୧ ରନରେ ପାକିସ୍ତାନକୁ ହରାଇ ବଡ଼ ଓଲଟପାଲଟ କଲା ଜିମ୍ୱାୱେ, ପାକ୍ ପାଇଁ ବିଶ୍ୱ କପ ରାସ୍ତା ହେଲା କଠିନ

Published By : Prameya-News7 Bureau | October 27, 2022 IST

ନୂଆଦିଲ୍ଲୀ: ଟି-୨୦ ବିଶ୍ୱ କପ ୨୦୨୨ର ସୁପର ୧୨ର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ପାକିସ୍ତାକୁ ଏକ ରନରେ ପରାସ୍ତ କରିଛି ଜିମ୍ୱାୱେ । ପ୍ରଥମେ ବ୍ୟାଟିଂ କରି ଜିମ୍ୱାୱେ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୩୦ ରନ କରିଥିଲେ । ଏହାର ଜବାବରେ ପାକିସ୍ତାନ ଟିମ ୨୦ ଓଭରରେ ୮ ୱିକେଟ ହରାଇ ୧୨୯ ରନ କରିଥିଲା ।

୧୩୧ ରନର ବିଜୟ ଲକ୍ଷ୍ୟକୁ ନେଇ ପଡିଆକୁ ଓହ୍ଲାଇଥିବା ପାକିସ୍ତାନ ଟିମର ବ୍ୟାଟର ସମ୍ପୂର୍ଣ୍ଣ ରୂପେ ନୈରାସ୍ୟଜନକ ପ୍ରଦର୍ଶନ କରିଥିଲେ । ଜିମ୍ୱାୱେ ଠାରୁ ମିଳିଥିବା ଏହି ପରାଜୟ ପାକିସ୍ତାନର ଦୁର୍ବଳ ବ୍ୟାଟିଂକୁ ସାମନାକୁ ଆଣିଛି । ଆଜମ ଏବଂ ରିଜୱାନ ଶୀଘ୍ର ଆଉଟ ହେବା ପରେ ପାକିସ୍ତାନ ଟିମ ନିଜକୁ ସମ୍ଭାଳିପାରି ନଥିଲା । ଏହାପରେ ଗୋଟିଏ ପରେ ଗୋଟିଏ ୱିକେଟ ଯିବା ଆରମ୍ଭ ହୋଇଥିଲା । ଟୁର୍ଣ୍ଣାମେଣ୍ଟରେ ଲଗାତାର ଦ୍ୱିତୀୟ ପରାଜୟ ସହ ପାକିସ୍ତାନର ବିଶ୍ୱ କପରୁ ବାହାର ହେବାର ସମ୍ଭାବନା ଅଧିକ ହୋଇଛି।

ପାକିସ୍ତାନୀ ବୋଲରଙ୍କ ଶାଣିତ ବୋଲିଂରେ ଜିମ୍ୱାୱେ ଟି-୨୦ ବିଶ୍ୱ କପ ମ୍ୟାଚରେ ୮ ୱିକେଟ ହରାଇ ୧୩୦ ରନ କରିବାରେ ସଫଳ ହୋଇଥିଲା । ପାକିସ୍ତାନ ପକ୍ଷରୁ ମହମ୍ମଦ ୱାସୀମ ସବୁଠୁ ସଫଳ ବୋଲର ଭାବେ ଚାରି ଓଭରରେ ୨୪ ରନ ଦେଇ ଚାରୋଟି ୱିକେଟ ନେଇଥିଲେ । ସେହିପରି ଶଦାବ ଖାନ ଚାରି ଓଭରରେ ୨୩ ରନ ଦେଇ ତିନି ଖେଳାଳିଙ୍କୁ ଆଉଟ୍ କରିଥିଲେ । ଜିମ୍ୱାୱେ ପକ୍ଷରୁ ସୀନ ୱିଲିୟମ୍ସ ୩୧ ରନ କରିଥିଲେ । ପାକିସ୍ତାନ ପାଇଁ ଶାନ ମସୁଦ ୩୮ ବଲରେ ୪୪ ରନ କରିଥିଲେ, କିନ୍ତୁ ଅନ୍ୟ କୌଣସି ବ୍ୟାଟର ରନ ଚେଜରେ ତାଙ୍କୁ ସହଯୋଗ କରି ନଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.