‘ରୁଷ କବଜାରୁ ୬୦୦୦ ବର୍ଗ କିଲୋମିଟର ଅଞ୍ଚଳ ଛଡାଇ ଆଣିଛୁ, ରୁଷ ସୀମାରେ ଆମ ସେନା’: ରାଷ୍ଟ୍ରପତି ଜେଲେନସ୍କି

Published By : Prameya-News7 Bureau | September 13, 2022 IST

ନୂଆଦିଲ୍ଲୀ: ୟୁକ୍ରେନ ସହ ଯୁଦ୍ଧରେ ରୁଷକୁ ଗୋଟିଏ ପରୋ ଗୋଟିଏ ଝଟକା ଲାଗିବାରେ ଲାଗିଛି । ଶନିବାର ଖାରକିଭ ଅଞ୍ଚଳରୁ ରୁଷ ସେନା ଛତ୍ରଭଙ୍ଗ ଦେବା ପରେ ଏବେ ୟୁକ୍ରେନ ସେନାର ମନବୋଳ ଅଧିକ ମଜଭୁତ ଅଛି । ଦେଶରୁ ମସ୍କୋର ସେନାକୁ ବାହାର କରିବା ଦିଗରେ ଆଗକୁ ବଢୁଛି । ଏହାରି ଭିତରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଦାବି କରିଛନ୍ତି ଯେ ତାଙ୍କ ସେନା ରୁଷ କବାଜାରୁ ୬୦୦୦ ବର୍ଗ କିଲୋମିଟର ଅଞ୍ଚଳ ଛଡାଇ ଆଣିବାରେ ସଫଳ ହୋଇଛି ।   

ଜେଲେନସ୍କି କହିଛନ୍ତି,’ ସେପ୍ଟେମ୍ୱର ଆରମ୍ଭଠାରୁ ତାଙ୍କ ସେନା ୟୁକ୍ରେନର ପୂର୍ବ ଏବଂ ଦକ୍ଷିଣରେ ୬୦୦୦ ବର୍ଗ କିଲୋମିଟର ଛଡାଇ ଆଣିବାରେ ସଫଳ ହୋଇଛି । ଏହାସହ ରୁଷ ସେନାକୁ ଦେଶରୁ ବିଦା କରିବା ଦିଗରେ ଅଗ୍ରସର ହେଉଛି’।

କାରକିଭର ଆଞ୍ଚଳିକ ଗଭର୍ଣ୍ଣର ଓଲେହ ପ୍ରକୃତ ସଂଖ୍ୟା ସ୍ପଷ୍ଟ ନ କରି ରୁଷ ସୈନିକଙ୍କୁ ବନ୍ଦୀ କରାଯାଇଥିବା କହିଛନ୍ତି । ରୁଷ ଦ୍ୱାରା ବନ୍ଦୀ ୟୁକ୍ରେନିଆନ ସର୍ଭିସର ସଦସ୍ୟଙ୍କୁ ଛାଡିବା ପରେ ମସ୍କୋର ସୈନିକଙ୍କୁ ଛଡାଯିବ ବୋଲି ସେ କହିଛନ୍ତି । ଚଳିତ ସପ୍ତାହ ଆରମ୍ଭରୁ ୟୁକ୍ରେନ ସେନା ରୁଷଠାରୁ ନିଜର ବହୁ ଗାଁ ଏବଂ ଅଞ୍ଚଳ ଫେରାଇ ଆଣିବାରେ ସଫଳ ହୋଇଛି । ମାର୍ଚ୍ଚରେ କିଭରୁ ହଟିବା ପରେ ରୁଷ ପାଇଁ ଏହା ଦ୍ୱିତୀୟ ବଡ ଝଟକା ବୋଲି କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.