ମୋଦି ସରକାରଙ୍କ ଯୋଜନାର ଉଠାନ୍ତୁ ଲାଭ : ଇଲେକ୍ଟ୍ରିକ୍ କାରରେ ମିଳିବ ଦେଢ଼ ଲକ୍ଷ ଟଙ୍କାର ଛାଡ଼

Published By : Prameya-News7 Bureau | March 09, 2019 IST

ନୂଆଦିଲ୍ଲୀ ୯/୩:  ଇଲେକ୍ଟ୍ରିକ୍ ବାହନର ବହୁଳ ପ୍ରସାର ପାଇଁ ମୋଦି ସରକାର ଫେମ୍-୨ ସ୍କିମ୍ ଆରମ୍ଭ କରି ଦେଇଛନ୍ତି। ଏହି ସ୍କିମ୍ ପାଇଁ ୧୦ହଜାର କୋଟି ଟଙ୍କା ସ୍ବୀକୃତି କରିଛନ୍ତି। ଏହି ସ୍କିମ୍ ଜରିଆରେ ଇଲେକ୍ଟ୍ରିକ୍ ବାହନ କିଣିଲେ ଆପଣଙ୍କୁ ଅନେକ ପ୍ରକାରର ଛାଡ଼ ମିଳିବ। ଏହି ସ୍କିମ୍ ୨୦୧୯ରୁ ୨୦୨୨ ଯାଏଁ ଚାଲିବ। ଫେମ୍-୨ ଜରିଆରେ ୩ବର୍ଷ ପାଇଁ ୧୦ଲକ୍ଷ ଦୁଇଚକିଆ ଯାନ,୫ଲକ୍ଷ ତିନିଚକିଆ ଯାନ ,୩୫ହଜାର ଚାରିଚକିଆ ଯାନ ଏବଂ ୭୦୯୦ ଇଲେକ୍ଟ୍ରିକ୍ ବସ୍ ଉପରେ ସବସିଡିର ଫାଇଦା ମିଳିବ। ଏହି ସ୍କିମର ଫାଇଦା ଫୁଲ୍ ହାଇବ୍ରିଡ୍ କାର୍ କିଣିଲେ ମଧ୍ୟ ମିଳିବ।

{"id":92054,"width":593,"height":332}

ଏପରି ସ୍ଥଳେ ଯଦି ଆପଣ ଇଲେକ୍ଟ୍ରିକ୍ ବାହନ କିଣିବାର ଯୋଜନା କରୁଛନ୍ତି ତେବେ ଆପଣ ଏହି ଯୋଜନାର ଭରପୂର ଫାଇଦା ଉଠାଇପାରିବେ। ନିୟମ ମୁତାବିକ ଦୁଇ ଚକିଆ ଯାନ ଉପରେ ମାନ୍ୟୁଫାକ୍ଚରର୍ ୨୦ହଜାର ଟଙ୍କାର ଫାଇଦା ଉଠାଇପାରିବ। ଏବଂ ଏହାର ଫାଇଦା ଗ୍ରାହକଙ୍କୁ ଦେଇପାରିବ। ବାଇକର ମୂଲ୍ୟ ଅତିବେଶୀରେ ଦେଢ଼ ଲକ୍ଷ ଟଙ୍କାରୁ ଅଧିକ ହେବା ଉଚିତ୍ ନୁହେଁ। ସେହିଭଳି ତିନିଚକିଆ ଇଲେକ୍ଟ୍ରିକ୍ ବାହନ କିଣିଲେ ୫୦ହଜାର ଟଙ୍କା ଛାଡ଼ର ଫାଇଦା ମିଳିବ। କିନ୍ତୁ ଏହାର ମୂଲ୍ୟ ୫ଲକ୍ଷ ଟଙ୍କାରୁ ଅଧିକ ହେବା ଉଚିତ୍ ନୁହେଁ। ଚାରିଚକିଆ ଇଲେକ୍ଟ୍ରିକ୍ କାରରେ ଦେଢ଼ ଲକ୍ଷ ଟଙ୍କା ଯାଏଁ ଛାଡ଼ ମିଳିବ। କିନ୍ତୁ ଏହାର ମୂଲ୍ୟ ୧୫ଲକ୍ଷ ଟଙ୍କାରୁ ଅଧିକ ହେବା ଅନୁଚିତ୍।

{"id":92056,"width":595,"height":475}

ବର୍ତ୍ତମାନ ମହିନ୍ଦ୍ରା,ମାରୁତି ସୁଜୁକି ଏବଂ ଟାଟା ମୋଟର୍ସ ଇଲେକ୍ଟ୍ରିକ୍ କାର୍ ପ୍ରସ୍ତୁତ କରୁଛି। ଏହି ସବୁ କାରର ମୂଲ୍ୟ ୧୫ଲକ୍ଷ ଟଙ୍କା ମଧ୍ୟରେ। ଯାହା ଫଳରେ ସ୍କିମର ପୂରା ଫାଇଦା ଉଠାଯାଇପାରିବ। ମହିନ୍ଦ୍ରାର  e2oplus,eVerito ଇଲେକ୍ଟ୍ରିକ୍ କାର ଯାହା କିଣିଲେ ଦେଢ଼ ଲକ୍ଷ ଟଙ୍କାର ଫାଇଦା ମିଳିବ। ଟାଟାର ଟିଆଗୋ ଇଭି କିଣିଲେ ମଧ୍ୟ ଦେଢ଼ ଲକ୍ଷ ଟଙ୍କାର ଛାଡ଼ ମିଳିବ। ମାରୁତି ସୁଜୁକି ମଧ୍ୟ ଘୋଷଣା କରିଛି ଯେ ବହୁତ ଶୀଘ୍ର ଇଲେକ୍ଟ୍ରିକ୍ କାର୍ ବଜାରରେ ପ୍ରବେଶ କରାଇବ।

{"id":92059,"width":587,"height":391}

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.