oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ସଲମାନଙ୍କ ଏହି ଅଭିନେତ୍ରୀ ଆଣିଲେ ଗୁରୁତର ଅଭିଯୋଗ: ଚୁମ୍ବନ ଦୃଶ୍ୟର ରିହାରସାଲ ପାଇଁ ବାଧ୍ୟ କରୁଥିଲେ ନିର୍ଦ୍ଦେଶକ

17/09/2019 at 5:15 PM

ମୁମ୍ବାଇ୧୭|୯: ବଲିଉଡ ସୁଲତାନ ସଲମାନ ଖାନଙ୍କ ସହ ବୀର ଫିଲ୍ମରେ ଡେବ୍ୟୁ କରିଥିବା ଅଭିନେତ୍ରୀ ଜରୀନ ଖାନ ଏକ ବଡ ଅଭିଯୋଗ ଆଣିଛନ୍ତି। ଏକ ସାକ୍ଷାତକାରରେ ଜରାନ କାଷ୍ଟିଙ୍ଗ କାଉଚ ବିଷୟରେ କହିଛନ୍ତି। ସେ କହିଛନ୍ତି ଯେ, ଥରେ ନିର୍ଦ୍ଦେଶକ କିସିଂ ସିନ୍‌ ରିହର୍ସଲ କରିବା ବାହାନାରେ ତାଙ୍କ ସହ ଦୁର୍ବବ୍ୟହାର କରିବାକୁ ଚେଷ୍ଟା କରିଥିଲେ। ସେତେବେଳେ ସେ ଇଣ୍ଡଷ୍ଟ୍ରିକୁ ନୂଆ ନୂଆ ଆସିଥିଲେ।

ନିଜ ଭିତରେ ଥିବା ଡରକୁ ବାହାର କରିବାକୁ ହେବ ବୋଲି ନିର୍ଦ୍ଦେଶ ତାଙ୍କୁ କହିବା ସହ ତାଙ୍କ ସହ କିସିଂ ସିନର ରିହରସେଲ କରିବାକୁ ଉଦ୍ୟମ କରିଥିଲେ । ଅବଶ୍ୟ ଜରୀନ ନିର୍ଦ୍ଦେଶକ କଥା ମାନିନଥିଲେ। ଜରୀନଙ୍କ ପାଇଁ ତାଙ୍କ ଆତ୍ମସମ୍ମାନ୍ ବହୁତ ଗୁରୁତ୍ବପୂର୍ଣ୍ଣ। ତାଙ୍କୁ ନୂଆ ପ୍ରୋଯେକ୍ଟ ମିଳିବା ପାଇଁ ମଧ୍ୟ ଏମିତି ହିଁ କିଛି ଅଫର ଆସିଥିଲା ବୋଲି ସେ କହିଛନ୍ତି।

କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଜରୀନ ଫଟୋ ସେୟାର କରିଥିଲେ। ଏହି ଫଟୋରେ ତାଙ୍କ ଖୋଲା ପେଟର ଷ୍ଟ୍ରେଚ୍‌ ମାର୍କ ଦେଖି ୟୁଜରମାନେ ଟ୍ରୋଲ କରିଥିଲେ। ଜରୀନ ଖାନ ଏହି ଫଟୋରେ ରାଜସ୍ତାନ ଉଦୟପୁରସ୍ଥିତ ପିଛୋଲା ଲେକ୍‌ ପାଖରେ ଠିଆ ହୋଇ ପୋଜ୍‌ ଦେଇଥିଲେ।

ଏହି ଫଟୋରେ ତାଙ୍କୁ ଟ୍ରୋଲ କରାଯାଇଥିଲା ସତ, ତଥାପି ସେ ଏହାର ଜବାବ ରଖିଥିଲେ। ସେ କହିଥିଲେ ଯେ, ତାଙ୍କ ପେଟରେ ଥିବା ଷ୍ଟ୍ରେଚ ମାର୍କ ଜଣେ ଏମିତି ଯୁବତୀଙ୍କ ଫଟୋ ଯିଏ ୫୦ କିଲୋରୁ ଅଧିକ ଓଜନ ହ୍ରାସ କରିଛି। ଏହା ସ୍ବାଭାବିକ ବୋଲି ସେ ଲେଖି ଟ୍ରୋଲର ସାମ୍ନା କରିଥିଲେ।

୧୯୮୭ ମସିହା ମେ ମାସ ୧୪ ତାରିଖରେ ଜରୀନଙ୍କ ଜନ୍ମ ମୁମ୍ବାଇରେ ହୋଇଥିଲା। ୨୨ ବର୍ଷ ବୟସରେ ସେ ବଲିଉଡରେ ଡେବ୍ୟୁ କରିଥିଲେ। ଗତ ୬ ବର୍ଷ ମଧ୍ୟରେ ଜରୀନ ମାତ୍ର ୫ଟି ଫିଲ୍ମ କରିଛନ୍ତି। ବଲିଉଡ ସହ ସେ ତାମିଲ ଓ ପଂଜାବି ଫିଲ୍ମରେ ମଧ୍ୟ କାମ କରିଛନ୍ତି।

ଜରୀନ ବଲିଉଡରେ ଏଣ୍ଟ୍ରି କରିବା ସମୟରେ ତାଙ୍କ ଓଜନ ବହୁତ ଅଧିକ ଥିଲା। ହେଲେ ସଲମାନ ଖାନଙ୍କ ପରାମର୍ଶ ଦ୍ବାରା ସେ ତାଙ୍କ ଓଜନ କମ କରିଥିଲେ। ଜରୀନ ଏବେ ବହୁତ ସ୍ଲିମ ଦେଖାଯାଆନ୍ତି। ଗୋଟେ ସମୟରେ ତାଙ୍କ ଓଜନ ୧୦୦ କିଲୋ ଥିଲା।

   Related Posts