ତୃତୀୟ ଥର ବାପା ହେଲେ ଜୁକରବର୍ଗ, ଫଟୋ ସେୟାର କରି ଦେଲେ ସୂଚନା

Published By : Prameya-News7 Bureau | March 26, 2023 IST

ମୁମ୍ଵାଇ ୨୬।୦୩: ମେଟା ସିଇଓ ମାର୍କ ଜୁକରବର୍ଗ ତୃତୀୟ ଥର ପାଇଁ ପିତା ହୋଇଛନ୍ତି। ତାଙ୍କ ପତ୍ନୀ ପ୍ରିସ୍କିଲା ଚାନ୍ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ଝିଅର ନାମ ଆରେଲିଆ ଚାନ୍ ଜୁକରବର୍ଗ । ଜୁକରବର୍ଗ ନବଜାତ ଝିଅ ସହିତ ତାଙ୍କ ଫଟୋ ସେୟାର କରି ଏହି ସୂଚନା ଦେଇ କହିଛନ୍ତି ଯେ ଦୁନିଆରେ ତୁମକୁ ସ୍ଵାଗତ ଆରେଲିଆ ଚାନ ଜୁକରବର୍ଗ। ତୁମେ ଭଗବାନଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ।

{"id":763339,"sizeSlug":"full","linkDestination":"none"}

ଜୁକରବର୍ଗ ଏବଂ ପ୍ରିସିଲାଙ୍କର ଦୁଇ ଝିଅ ଅଛନ୍ତି, ମ୍ୟାକ୍ସିମା (୭) ଏବଂ ଅଗଷ୍ଟସ୍‌ (୫) । ଜୁକରବର୍ଗର ସମସ୍ତ ତିନୋଟି ଝିଙ୍କ ନାମ ଅତ୍ୟନ୍ତ ରୋଚକ ଏବଂ ଆକର୍ଷଣୀୟ । କାହିଁକି ନା ତାଙ୍କର ଇତିହାସ ନାମ ସହିତ ଜଡିତ । ଜୁକରବର୍ଗଙ୍କ ତୃତୀୟ ଝିଅ ଆରେଲିଆ ରୋମ ସମ୍ରାଟ ମାର୍କସ ଆରେଲିଅସଙ୍କ ନାମରେ ନାମିତ।  ସେମାନଙ୍କର ପ୍ରଥମ ଝିଅ ମ୍ୟାକ୍ସିମାଙ୍କ ନାମ ଲାଟିନ୍ ଶବ୍ଦ maximus ରୁ ଉତ୍ପନ୍ନ । ସେମାନଙ୍କର ଦ୍ୱିତୀୟ ଝିଅର ନାମ ଅଗଷ୍ଟସ୍, ସମ୍ରାଟ ଅଗଷ୍ଟସ୍ କେସରଙ୍କ ନାମରେ ଅନୁପ୍ରାଣିତ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.