ବିଦାହେଲେ ‘ଜୁମ୍’ ଅଧ୍ୟକ୍ଷ ଗ୍ରେଗ୍ ଟମ୍ବ୍, ପୂର୍ବରୁ ଛଟେଇ ହୋଇଥିଲେ ୧୩୦୦ କର୍ମଚାରୀ
6/03/2023 at 11:56 AM

ନୂଆଦିଲ୍ଲୀ ୬।୩: ଭିଡିଓ କନଫରେନ୍ସିଂ ପ୍ଲାଟଫର୍ମ ‘ଜୁମ୍’ ଅଧ୍ୟକ୍ଷ ଗ୍ରେଗ୍ ଟମ୍ବ ଚାକିରୀରୁ ବିଦା ହୋଇଛନ୍ତି । ଏ ନେଇ କମ୍ପାନୀ ପକ୍ଷରୁ ବିବିସିକୁ ସୂଚନା ପ୍ରଦାନ କରାଯାଇଛି । ବିବିସିର ରିପୋର୍ଟ ଅନୁସାରେ, ଟମ୍ବଙ୍କ ଚୁକ୍ତିନାମାକୁ ଅଚାନକ କହିଛି ଯେ, ବିନା କାରଣରେ ଟମ୍ବଙ୍କୁ ଚାକିରୀରୁ ବାହାର କରିଦିଆଯିବା ପରେ ତାଙ୍କୁ ଉଚିତ ପ୍ରାପ୍ୟ ଦିଆଯିବ ।
ଗ୍ରେଗ୍ ଟମ୍ବ ଜଣେ ବ୍ୟବସାୟୀ ସହ ଗୁଗଲର ପୂର୍ବତନ କର୍ମଚାରୀ ଥିଲେ । ସେ ଗତ ବର୍ଷ ଜୁନ୍ରେ ‘ଜୁମ୍’ର ଅଧ୍ୟକ୍ଷ ଦାୟିତ୍ବ ନେଇଥିଲେ । ଟମ୍ବ ଆସିବା ପରେ ହିଁ ଜୁମ୍ କଲ୍ର ପେଡ୍ ସବ୍ସକ୍ରିପସନ୍ର ଆରମ୍ଭ ହୋଇଥିଲା । ଜୁମ୍ର ଜଣେ ଅଧିକାରୀଙ୍କ ଅନୁସାରେ ଗ୍ରେଗ୍ ଟମ୍ବଙ୍କ ସ୍ଥାନ ପୂରଣ ନେଇ ଏବେ କୌଣସି ଯୋଜନା ନାହିଁ ।
‘ଜୁମ୍’ ସିଇଓ ଏରିକ ୟୁଆନ ୨୦୨୧ରେ ‘ଜୁମ୍’ ପ୍ଲାଟଫର୍ମର ଶୁଭାରମ୍ଭ କରିଥିଲେ । କରୋନା ମହାମାରୀ ସମୟରେ ‘ଜୁମ୍’ର ଭାଗ୍ୟ ବଦଳିଯାଇଥିଲା । ଗତ ମାସରେ ‘ଜୁମ୍’ ପ୍ରାୟ ୧୩୦୦ କର୍ମଚାରୀଙ୍କୁ ଛଟେଇ କରିଥିଲା । ଯାହା କମ୍ପାନୀର ମୋଟ୍ କର୍ମଚାରୀଙ୍କର ୧୫ ପ୍ରତିଶତ । ରିପୋର୍ଟରେ କୁହାଯାଇଛି ଯେ, ଜୁମ୍ର ସିଇଓଙ୍କ ଦରମାରୁ ୯୮ ପ୍ରତିଶତ କାଟିଦିଆଯାଇଛି । ତାଙ୍କୁ ବୋନସ୍ ମଧ୍ୟ ପ୍ରଦାନ କରାଯାଇନାହିଁ ।