ନୂଆଦିଲ୍ଲୀ: ଅନଲାଇନ ଫୁଡ୍ ଡେଲିଭରି ପ୍ଲାଟଫର୍ମ ଜୋମାଟୋ ପୁଣିଥରେ ଏହାର ପ୍ଲାଟଫର୍ମ ଫି ବଢ଼ାଇଛି। ଜୋମାଟୋ ଏହାର ପ୍ଲାଟଫର୍ମ ଫି ୨୫ ପ୍ରତିଶତ ବୃଦ୍ଧି କରିଛି। ଏହାର ଅର୍ଥ ଏବେ ଗ୍ରାହକଙ୍କୁ ପ୍ରତି ଅର୍ଡର ଉପରେ ୫ ଟଙ୍କା ଅତିରିକ୍ତ ଦେୟ ଦେବାକୁ ହେବ। ଯାହା ପୂର୍ବରୁ ଚାରି ଟଙ୍କା ପ୍ରତି ଅର୍ଡର ରହିଥିଲା।
ଗତ ବର୍ଷ ଅଗଷ୍ଟରେ କମ୍ପାନି ଏହାର ପ୍ଲାଟଫର୍ମ ଫି ବାବଦକୁ ଦୁଇ ଟଙ୍କା ଚାର୍ଜ କରିବା ଆରମ୍ଭ କରିଥିଲା। ଏହାପରେ ଏହାକୁ ତିନି ଟଙ୍କା ଏବଂ ନୂଆବର୍ଷରେ ଚାରି ଟଙ୍କା କରିଥିଲା। ଆଉ ଏବେ ପୁଣି ଥରେ ଏହି ଦେୟକୁ ବୃଦ୍ଧି କରି ପାଞ୍ଚ ଟଙ୍କା କରିଛି।
କମ୍ପାନି ଯେଉଁ ପ୍ଲାଟଫର୍ମ ଫି ବୃଦ୍ଧି କରିଛି। ତାହା ଡେଲିଭରି ଚାର୍ଜ ବ୍ୟତୀତ ଖାଦ୍ୟ ଅର୍ଡର ଉପରେ ଆଦାୟ ହୋଇଥାଏ। ଅବଶ୍ୟ, ଯେଉଁ ଗ୍ରାହକ ଜୋମାଟୋ ଗୋଲ୍ଡ ମେମ୍ବରସିପ୍ ନେଇଛନ୍ତି, ସେମାନଙ୍କୁ ଡେଲିଭରି ଚାର୍ଜ ଦେବାକୁ ପଡ଼ିବନି। କିନ୍ତୁ ପ୍ଲାଟଫର୍ମ ଫି ସମସ୍ତଙ୍କ ଦେବାକୁ ପଡ଼ିବ।