scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପୁଟିନଙ୍କ ନିଦ ଉଡାଇଲେ ଜେଲଂସ୍କି, ଜାତି ସଂଘଙ୍କୁ ଦେଲେ ଋଷିଆର ଭିଟୋ କ୍ଷମତା ଛଡାଇ ନେବାକୁ ପରାମର୍ଶ

21/09/2023 at 6:31 PM

ନ୍ୟୁୟର୍କ ୨୧।୯: ଜିଏ ଆକ୍ରମଣ କରୁଛି ଓ ଆକ୍ରମଣକାରୀ ତାରି ହାତରେ ଅଛି ଭିଟୋ କ୍ଷମତା। ଫଳରେ ତା ବିରୋଧରେ ଉଠିବାକୁ ଥିବା ପ୍ରତ୍ୟେକ ପଦକ୍ଷେପ ଓ  ଲାଗୁ ହେଉଥିବା କଟକଣାକୁ ଭିଟୋ ଲଗାଇ ଅଟକାଇ ଦେଉଛି। ଏହା କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମୀର ଜେଲଂସ୍କି। ଜାତି ସଂଘ ସୁରକ୍ଷା ପରିଷଦ ବାର୍ଷିକ ଅଧିବେଶନକୁ ସମ୍ବୋଧିତ କରି ସେ ଋଷିଆର ସ୍ଥାୟୀ ସଦସ୍ୟତା ସମାପ୍ତ କରିବାକୁ ଦାବି କରିଛନ୍ତି, ଯାହା ଦ୍ୱାରା ଦେଶର ଭିଟୋ କ୍ଷମତା ହଟାଯାଇପାରିବ ବୋଲି ଜେଲଂସ୍କି କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଜେଲଂସ୍କି ଜାତି ସଂଘ ସୁରକ୍ଷା ପରିଷଦରେ ନିଜର ଦମଦାର ଭାଷଣରେ ଋଷିଆକୁ ଟାର୍ଗେଟ୍ କରିଛନ୍ତି।  ଏହି ଅବସରରେ ଜେଲଂସ୍କି ବିଶ୍ୱ ସମୂଦାୟଙ୍କୁ ଋଷିଆର ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ସମାପ୍ତ କରିବାକୁ ନିବେଦନ କରିଛନ୍ତି, ଯାହା ଦ୍ୱାରା ତାର ଭିଟୋ ପାୱାର ଛଡାଇ ନିଆଯାଇପାରିବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଯିଏ ଆକ୍ରମଣକାରୀ ଓ ଆକ୍ରମଣ କରୁଛି ତାରି ହାତରେ ଭିଟୋ ପାୱାର ବି ରହୁଛି। ଯାହା ଦ୍ୱାରା ତା ବିରୋଧରେ ପ୍ରତ୍ୟେକ ପଦକ୍ଷେପ ଓ କଟକଣାକୁ ସେ ଭିଟୋ ପ୍ରୟୋଗ କରି ଅଟକାଇ ଦେଉଛି ବୋଲି କହିଛନ୍ତି।

ସେ କହିଛନ୍ତି ଯେ ଋଷର ଆକ୍ରମଣ ଏକ ଅପରାଧିକ ଘଟଣା। ଏଣୁ ଜାତି ସଂଘ ମସ୍କୋଠାରୁ ଋଷିଆର ଭିଟୋ ଶକ୍ତିକୁ ତତ୍କାଳଋ ପ୍ରତ୍ୟାହାର କରିନେବା କଥା। ଏହା ଏକ ସଂଯୋଗ ଥିଲା, ଯେତେବେଳେ ଜେଲଂସ୍କି ଭାଷଣ ଦେଉଥିଲେ ଋଷୀୟ ଅଧିକାରୀମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ନିଜର ଟ୍ରେଡମାର୍କ ସୈନ୍ୟ ପୋଷାକରେ ଜେଲଂସ୍କି ଯେତେବେଳେ ଭାଷଣ ଦେଉଥିଲେ ସେତେବେଳେ ଋଷୀୟ ଅଧିକାରୀ ତାଙ୍କ ଭାଷଣକୁ ନ ଶୁଣି ନିଜ ସ୍ମାର୍ଟଫୋନକୁ ସ୍କ୍ରଲ କରି ଶୁଣୁନଥିବାର ବାହାନା କରୁଥିଲେ। 

ଜେଲଂସ୍କି କହିଥିଲେ ଯେ ସାରା ବିଶ୍ୱ ଏହି ଯୁଦ୍ଧର ସତ୍ୟତାକୁ ଜାଣେ। ଏହା ଋଷିଆ ଦ୍ୱାରା ଆମ ଦେଶ  ବିରୁଦ୍ଧରେ ଏକ ଅପରାଧିକ ଓ ଅକାରଣ ଆକ୍ରମଣ, ଯାହାର ଉଦ୍ଦେଶ୍ୟ ୟୁକ୍ରେନର ଅଞ୍ଚଳ ଓ ସଂସାଧନକୁ କବଜା କରିବା ବୋଲି ସେ କହିଛନ୍ତି। ଜେଲଂସ୍କି କହିଛନ୍ତି ଯଦି ଋଷିଆଠାରୁ ତାର ସୁରକ୍ଷା ପରିଷଦ ଭିଟୋ ଶକ୍ତି ଛଡାଇ ନିଆଯାଆନ୍ତା ତେବେ ଜାତିସଂଘରେ ଏହା ବଡ଼ ସୁଧାର ହୁଅନ୍ତା। ଜେଲଂସ୍କି କହିଛନ୍ତି ଯେ ଆକ୍ରମଣକାରୀ ହାତରେ ଭିଟୋ ଶକ୍ତି ଜାତି ସଂଘକୁ ବିବାଦୀୟ କରୁଛି।  ଜେଲଂସ୍କି କହିଛନ୍ତି ଯେ ଭିଟୋ ଶକ୍ତି ତତ୍କାଳୀନ ସୋଭିଏତ ସଂଘର ଥିଲା ଋଷିଆର ନୁହେଁ। ଦୁର୍ଭାଗ୍ୟ ବସତଃ ସୁରକ୍ଷା ପରିଷଦ ସିଟ୍‌କୁ ଋଷିଆ ସୋଭିଏତ ସଂଘର ପତନ ପରେ ଚାଲାକି କରି ହାତେଇ ନେଇଛି। ଏହା ଏକ ଅବୈଧ ଅତିକ୍ରମଣ ବୋଲି ସେ କହିଛନ୍ତି।

