ଋଷିଆ ସହ ଯୁଦ୍ଧ ରୋକିବାକୁ ଏଲନ ମସ୍କଙ୍କ ପ୍ରସ୍ତାବରେ ଚିହିଁକିଲେ ଜେଲେଂସ୍କି, ଜାଣନ୍ତୁ କହିଛନ୍ତି କ’ଣ?

Published By : Prameya-News7 Bureau | December 01, 2022 IST

କିଭ ୧।୧୨: ଟ୍ୱିଟରର ନୂଆ ମାଲିକ ଏଲନ ମସ୍କ ଆଜିକାଲି କଠିନରୁ କଠିନ ସମସ୍ୟାର ଶରଳ ସମାଧାନ କରିଦେଇ ପାରୁଛନ୍ତି। ଏଥିଲାଗି ସେ ତାଙ୍କ ଟ୍ୱିଟରରେ ପୋଲ କରି ଜନତାଙ୍କ ରାୟ ନେଉଛନ୍ତି ଓ ଲୋକଙ୍କ ରାୟ ଅନୁସାରେ କାମ କରୁଛନ୍ତି। ନିକଟରେ ସେ ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଏକ ସର୍ଭେ କରିଥିଲେ, ଏହା ବାଦେ ସେ ତାଙ୍କର ପରାମର୍ଶ ମଧ୍ୟ ଦେଇଛନ୍ତି। ତେବେ ତାଙ୍କ ପରାମର୍ଶରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦେମୀର ଜେଲେଂସ୍କି, ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ଏଲନ ମସ୍କଙ୍କ ପରାମର୍ଶ ୟୁକ୍ରେନ ରାଷ୍ଟ୍ରପତି ଜେଲେଂସ୍କି,ଙ୍କୁ ପସନ୍ଦ ଆସି ନାହିଁ, ଏଣୁ ସେ ମସ୍କଙ୍କୁ  ସମାଲୋଚନା କରିଛନ୍ତି। ମସ୍କଙ୍କ ପକ୍ଷରୁ ଯୁଦ୍ଧ ସମାପ୍ତ କରିବା ପାଇଁ ପ୍ରସ୍ତାବକୁ ଜେଲେଂସ୍କି, ବିଦ୍ରୁପ କରିଛନ୍ତି ଓ  ଯୁଦ୍ଧ ବିଧ୍ୱଂସ୍ତ ୟୁକ୍ରେନ ପରିଦର୍ଶନ ନିମନ୍ତେ ମସ୍କଙ୍କୁ ଆମନ୍ତ୍ରଣ କରିଛନ୍ତି। ମସ୍କଙ୍କୁ ଉଲ୍ଲେଖ କରି ଜେଲେଂସ୍କି,ନ୍ୟୁୟର୍କ ଟାଇମ୍ସର ଡେଲି ବୁକ୍ ସମିଟରେ କହିଛନ୍ତି ଯେ ‘ମୋତେ ଲାଗୁଛି ହୁଏତ ମସ୍କଙ୍କ ଉପରେ କାହାର ପ୍ରଭାବ ରହିଛି, ନଚେତ ସେ ମନକୁ ମନ ଯାହା ଇଛା ତା କହୁଛନ୍ତି’।

{"id":715765,"width":840,"height":473,"sizeSlug":"full","linkDestination":"none"}

ମସ୍କଙ୍କୁ  ୟୁକ୍ରେନ ନିମନ୍ତ୍ରିତ କରି ଜେଲେଂସ୍କି, କହିଛନ୍ତି ଯେ ଯଦି ଆପଣ ବୁଝିବାକୁ ଚାହାନ୍ତି ଋଷିଆ ଏଠାରେ କଣ କରିଛି ତେବେ ୟୁକ୍ରେନ ଆସନ୍ତୁ ଓ ଏଠାରେ ସବୁ ଦେଖନ୍ତୁ, ଏହା ପରେ ମୋତେ କୁହନ୍ତୁ ଏହି ଯୁଦ୍ଧକୁ କିପରି ସମାପ୍ତ କରାଯିବ? ଯୁଦ୍ଧ କିଏ ଆରମ୍ଭ କଲା ଓ ସମାପ୍ତ କେବେ ହେବ? ଏହା ପରେ ଜେଲେଂସ୍କି, ମଧ୍ୟ ମସ୍କଙ୍କୁ ନେଇ ଏକ ପୋଲ କରାଇଛନ୍ତି। ଯେଉଁଥିରେ ଜେଲେଂସ୍କି, ଆପଣଙ୍କୁ କେଉଁ ଏଲନ ମସ୍କ ପସନ୍ଦ ବୋଲି ପଚାରିଛନ୍ତି। ଏଥିଲାଗି ୨ଟି ଅପସନ ରଖିଛନ୍ତି ୧-ଋଷର ସମର୍ଥନ କରୁଥିବା ଏଲନ ମସ୍କ ନା ୨-ୟୁକ୍ରେନକୁ ସମର୍ଥନ କରୁଥିବା ଏଲନ ମସ୍କ ବୋଲି ଉଲ୍ଲେଖ କରିଛନ୍ତି।

ଜେଲେଂସ୍କି, ସ୍ପଷ୍ଟ କରିଦେଇଛନ୍ତି ଯେ ଯେ ପର୍ଯ୍ୟନ୍ତ ପୁଟିନ ଋଷିଆର ନେତା ହୋଇ ରହିଥିବେ ସେ ଋଷିଆ ସହ କେବେ ଆଲୋଚନା କରିବେନି। ଉଲ୍ଲେଖଯୋଗ୍ୟ ଯେ ମସ୍କ ଗତ ଅକ୍ଟୋବର ମାସରେ ଋଷିଆ-ୟୁକ୍ରେନ ମଧ୍ୟରେ ଜାରି ଯୁଦ୍ଧକୁ ନେଇ ତାଙ୍କ ଟ୍ୱିଟରରେ ଏକ ପୋଲ କରିଥିଲେ। ଏହି ପୋଲରେ ସେ ଲୋକଙ୍କୁ ‘ହଁ ’ ଓ  ‘ନା’ରେ ଜବାବ ମାଗିଥିଲେ। ଏଥିରେ ସେ ୪ଟି ଗୁରୁତ୍ୱପୂର୍ଣ୍ଣ କଥା ରଖିଥିଲେ। ଏଥିରେ ମସ୍କୋ ନିୟନ୍ତ୍ରଣାଧୀନ ୟୁକ୍ରେନୀୟ କ୍ଷେତ୍ରରେ ଜାତିସଂଘ ଦେଖରେଖରେ ଜନମତ ସଂଗ୍ରହ କରିବା, କ୍ରିମିୟାରେ ଋଷିଆର ଆଧିପତ୍ୟକୁ ସ୍ୱୀକାର କରିବା ଓ ଏଥିରେ ୟୁକ୍ରେନକୁ ଏକ କଣିକିଆ କରି ରଖିବାକୁ ଉଦ୍ୟମ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.