ରାଶିଫଳ: ରବିବାର ଛୁଟି ଦିନରେ କେମିତି କଟିବ ଆପଣଙ୍କ ଦିନ, ଜାଣନ୍ତୁ

Published By : Prameya-News7 Bureau | July 17, 2021 IST

ମେଷ – ରାଶିରେ ବଳବାନ ରାହୁ ଏବଂ ଭାଗ୍ୟସ୍ଥ ବୁଧ ଯୋଗୁ ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି, ଆପଣଙ୍କ ଚେଷ୍ଟା କଦାପି ନିଷ୍ଫଳ ହେବ ନାହିଁ । ନିର୍ମାଣାଧୀନ କାମ ଓ ଅନୁଷ୍ଠାନିକ କାମରେ କେତେକ ବ୍ୟତିକ୍ରମ ସୃଷ୍ଟି ହେବାର ସୂଚନା ରହିଛି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩ ।

ଚାଷୀ- ଜଳ ସଞ୍ଚୟ କରନ୍ତୁ ।

ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ ।

ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।

କର୍ମଜୀବି- ଅର୍ଥ ହାନୀ ହେବ ।

ବ୍ୟବସାୟୀ- ସଫଳତା ମିଳିବ ।

ଗୃହିଣୀ- ସୁଖଭାରା ଦିନଟି ।

ବୃଷ – ପାରିବାରିକ ଅସ୍ଥିରତା ଲାଗି ରହିବା କାରଣରୁ ମନରେ ସରସତା ରହିବ ନାହିଁ । ବିଶେଷ ପରିଶ୍ରମ ଓ ଅନିଦ୍ରାଜନିତ ସ୍ନାୟବିକ ଦୁର୍ବଳତା ଅନୁଭବ କରିପାରନ୍ତି । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୯ ।

ଚାଷୀ- ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ ।

ରୋଗୀ- ସୁସ୍ଥ ଅନୁଭବ କରିବେ ।

ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ ।

କର୍ମଜୀବି- ସମ୍ମାନିତ ହେବେ ।

ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।

ଗୃହିଣୀ- ସଜାସଜିରେ ବ୍ୟସ୍ତ ରହିବେ ।

ମିଥୁନ - ଯେଉଁଥିପାଇଁ ଚିନ୍ତିତ ରହିଛନ୍ତି, ଆଜି ସେଥିରୁ ଅନେକାଂଶରେ ହାଲୁକା ଅନୁଭବ କରିବେ । ଅଫିସରେ ଭାବପ୍ରବଣବଶତଃ ପ୍ରତିକ୍ରିୟା ହଠାତ୍ ପ୍ରକାଶ କରିବା ଠିକ୍ ହେବ ନାହିଁ । ପରିବହନ ସମସ୍ୟାରେ ଜନିତ ହୋଇପାରନ୍ତି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୬ ।

ଚାଷୀ- ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ ।

ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।

ଛାତ୍ରଛାତ୍ରୀ- ବ୍ୟାୟାମ୍ କରନ୍ତୁ ।

କର୍ମଜୀବି- ସହଯୋଗ ମିଳିବ ।

ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ ।

ଗୃହିଣୀ- ସୁଖ ଅନୁଭବ କରିବେ ।

କର୍କଟ – ପାପଗ୍ରହଯୁକ୍ତ ତୃତୀୟଭାବ ପ୍ରଭାବରେ ବନ୍ଧୁଙ୍କ ଉପରେ ଅଯଥା ରାଗ କିମ୍ବା ଅଭିମାନ କରି ଚୁପ୍ ରହିଲେ କ୍ଷତିରେ ପଡିବେ । ବିଶିଷ୍ଟ ବ୍ୟକ୍ତିମାନଙ୍କ ଅନୁରୋଧରେ ସାମାଜିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୮ । ଚାଷୀ- ଶ୍ରମ ସାର୍ଥକ ହେବ ।

ରୋଗୀ- ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

ଛାତ୍ରଛାତ୍ରୀ- ବହୁ ପରିଶ୍ରମ କରିବାକୁ ପଡିବ ।

କର୍ମଜୀବି- ପ୍ରଶଂସିତ ହେବେ ।

ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ ।

ଗୃହିଣୀ- ସଜାସଜିରେ ବ୍ୟସ୍ତ ରହିବେ ।

ସିଂହ – ରବିବାର କର୍ମାରମ୍ଭ ସକାଶେ ସହ ଆଲୋଚନା କରିବେ । ପଛକଥା ନ ଭାବି ଏହି ସମୟର ପରିସ୍ଥିତିକୁ ସାମନା କରିବାକୁ ଚେଷ୍ଟା କଲେ ଉପକୃତ ହେବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୬ ।

ଚାଷୀ- ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ ।

ରୋଗୀ- ସତର୍କତାର ଦିନ ।

ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।

କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।

ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।

ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

କନ୍ୟା – ପାରିବେଶିକ ଅସ୍ଥିରତା କାରଣରୁ ମାନସିକ ଅଶାନ୍ତି ଦେଖାଦେଇପାରେ । ବାହାର ସ୍ଥାନରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ, ନଚେତ ଅଦଳବଦଳ ହୋଇଯାଇପାରେ । ବନ୍ଧୁଙ୍କ ସାହାର୍ଯ୍ୟ ସହ-ଯୋଗ ଲୋଡିପାରନ୍ତି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୭ ।

