ଅଭିନେତ୍ରୀ ଜରିନ୍‌ ଖାନ୍‌ଙ୍କୁ ଡେଙ୍ଗୁ, ହସ୍ପିଟାଲ୍‌ରେ ହେଲେ ଭର୍ତ୍ତି

Published By : Prameya-News7 Bureau | August 17, 2023 IST

ମୁମ୍ଵାଇ ୧୭।୦୮: ବଲିଉଡ୍‌ ଅଭିନେତ୍ରୀ ଜରିନ୍ ଖାନ। ବର୍ତ୍ତମାନ ତାଙ୍କ ବିଷୟରେ ବଡ ଖବର ସାମ୍ନାକୁ ଆସୁଛି । ନିକଟରେ ଅଭିନେତ୍ରୀଙ୍କ ସ୍ଵାସ୍ଥ୍ୟା ଅବସ୍ଥା ବିଗିଡି ଯାଇଛି। ଏଭଳି ପରିସ୍ଥିତିରେ ଜରିନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  ବର୍ତ୍ତମାନ ଜରିନ୍‌ ଡାକ୍ତରଖାନାରେ ଅଛନ୍ତି। ତାଙ୍କର ଡେଙ୍ଗୁ ଏବଂ ପ୍ରବଳ ଜ୍ଵର ରହିଛି। ଏଥି ସହିତ, ଜରିନ୍ ମଧ୍ୟ ପୁରା ଶରୀରରେ ଯନ୍ତ୍ରଣା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଜରିନ୍ ନିଜେ ନିଜ ସୋସିଆଲ୍ ମିଡିଆ ପେଜ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।

ଜରିନ୍ ପୂର୍ବରୁ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଫଟୋ ପୋଷ୍ଟ କରିଥିଲେ। ଯେଉଁଥିରେ ତାଙ୍କ ହାତରେ ଏକ ବ୍ୟାଣ୍ଡେଜ୍‌ ଦେଖିବାକୁ ମିଳିଥିଲା । ଏହା ପରେ ଜରିନ୍ ଏକ ଜୁସ୍ ଗ୍ଲାସର ଏକ ଫଟୋ ପୋଷ୍ଟ କରି  କ୍ୟାପସନରେ ଲେଖିଥିଲେ, 'ରିକଭରି ମୋଡ୍'। ଏବେ ଅଭିନେତ୍ରୀଙ୍କ ଏହି ଫଟୋ ଭାଇରାଲ ହେବାରେ ଲାଗିଛି।

କହିବାକୁ ଗଲେ ଜରିନ୍ ଖାନ୍ ସୋସିଆଲ୍ ମିଡିଆରେ ବହୁତ ଆକ୍ଟିଭ୍‌ ରୁହନ୍ତି । ଫିଲ୍ମରେ କ୍ଵିଚିତ୍ ଦେଖିବାକୁ ମିଳେ । କିନ୍ତୁ ନିଜ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଅଭିନେତ୍ରୀ କ୍ରମାଗତ ଭାବରେ ନିଜ ପ୍ରଶଂସକଙ୍କ ସହ ସଂଯୁକ୍ତ ରହିବାକୁ ଚେଷ୍ଟା କରନ୍ତି । ତାଙ୍କ ବ୍ୟକ୍ତିଗତ ଜୀବନରୁ ବୃତ୍ତିଗତ ଜୀବନ ପର୍ଯ୍ୟନ୍ତ ଝଲକ ଜରିନଙ୍କ ଇନଷ୍ଟାଗ୍ରାମ ପେଜ୍‌ରେ ଦେଖିବାକୁ ମିଳେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.