ଓମାନରୁ ଭାରତ ଆସିବ ପଳାତକ ଜାକିର ନାଇକ ? ଉଦ୍ୟମ ଚଳାଇଛନ୍ତି ଭାରତ ସରକାର

Published By : Prameya-News7 Bureau | March 22, 2023 IST

ନୂଆଦିଲ୍ଲୀ ୨୨।୦୩: ପଳାତକ ଜାକିର ନାଇକ ଉପରେ ଚାପ ପକାଇବାକୁ ଭାରତ ସରକାରଙ୍କ ପ୍ରୟାସ ଜାରି ରହିଛି। କଠୋରପନ୍ଥୀ ବିବାଦୀୟ ଇସଲାମିକ ପ୍ରଚାରକ ଜାକିରକୁ ଓମାନରୁ ଗିରଫ କରାଯାଇ ଭାରତକୁ ଅଣାଯାଇପାରେ ବୋଲି କୁହାଯାଉଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଜାକିରକୁ ଓମାନରେ ପ୍ରବେଶ ଅନୁମତି ନଦେବା ପୂର୍ବରୁ ଭାରତ ଓମାନ ସରକାରକୁ କହିଥିଲା। ଉଲ୍ଲେଖନୀୟ ଓମାନରେ ଜାକିର ନାଇକର ଦୁଇଟି କାର୍ଯ୍ୟକ୍ରମ ମାର୍ଚ୍ଚ ୨୩ ଓ ମାର୍ଚ୍ଚ ୨୫ରେ ଅନୁଷ୍ଠିତ ହେବାର ରହିଛି ।

ଜାକିର ନାଇକର ଗୋଟିଏ କାର୍ଯ୍ୟକ୍ରମରେ 'କୁରାନ ଜଗତର ଆବଶ୍ୟକତା' ବିଷୟରେ ବକ୍ତବ୍ୟ ଦେବାକୁ ଥିବା ବେଳେ ଅନ୍ୟ ବିଷୟଟି ହେଉଛି 'ଭବିଷ୍ୟତ ବକ୍ତା ମହମ୍ମଦଙ୍କ ଉପରେ ଦୟା'। ଓମାନରେ ଧାର୍ମିକ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ପ୍ରଥମ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ବେଳେ ଅନ୍ୟଟି କାବୁସ୍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବ ।  କୁହାଯାଉଛି ଯେ ଜାକିର ନାଇକ ତିନି ଦିନ ଧରି ଓମାନରେ ରହିପାରେ ।

ମିଳିଥିବା ସୂତ୍ର ଅନୁଯାୟୀ,ବର୍ତ୍ତମାନ ଜାକିର ନାଇକ ଓମାନରେ ନାହିଁ । କିଛି ବର୍ଷ ପୂର୍ବରୁ ଭାରତରେ ଜାକିର ନାଇକ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା । ସେତେବେଳେ ସେ ଦେଶରୁ ପଳାୟନ କରି ବ୍ରିଟେନରେ ଶରଣ ନେଇଥିଲା। କିନ୍ତୁ ସେଠାରେ ଧାର୍ମିକ ଗତିବିଧି ଯୋଗୁଁ ତା ଉପରେ ପ୍ରତିବନ୍ଧକ ଲଗାଇଥିଲେ ବ୍ରିଟେନ ସରକାର । ତାପରେ ଜାକିର ମାଲେସିଆ ଯାଇଥିଲା ଏବଂ ୩ ବର୍ଷ ହେବା ମାଲେସିଆ ହିଁ ତାର ନୂଆ ଠିକଣା ପାଲଟିଛି । ତେବେ ଜାକିର ନାଇକକୁ ଫିଫା ବିଶ୍ବକପ ସମୟରେ କାତାରରେ ଦେଖିବାକୁ ମିଳିଥିଲା ।     

ସୂଚନା ଅନୁଯାୟୀ ଜାକିର ନାଇକଙ୍କ ବିରୋଧରେ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେବା, ଆତଙ୍କବାଦକୁ ପ୍ରୋତ୍ସାହିତ କରିବା ଏବଂ ଅର୍ଥ ହେରଫେର ଭଳି ଅଭିଯୋଗ ରହିଛି ।  ସେ ୨୦୧୬ରେ ଭାରତ ଛାଡି ମାଲେସିଆରେ ଶରଣ ନେଇଥିଲା ଏବଂ ସେଠାରେ ହିଁ ତାକୁ ସ୍ଥାୟୀ ବାସିନ୍ଦାର ନାଗରିକତା ମିଳିଛି। ଅନ୍ୟପଟେ ଭାରତରେ ଜାକିର ନାଇକର ଇସଲାମିକ୍ ରିସର୍ଚ୍ଚ ଫାଉଣ୍ଡେସନ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.