ରାଷ୍ଟ୍ରପତି ଜେଲଂସ୍କି ମାନବତାର ହୀତରେ ୟୁକ୍ରେନକୁ ସମର୍ଥନ କରିବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ଋଷିଆ ଏବେ ଭୋଜନ ଓ ଉର୍ଜା କୁ ତାର ଅସ୍ତ୍ର କରିଛି, ଯେଉଁଥିରେ ଜାତିସଂଘ ସମର୍ଥିତ ବ୍ୟବସ୍ଥାକୁ ରୋକିବା ବି ଅନ୍ତର୍ଭୁକ୍ତ ଯାହା ୟୁକ୍ରେନକୁ କୃଷ୍ଣସାଗର ଦେଇ ସୁରକ୍ଷିତ ଖାଦ୍ୟଶସ୍ୟ ପରିବହନକୁ ଅନୁମତି ଦେଇଥାଏ ବୋଲି କହିଛନ୍ତି। ତେବେ ଜାତିସଂଘ ସୁରକ୍ଷା ପରିଷଦରେ ଜେଲଂସ୍କିଙ୍କ ଭାଷଣ ପୂର୍ବରୁ ଋଷିଆ ହଟ୍ଟଗୋଳ କରିଥିଲା।  ସୁରକ୍ଷା ପରିଷଦର ବର୍ତ୍ତମାନ ଅଧ୍ୟକ୍ଷ ଆଲବାନିଆର ପ୍ରଧାନମନ୍ତ୍ରୀ ଏ.ଡି. ରାମାଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଥିଲା।

ସୁରକ୍ଷା ପରିଷଦ ଅଧ୍ୟକ୍ଷ ପ୍ରଥମେ ୟୁକ୍ରେନକୁ କହିବାକୁ ଅନୁମତି ଦେଇଥିଲେ। ଯାହାକୁ ଋଷିଆ ରାଜଦୂତ ଭାସିଲୀ ନେବେଞ୍ଜିୟା ଆପତ୍ତି କରିଥିଲେ ଓ କହିଥିଲେ ପୂର୍ବତନ ହାସ୍ୟକଳାକାର ଜେଲଂସ୍କିଙ୍କୁ ପ୍ରଥମେ ଭାଷଣ ଦେବାକୁ କହିବା ସୁରକ୍ଷା ପରିଷଦଙ୍କ ଅଧିକାରକୁ ଦୁର୍ବଳ କରୁଛି। ଏପରି କରିବା ଦ୍ୱାରା ଅଧିବେଶନ ‘ୱାନମ୍ୟାନ୍ ଷ୍ଟାଣ୍ଡଅପ ସୋ’ରେ ବଦଳିପାରେ ବୋଲି କହିଥିଲେ। ଏହା ଉପରେ ଅଧ୍ୟକ୍ଷ ଏ.ଡି.ରାମା ଧୈର୍ଯ୍ୟ ପୂର୍ବକ ଋଷୀୟ ରାଜଦୂତଙ୍କୁ ଜବାବ ଦେଇ କହିଥିଲେ ଯେ ଏଠାରେ ଏକମାତ୍ର ସମାଧାନ ଅଛି, ଆପଣ ଯୁଦ୍ଧ ରୋକି ଦିଅନ୍ତୁ ଜେଲଂସ୍କି ଏଠାକୁ ଭାଷଣ ଦେବାକୁ ଆସିବେନି।

ତେବେ ଜେଲଂସ୍କିଙ୍କ ଏହି ଭାଷଣ ପରେ ଋଷିଆର ଭିଟୋ କ୍ଷମତା ଛଡାଇ ନିଆଯିବକି ସେ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଯଦିଓ ଏପରି ସମ୍ଭାବନା ବହୁତ କମ୍‌ ତଥାପି ଏହାର ଏକ ଉଦାହରଣ ମଧ୍ୟ ରହିଛି। ଉଲ୍ଲେଖଯୋଗ୍ୟ ଯେ ଜାତି ସଂଘ ୧୯୭୧ ମସିହାରେ ଚୀନ୍ ପ୍ରତିନିଧି ରୂପେ ତାଇୱାନର ଭିଟୋ ପାୱାର ଛଡେଇ ନେଇଥିଲେ ଓ ସେହି ସ୍ଥାନରେ ବେଜିଂର କମ୍ୟୁନିଷ୍ଟ ସରକାରଙ୍କୁ ଏହି ଶକ୍ତି ଦେଇ ଦିଆଯାଇଥିଲା।   

   Related Posts