ଆଣ୍ଡାମାନ ସାଗରରେ ୧୦ ଦିନ ଧରି ଫସି ରହିଥିଲେ ମିଆଁମାରର ୧୦ ମତ୍ସ୍ୟଜୀବୀ, ଉଦ୍ଧାର କଲେ ଭାରତୀୟ ତଟରକ୍ଷୀ ବାହିନୀ

Published By : Prameya-News7 Bureau | January 22, 2022 IST

ନୂଆଦିଲ୍ଲୀ ୨୨।୦୧: ଭାରତୀୟ ତଟରକ୍ଷୀ ବାହିନୀ ଆଣ୍ଡମାନ ସାଗରରେ ୧୦ ଦିନ ଫସି ରହିଥିବା ମିଆଁମାରର ୧୦ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି। ସୁରକ୍ଷା ବଳର ଜଣେ ଅଧିକାରୀ ଶନିବାର କହିଛନ୍ତି, ମାଲେସିଆ ଯାଉଥିବା ମତ୍ସ୍ୟଜୀବୀଙ୍କ ଡଙ୍ଗା ଆଣ୍ଡାମାନ ସାଗରରେ ବୁଡି ଯିବାରୁ ସେମାନେ ଖାଲି ଥିବା କଣ୍ଟେନର ଡ୍ରମ ସାହାରାରେ ପହଁରୁଥିଲେ। ଭାରତୀୟ ତଟରକ୍ଷୀ ବାହିନୀଙ୍କୁ ଖବର ମିଳିବା ପରେ ମତ୍ସ୍ୟଜୀବୀଙ୍କୁ କାର ନିକୋବର ଦ୍ଵୀପପୁଞ୍ଜରୁ ୧୪ ସମୁଦ୍ରୀ ମାଇଲ୍‌ ଦକ୍ଷିଣରୁ ଶୁକ୍ରବାର ସୁରକ୍ଷିତ ଉଦ୍ଧାର କରାଯାଇଛି। ସମସ୍ତଙ୍କୁ ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରାଯାଇଛି।

ଅଧିକାରୀ କହିଛନ୍ତି, ମତ୍ସ୍ୟଜୀବୀଙ୍କ ନୌକା ମାଲେସିଆ ଯାଉଥିବା ବେଳେ ଆଣ୍ଡାମାନ ସାଗରରେ ବୁଡି ଯାଇଥିଲା। ମାତ୍ର ଚାଳକ ଦଳର ସମସ୍ତ ୧୦ ସଦସ୍ୟ ଡ୍ରମ ସାହାରାରେ ପହଁରି ନିଜ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ। ତଟରକ୍ଷୀ ବାହିନୀଙ୍କୁ ଏହାର ସୂଚନା ମିଳିବା ମାତ୍ରେ ସମୁଦ୍ରରୁ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି।

କିଛି ଦିନ ପୂର୍ବେ ଭାରତୀୟ ତଟରକ୍ଷୀ ବାହିନୀ ଗୁଜରାଟ କୂଳରେ ଭାରତୀୟ ଜଳ ସୀମାରେ ଏକ ପାକିସ୍ତାନୀ ଡଙ୍ଗା ଧରିଥିଲେ। ଏଥିରେ ଚାଳକ ଦଳର ୧୦ ସଦସ୍ୟ ଥିଲେ। ଡଙ୍ଗାର ନାମ ୟାସିନ ଥିଲା ଏବଂ ଏକ ଅପରେସନ ସମୟରେ ଏହା ଭାରତୀୟ ତଟରକ୍ଷକଙ୍କ ହାତରେ ଧରା ପଡିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.