ଜୋମାଟୋ ମ୍ୟାନେଜମେଣ୍ଟରେ ପୁଣି ହଇଚଇ, ଆଉ ଜଣେ ସହ-ପ୍ରତିଷ୍ଠାତା ଦେଲେ ଇସ୍ତଫା

Published By : Prameya-News7 Bureau | January 02, 2023 IST

ନୂଆଦିଲ୍ଲୀ: ଜୋମାଟୋ ଲିମିଟେଡର ମ୍ୟାନେଜମେଣ୍ଟରେ ପୁଣି ଥରେ ବଡ଼ ଧରଣ ହଇଚଇ ସୃଷ୍ଟି ହୋଇଛି । ଏବେ କମ୍ପାନିର ସହ-ପ୍ରତିଷ୍ଠାତା ଏବଂ ମୁଖ୍ୟ ଟେକ୍ନୋଲଜି ଅଫିସର ଗୁଞ୍ଜନ ପାଟିଦାର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଜୋମାଟୋ ପକ୍ଷରୁ ସେୟାର ବଜାରକୁ ଏହି ସୂଚନା ଦିଆଯାଇଛି ।

କମ୍ପାନି ଅନୁସାରେ ପାଟିଦାର ଜୋମାଟୋକୁ ଆଗକୁ ବଢାଇବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ । ତେବେ, ଏହି ଇସ୍ତଫା ପଛର କାରଣ ବିଷୟରେ କୌଣସି ସୂଚନା ଦିଆଯାଇ ନାହିଁ । ଉଲ୍ଲେଖଯୋଗ୍ୟ ଯେ ଗତ ବର୍ଷ ନଭେମ୍ୱରରେ କମ୍ପାନିର ଅନ୍ୟ ଜଣେ ସହ-ପ୍ରତିଷ୍ଠାତା ମୋହିତ ଗୁପ୍ତା ଇସ୍ତଫା ଦେଇଥିଲେ । ସେ ପ୍ରାୟ ୫ ବର୍ଷ ପୂର୍ବେ ଜୋମାଟୋରେ ସାମିଲ ହୋଇଥିଲେ । ୨୦୨୦ରେ ତାଙ୍କୁ କମ୍ପାନିର ସିଇଓ ପଦରୁ କୋ-ଫାଉଣ୍ଡର କରାଯାଇଥିଲା।

{"id":728348,"sizeSlug":"full","linkDestination":"none"}

ସେପ୍ଟେମ୍ୱର ତ୍ରୈମାସରେ ଜୋମାଟୋର କ୍ଷତି ୨୫୦.୮ କୋଟି ଟଙ୍କା ରହିଛି । ଗତ ଆର୍ଥିକ ବର୍ଷରେ ସମାନ ତ୍ରୈମାସରେ କମ୍ପାନିର କ୍ଷତି ୪୩୯.୯ କୋଟି ଥିଲା । ଏହାଛଡା ପରିଚାଳନାରେ କମ୍ପାନିର ରାଜସ୍ୱ ୬୨.୨୦ ପ୍ରତିଶତ ବଢି ୧,୬୬୧.୩ କୋଟି ଟଙ୍କା ହୋଇଛି । ଗତ ସେପ୍ଟେମ୍ୱର ତ୍ରୈମାସରେ କମ୍ପାନିର ଖାଦ୍ୟ ବିତରଣ କାରବାର ୬,୬୩୧ କୋଟି ଟଙ୍କା ହୋଇଥିଲା । ଯାହା ପୂର୍ବ ବର୍ଷ ତୁଳନାରେ ଏହା ୨୨ ପ୍ରତିଶତ ଥିଲା । ପୂର୍ବ ଆର୍ଥିକ ବର୍ଷର ସମାନ ଅବଧିରେ କମ୍ପାନିର ଖାଦ୍ୟ ବିତରଣ ୫,୪୧୦ କୋଟି ଟଙ୍କା ରହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.