ରାସ୍ତା କଡରେ ଜୁଆ ଖେଳ ଚାଲିଥିବା ବେଳେ ଚଢାଉ : ୧୦ଜୁଆଡି ଗିରଫ
23/02/2021 at 2:25 PM

ଜୟପୁର ୨୩।୨: ରାସ୍ତା କଡରେ ଖୁଲମଖୁଲା ଚାଲିଥିଲା ଜୁଆ ଖେଳ । ଖବର ପାଇ ଚଢାଉ କରି ଜୁଆଡିଙ୍କୁ ମାଡି ବସିଲା ଜୟପୁର ସଦର ପୋଲିସ । ୧୦ ଜୁଆଡିଙ୍କୁ ପୋଲିସ ଗିରଫ କରିଥିବା ବେଳେ ୨୦ରୁ ୩୦ ଜଣ ଜୁଆଡି ଘଟଣାସ୍ଥଳରୁ ଖସି ପଳାଇଯାଇଛନ୍ତି। ଏମିତି ଘଟଣା ଘଟିଛି ଜୟପୁର ନିକଟସ୍ଥ ବାର୍ଲାହାଣ୍ଡି ଠାରେ।

ଗିରଫ ହୋଇଥିବା ଜୁଆଡିଙ୍କଠାରୁ ୨୧ଟି ମଟର ସାଇକେଲ, ୧୦ଟି ସାଇକେଲ, ୭ଟି ମୋବାଇଲ ଓ ନଗଦ ୩୪୩୦ ଟଙ୍କା ଜବତ କରିଛି ପୋଲିସ । ଗିରଫ ଜୁଆଡିମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜୟପୁର ସଦର ଥାନା ଓଆଇସି ସୂଚନା ଦେଇଛନ୍ତି ।
Related Posts
୨୪ କେଜି ଚୋରା ଗଞ୍ଜେଇ ଜବତ, ନିଶା ବେପାରୀ ଗିରଫ
25 February 2021
ଜଙ୍ଗଲରୁ କୁଟାରୀ ମାଂସ ଓ ଚମଡା ଜବତ, ଶିକାରୀ ଫେରାର
25 February 2021