suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ସବୁଠାରୁ ଦୁଃଖୀ ଏହି ଦେଶର ଲୋକେ, ଦୁଃଖୀ ଦେଶର ତାଲିକାରେ ଭାରତର ସ୍ଥାନ କେଉଁଠି ?

24/05/2023 at 7:04 PM

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଦୁଃଖୀ ଦେଶର ତାଲିକା ପ୍ରକାଶ ପାଇଛି। ଏଥର ଜିମ୍ବାୱେ ବିଶ୍ୱର ସବୁଠାରୁ ଦୁଃଖୀ ଦେଶ ପ୍ରମାଣିତ ହୋଇଛି। ଏହି ଆଫ୍ରିକୀୟ ଦେଶରେ ମହଙ୍ଗା ବଜାର ଓ ଆର୍ଥିକ ଦୁର୍ବଳତା ଲୋକଙ୍କୁ ଦୁଃଖୀ କରିଦେଇଛି।

ଜନ୍ ହପକିଂ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗର ପ୍ରଫେସରେ ଷ୍ଟିଭ୍ ହାଙ୍କେ ଏହି ତାଲିକା ପ୍ରକାଶ କରିଛନ୍ତି। ତାଲିକାରେ ଜିମ୍ବାୱେର ଆର୍ଥିକ ସ୍ଥିତି ଶୋଚନୀୟ ବୋଲି କୁହାଯାଇଛି। ଯୁଦ୍ଧଗ୍ରସ୍ତ ଦେଶ ଯଥା ୟୁକ୍ରେନ୍ଓ ସିରିଆ ଓ ସୁଦାନ ଠାରୁ ବି ଜିମ୍ବାୱେର ସ୍ଥିତି କରୁଣ। ମୁଖ୍ୟତଃ ଆକାଶ ଛୁଆଁ ଦରଦାମ ଯୋଗୁ ଜିମ୍ୱାୱେର ସ୍ଥିତି ଏମିତି ହୋଇଛି। ଗତବର୍ଷ ଏଠାରେ ମହଙ୍ଗା ସ୍ଥିତି ୨୪୩ ପ୍ରତିଶତ ହୋଇଥିଲା। ଯାହା ଖୁବ୍ ଆଶ୍ଚର୍ଯ୍ୟକର।  

Food Crisis in Zimbabwe Threatens Millions of Rural Children

ଏନେଇ ହାଙ୍କେ ଟ୍ୱିଟ୍ କରି କହିଛନ୍ତି “ ଆକାଶ ଛୁଆଁ ମହଙ୍ଗା ସ୍ଥିତି, ବେରୋଜଗାରୀ ସଂଖ୍ୟା, ଉଚ୍ଚା ସୁଧ ହାର,ଦୁର୍ବଳ ଜିଡିପି ଅଭିବୃଦ୍ଧି ଯୋଗୁ ୨୦୨୨ର ବିଶ୍ୱର ସବୁଠାରୁ ଦୁଃଖୀ ରାଷ୍ଟ୍ରରେ ଜିମ୍ବାୱେ ଏକ ନମ୍ବରରେ ରହିଛି। ଏହାଠାରୁ ଅଧିକ କିଛି କହିବା ଆବଶ୍ୟକ ପଡ଼ୁଛି କି ?” ଜିମ୍ବାୱେର ଏଭଳି ସ୍ଥିତି ପାଇଁ ଦେଶରେ କ୍ଷମତାସିନ ଜାନୁପିଏଫ୍‌କୁ ହାଙ୍କେ ଦାୟୀ କରିଛନ୍ତି।

Is it still necessary to build at your rural homestead? - StartupBiz  Zimbabwe

ବିଶ୍ୱର ସବୁଠାରୁ ଦୁଃଖୀ ଦେଶର ତାଲିକାରେ ମୁଖ୍ୟ ୧୫ ଭିତରେ ଭେନୁଜୁଏଲା, ସିରିଆ, ଲେବାନନ,ସୁଦାନ, ଆର୍ଜେଣ୍ଟିନ, ୟେମେନ, ୟୁକ୍ରେନ୍, କ୍ୟୁବା, ତୁର୍କୀ, ଶ୍ରୀଲଙ୍କା, ହାଇତି, ଅଙ୍ଗୋଲା, ଟୋଙ୍ଗା ଓ ଘାନା ରହିଛନ୍ତି। ତେବେ ସ୍ୱିଜରଲାଣ୍ଡ ସବୁଠାରୁ ଖୁସୀରେ ଦେଶ ବୋଲି ରିପୋର୍ଟରେ କୁହାଯାଇଛି। ଏଠାରେ ଦୁଃଖୀଙ୍କ ସଂଖ୍ୟା କମ୍। ଋଣ ସୁଧହାର କମ୍ ଓ ଜିଡିପି ଅଭିବୃଦ୍ଧି ଯୋଗୁ ସ୍ୱିଜରଲାଣ୍ଡ ଲୋକେ ଖୁସୀ ବୋଲି ହାଙ୍କେ କହିଛନ୍ତି।

ସ୍ୱିଜରଲାଣ୍ଡପଛକୁ ରହିଛି କୁଏତ, ଆୟରଲାଣ୍ଡ, ଜାପାନ, ମାଲେସିଆ, ତାଇୱାନ,ନାଇଜର, ଥାଇଲାଣ୍ଡ, ଟୋଗୋ ଓ ମାଲତା। ଏହି ଦେଶଗୁଡ଼ିକର ଲୋକମାନେ ଖୁସୀରେ ଅଛନ୍ତି।

Five Reasons to visit Switzerland
ସ୍ୱିଜରଲାଣ୍ଡ

ସେହିପରି ଭାରତର ସ୍ଥିତି ଏହି ତାଲିକାରେ ୧୦୩ ରହିଛି। ବେରୋଜଗାରୀ ଯୋଗୁ ଭାରତର ରାଙ୍କ ୧୦୩ ରହିଛି ବୋଲି ହାଙ୍କେ କହିଛନ୍ତି। ସେହିପରି ଆମେରିକା ତାଲିକାରେ ୧୩୪ ସ୍ଥାନରେ ରହିଥିବା ବେଳେ ବିଶ୍ୱରେ ଖୁସୀର ଦେଶ ତାଲିକାରେ ଦୀର୍ଘ ୬ ବର୍ଷ ହେଲା ଆଗରେ ରହୁଥିବା ଫିନ୍‌ଲାଣ୍ଡ ୧୦୯ ତାଲିକାରେ ଅଛି।  

   Related Posts