ନୂଆଦିଲ୍ଲୀ ୧୬ ।୭ : ଦେଶରେ ଦ୍ରୁତ ବେଗରେ ବଢ଼ୁଛନ୍ତି ଅରବପତି । ନୂଆ କରି ଅରବପତି କ୍ଲବରେ ଯୋଡ଼ି ହୋଇଛନ୍ତି ଜୋମାଟା ସହ-ପ୍ରତିଷ୍ଠାତା ତଥା ସିଇଓ ଦିପିନ୍ଦର ଗୋୟଲ । କମ୍ପାନିରେ ତାଙ୍କର ୪.୨% ଅଂଶଧନ ଯୋଗୁ ସେ ପାଇଛନ୍ତି ଏଭଳି ସଫଳତା । ତେବେ ସବୁଠାରୁ ରୋଚକ କଥା ହେଉଛି ଜୋମାଟା ଶେୟାର ଗତ ୨ ବର୍ଷରେ ୩୦୦% ବଢ଼ିଛି ।
ଗୋୟଲ ଆଇଆଇଟି ଦିଲ୍ଲୀର ଗ୍ରାଜୁଏଟ ହୋଇଥିବା ବେଳେ କମ୍ପାନିରେ ୩୬.୯୫ କୋଟି ଶେୟାର ହାସଲ କରିଛନ୍ତି । ଯାହାର ମୂଲ୍ୟ ପ୍ରାୟ ୮୪୦୦ କୋଟିକୁ ବୃଦ୍ଧି ହୋଇଥିବା ଇଟି ରିପୋର୍ଟରେ ପ୍ରକାଶ ପାଇଛି । କମ୍ପାନି ପ୍ଲାଟଫର୍ମ ଦେୟ ବ ଢା ଇ ବ । ପରେ ଏହାର ଷ୍ଟକ ମୂଲ୍ୟ ୪% ବଢ଼ିଯାଇଛି । ସୋମବାର ଏହା ସର୍ବକାଳୀନ ରେକର୍ଡ ୨୩୨ ଟଙ୍କା ଛୁଇଁଛି । ବ୍ରେନ ଆଣ୍ଡ୍ କୋ କମ୍ପାନିରେ କନ୍ସଲଟାଣ୍ଟ ଭାବେ କାମ କରୁଥିବା ବେଳେ ଗୋୟଲଙ୍କର ଔଦ୍ୟୋଗିକ ଯାତ୍ରା ଆରମ୍ଭ ହୋଇଥିଲା । ଖାଦ୍ୟ ଅର୍ଡର କରୁଥିବା ସମୟରେ ଲୋକମାନେ ସାମ୍ନା କରୁଥିବା ସମସ୍ୟାକୁ ସେ ଉପଲବ୍ଧି କରିଥିଲେ । ଏଠାରୁ ସେ ଫୁଡଇବେ ନାମକ କମ୍ପାନି ଆରମ୍ଭ କରିବାକୁ ଅନୁପ୍ରାଣିତ ହୋଇଥିଲେ ।
ଷ୍ଟାର୍ଟଅପ୍ କରିବା ଲାଗି ବାପାଙ୍କ ବାରଣ ସତ୍ତେ୍ୱ ଏଭଳି ଏକ ଆହ୍ୱାନପୂର୍ଣ୍ଣ କ୍ଷେତ୍ରକୁ ସେ ଚୟନ କରିଥିଲେ । କ୍ଷତିରେ ଚାଲୁଥିବା ଷ୍ଟାର୍ଟଅପ୍ ଭାବେ ଜୋମାଟାକୁ ଅନେକ ସମାଲୋଚନା କରିଥିଲେ ଲୋକେ । ତେବେ ୨୦୨୩-୨୪ର ପ୍ରଥମ ତ୍ରୈମାସରେକମ୍ପାନି ପ୍ରଥମେ ୨ କୋଟି ଟଙ୍କା ଲାଭ ହାସଲ କରିଥିଲା । କମ୍ପାନିର କ୍ୱିକ କମର୍ସ ଫାର୍ମ ବ୍ଲିଙ୍କିଟ ଚତୁର୍ଥ ତ୍ରୈମାସରେ ଏବିଟା ପଜିଟିଭ ହୋଇପାରିଥିଲା । ସେହିଭଳି ଜୋମାଟା ୧୭୫ କୋଟି ଟଙ୍କାର ନେଟ୍ ଲାଭ ହାସଲ କରିବାକୁ ସକ୍ଷମ ହେଲା ।