ଚାଷୀ- ଜଳ ସଞ୍ଚୟ କରନ୍ତୁ ।

ରୋଗୀ- ଚକ୍ଷୁ ପୀଡା ହେବ ।

ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।

କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।

ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍ କୁ ହାତଛଡା କରନ୍ତୁ ନାହିଁ ।

ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ।

ତୁଳା – କର୍ମାରମ୍ଭରେ ସଂକଟରେ ସମ୍ମୁଖୀନ ହେଲେ ହେଁ ଯୁକ୍ତି ଯୁକ୍ତ କହି କାମ ହାସଲ କରିବେ । ଦୀର୍ଘ ଦିନରୁ କୌଣସି ଦ୍ରବ୍ୟ ଲାବରୁ ଖୁସୀ ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୧ ।

ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)

ରୋଗୀ- ଆୟୁର୍ବେଦୀ ଚିକିତ୍ସା ଲାଭ ଦେବ ।

ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।

କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।

ବ୍ୟବସାୟୀ- ନୂଆ ଡିଲ୍ ମିଳିବ ।

ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

ବିଛା – ଉଚ୍ଚାରୋହୀ ରବି ଓ ମଙ୍ଗଳ ପ୍ରଭାବରେ ସରକାରୀ ସ୍ତରରୁ ଆର୍ଥିକ ସାହାର୍ଯ୍ୟ ଲାଭକରି କେତେକାଂଶରେ ଖୁସି ରହିବେ । ଆରମ୍ଭ କରିଥିବା କାମଟିକୁ ଶେଷ କରିପାରନ୍ତି। ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୬ ।

ଚାଷୀ- ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ ।

ରୋଗୀ- ସତର୍କତାର ଦିନ ।

ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।

କର୍ମଜୀବି- କାର୍ଯ୍ୟ କରି ପ୍ରଶଂସିତ ହେବେ ।

ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।

ଗୃହିଣୀ- ଧାର୍ମିକ ହେବେ ।

ଧନୁ – ବନ୍ଧୁଙ୍କ ପରାମର୍ଶରେ ନୂଆ କାମ ହାତକୁ ନେବେ । ଏଣେ ଅଫିସ୍ କାମରେ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ବିଭିନ୍ନ ଯୋଜନାର ପରିକଳ୍ପନା କରିବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୪ ।

ଚାଷୀ- ଅନ୍ୟ ଚାଷ କରିବାକୁ ମନ ବଳାଇବେ ।

ରୋଗୀ- ଚିକିତ୍ସା ପାଇଁ ବିଦେଶ ଯାଇପାରନ୍ତି ।

ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି ।

କର୍ମଜୀବି- ପ୍ରମୋସନ୍ ମିଳିବ ।

ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ ।

ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

ମକର – ରବିବାର ଖର୍ଚ୍ଚ ପରିମାଣ ବଢିଯିବ । ଦାମ୍ପତ୍ୟ ଜୀବନରେ ସହନଶୀଳତା ଗୁଣର ଅଭାବ ଅଶାନ୍ତିର କାରଣ ହେବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୯ ।

ଚାଷୀ- ଜଳ ସଞ୍ଚୟ କରନ୍ତୁ ।

ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।

ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।

କର୍ମଜୀବି- କରତ୍‌କର୍ମା ହେବେ ।

ବ୍ୟବସାୟୀ- ସ୍ୱାଭିମାନୀ ହେବେ ।

ଗୃହିଣୀ- ଧାର୍ମିକ ହେବେ ।

କୁମ୍ଭ  -  ପଦସ୍ଥବ୍ୟକ୍ତିଙ୍କ ସହାୟତାରେ ଅଭିଳାଷ ସମୟାନ୍ତରେ ପୂରଣ ହୋଇଯିବ । ଆଜି ବନ୍ଧୁଙ୍କ ସହ ଆଳାପ ଆଲୋଚନାରେ ସମୟ କଟାଇବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୨ ।

ଚାଷୀ- ଉତ୍ତମ ଫଳ ପାଇବେ ।

ରୋଗୀ- ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

ଛାତ୍ରଛାତ୍ରୀ- ବିଜ୍ଞ ହେବେ ।

କର୍ମଜୀବି- ପ୍ରଶଂସିତ ହେବେ ।

ବ୍ୟବସାୟୀ- ଅର୍ଥ ଲାଭ ହେବ ।

ଗୃହିଣୀ- ସୁଖୀ ହେବେ ।

ମୀନ - ରବିବାର ରାଶ୍ୟାଧିପତି ସହ ଅନ୍ୟ ଦୁଇଟି ଗ୍ରହଙ୍କ ସମାବେଶ କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିିତି ସୃଷ୍ଟି କରିପାରନ୍ତି । ପରିବାରରେ ସାମାନ୍ୟ କଥାକୁ କେନ୍ଦ୍ରକରି ପାରିବାରିକ କ୍ଷେତ୍ରରେ ସମସ୍ୟାଜନିତ ଟେନ୍‌ସନ ସୃଷ୍ଟି କରିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।

ଚାଷୀ- ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ ।

ରୋଗୀ- ଥଣ୍ଡାଜନିତ ରୋଗ ହୋଇପାରେ ।

ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।

କର୍ମଜୀବି- କାର୍ଯ୍ୟ ତତ୍ପର ରହିବେ ।

ବ୍ୟବସାୟୀ- ପ୍ରଚୁର ଲାଭ ହେବ ।

ଗୃହିଣୀ- ଭାଗ୍ୟଶାଳୀ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.