେବ ପେଟବ୍ୟଥା ପାଇଁ ଚିନ୍ତିତ ଥିଲେ। ତାଙ୍କ ପେଟ ମଧ୍ୟ ବହୁତ ଫୁଲି ଯାଇଥିଲା। ଗତ ଶୁକ୍ରବାର ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀର ଲାଲ ବାହାଦୁର ଶାସ୍ତ୍ରୀ ହସ୍ପିଟାଲ ନେଇ ଯାଇଥିଲେ। ଡାକ୍ତରମାନେ ଯାଞ୍ଚ କରିବାରୁ ଜଣା ପଡ଼ିଥିଲା ଯେ ସେ ୭ମାସର ଗର୍ଭବତୀ। ଡାକ୍ତରମାନେ ତୁରନ୍ତ ଦିଲ୍ଲୀ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ୍ ଏହି ମାମଲା ରୁଜୁ କରି ଅଭିଯୁକ୍ତ ଅଜ୍ଞାତ ଯୁବକକୁ ଖୋଜୁଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.