ଲଗାଣ ବର୍ଷା ଯୋଗୁଁ ବରଗଡର ସ୍ଥିତି ବେହାଲ, ଧୋଇଗଲା ପୁରୁଣା ଜୀରା ନଦୀର ଅସ୍ଥାୟୀ ପୋଲ

Published By : Prameya-News7 Bureau | August 10, 2022 IST

ବରଗଡ ୧୦।୮: ସାରା ରାଜ୍ୟରେ ଲାଗି ରହିଛି ବର୍ଷା । ବରଗଡ଼ ଜିଲ୍ଲାରେ ମଧ୍ୟ ଲଗାଣ ବର୍ଷା ଯୋଗୁଁ ସ୍ଥିତି ବେହାଲ । ବରଗଡ଼ ସହରରୁ ବରପାଲିକୁ ସଂଯୋଗ କରୁଥିବା ପୁରୁଣା ଜୀରା ନଦୀର ଅସ୍ଥାୟୀ ପୋଲ ଧୋଇ ହୋଇଯାଇଛି ।ଯାହା ଫଳରେ ବରଗଡ଼ ସହରକୁ ସଂଯୋଗ କରୁଥିବା ଅମ୍ବାପାଲି, ବରପାଲି, ବଲାଙ୍ଗୀର, ପଦ୍ମପୁର ଓ ସୋହେଲାକୁ ଯିବା ପାଇଁ ପ୍ରାୟ ୮ କିଲୋମିଟର ପର୍ଯ୍ୟନ୍ତ ଅନ୍ୟ ଏକ ପୋଲ ଦେଇ ଯିବାକୁ ପଡୁଛି ।ଉପର ମୁଣ୍ଡ ଛତିଶଗଡ଼ ରାଜ୍ୟରେ ବର୍ଷା ଯୋଗୁଁ ଏପରି ସ୍ଥିତି ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.