ମିଜୋରାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଜୋରାମଥାଙ୍ଗା

Published By : Prameya-News7 Bureau | December 15, 2018 IST

ମିଜୋରାମ ୧୫|୧୨: ମିଜୋରାମର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ମିଜୋ ନାସନାଲ୍ ଫ୍ରଣ୍ଟର ମୁଖ୍ୟ ଜୋରାମଥାଙ୍ଗା । ଆଜି ଦିନ ୧୨ଟା ରାଜଭବନରେ ଅନୁଷ୍ଠିତ ଉତ୍ସବରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ମିଜୋରାମ ରାଜ୍ୟପାଳ କୁମାନମ୍ ରାଜଶେଖରନ୍ । ପ୍ରଥମଥର ପାଇଁ ମିଜୋରାମ୍ ରେ ଖ୍ରୀଷ୍ଟିଆନ ପରମ୍ପରାରେ ଶପଥ ନେଇଛନ୍ତି ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା । ୪୦ ଆସନ ବିଶିଷ୍ଟ ବିଧାନସଭାରେ ୨୬ ଆସନପାଇ ମିଜୋ ନାସନାଲ୍ ଫ୍ରଣ୍ଟ ସରକାର ଗଢିଛି । ଜୋରାମଥାଙ୍ଗା ଆଗରୁ ଦୁଇ ଥର ମୁଖ୍ୟମନ୍ତ୍ରୀ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.