ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ, ୧୮୯ ରନରେ ଅଲଆଉଟ୍ ଜିମ୍ବାଓ୍ଵେ
18/08/2022 at 4:12 PM

ହରାରେ: ଭାରତ ଏବଂ ଜିମ୍ବାଓ୍ଵେ ମଧ୍ୟରେ ହରାରେ ସ୍ପୋର୍ଟ୍ସ କ୍ଲବରେ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳାଯାଉଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଜିମ୍ବାଓ୍ଵେ ଭାରତୀୟ ବୋଲରଙ୍କ ଶାଣିତ ବୋଲିଂର ମୁକାବିଲା କରିନପାରି ୪୦.୩ ଓଭରରେ ୧୮୯ ରନରେ ଅଲଆଉଟ୍ ହୋଇଛି। ଜଣେ ହେଲେ ବ୍ୟାଟସମ୍ୟାନ ଅର୍ଦ୍ଧଶତକ ହାସଲ କରି ପାରି ନାହାନ୍ତି। ଦଳ ପକ୍ଷରୁ ରେଗିସ୍ ଚକାଓ୍ଵା ସର୍ବାଧିକ ୩୫ ରନ କରିଛନ୍ତି। ରିଚାର୍ଡ ନାଗାରଭା ୩୪ ରନ ଏବଂ ବ୍ରାଡ ଇଭାନ୍ସ ୩୩ ରନ କରିଛନ୍ତି। ଭାରତ ପକ୍ଷରୁ ଦୀପକ ଚହର, ଅକ୍ଷର ପଟେଲ୍ ଏବଂ ପ୍ରସିଦ୍ଧ କୃଷ୍ଣା ପ୍ରତ୍ୟେକ ୩ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ଏହା ପୂର୍ବରୁ ଟସ୍ ଜିତି ଭାରତ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।
Related Posts
ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍, ନାଗପୁରରେ ଖେଳାଯିବ ପ୍ରଥମ ମ୍ୟାଚ୍
9 February 2023