ନୂଆଦିଲ୍ଲୀ, ୧୭/୦୫: ଅନଲାଇନ ଖାଦ୍ୟ ଡେଲିଭରି କମ୍ପାନି ଜୋମାଟୋ ଏହାର ନିଜସ୍ବ ୟୁପିଆଇ ଆଣିଛି। ଯାହାର ନାମ ରହିଛି ଜୋମାଟୋ ୟୁପିଆଇ। ଏହି ୟୁପିଆଇକୁ ଆଇସିଆଇସିଆଇ ବ୍ୟାଙ୍କ୍ ସହଭାଗିତାରେ ପ୍ରସ୍ତୁତ କରାଯାଇଛି। ଜୋମାଟୋ ୟୁପିଆଇ ଆସିବା ଦ୍ବାରା ଗ୍ରାହକ ସହଜରେ ୟୁପିଆଇ ପେମେଣ୍ଟ କରିପାରିବେ। ଏଥିପାଇଁ ୟୁପିଆଇ ପେମେଣ୍ଟ ସମୟରେ ଅନ୍ୟ କୌଣସି ଆପ୍କୁ ଯିବାକୁ ପଡ଼ିବ ନାହିଁ। ଜୋମାଟୋ ଆପ୍ରେ ହିଁ ରହି ପେମେଣ୍ଟ କରିହେବ।
ଏହି ସୁବିଧା ଗ୍ରାହକଙ୍କ ପାଇଁ ପେମେଣ୍ଟ ଆହୁରି ସରଳ ହେବ। କମ୍ପାନି ଏହାଦ୍ବାରା କ୍ୟାଶ ଅନ୍ ଡେଲିଭରୀ (COD) ଅର୍ଡର କମ୍ କରିବାକୁ ଲକ୍ଷ୍ୟ ରଖିଛି। କାରଣ ସିଓଡି ଦ୍ବାରା ଅତିରିକ୍ତ ଖର୍ଚ୍ଚ ହୋଇଥାଏ। ତେଣୁ ଏଥିରୁ ବର୍ତ୍ତିବା ପାଇଁ କମ୍ପାନି ଏଭଳି ପଦକ୍ଷେପ ନେଇଛି। ଏହା ସହ ଅନେକ ସମୟରେ ଗ୍ରାହକ ସିଓଡିରେ ଅର୍ଡରକୁ ମନା କରିଦେଇଥାନ୍ତି। ଅନେକ ଦିନରୁ ଜୋମାଟୋ ୟୁପିଆଇ ପାଇଁ ଗ୍ରାହକଙ୍କ ଦାବି କରିଆସୁଥିଲେ। କୁହାଯାଉଛି ଚଳିତ ବର୍ଷ ଆରମ୍ଭରେ ନିୟାମକ ତରଫରୁ ଅନୁମତି ମିଳିଥିଲା।
ତେବେ ବର୍ତ୍ତମାନ ସମୟରେ ଜୋମାଟୋ ୟୁପିଆଇ ପାଇଲଟ ପ୍ରୋଜେକ୍ଟ ଭାବରେ ରହିଛି। ଏହାର ଚାହିଦାକୁ ଦେଖି ପରବର୍ତ୍ତୀ ସମୟରେ ଏହାକୁ ଅଧିକ ବ୍ୟାଙ୍କ ସହ ରୋଲ୍ଆଉଟ୍ କରିବାକୁ ଯୋଜନା ରଖିଛି କମ୍ପାନି। ତେବେ ବର୍ତ୍ତମାନ ସମୟରେ ଭାରତୀୟ ବଜାରରେ ଫୋନପେ, ଗୁଗଲପେ ଏବଂ ପେଟିଏମ ଭଳି ଆପ୍ ନିଜର ଦବଦବା ରଖିଛନ୍ତି। ଏମାନେ ପ୍ରାୟ ୯୭ ପ୍ରତିଶତ ବଜାର ସେୟାର ରହିଛି। ଏମିତିରେ ଜୋମାଟୋ ଏମାନଙ୍କ ସହ ପ୍ରତିଯୋଗିତା କରିପାରେ।