ମୁମ୍ଵାଇ ୨୯।୦୫; 'ଦଙ୍ଗଲ' ଏବଂ 'ସିକ୍ରେଟ୍ ସୁପରଷ୍ଟାର' ଭଳି ଚଳଚ୍ଚିତ୍ରରେ ନଜର ଆସିଥିଲେ ଜାୟରା ୱାସିମ। ବର୍ତ୍ତମାନ ତାଙ୍କ ପରିବାରରୁ ଦୁଃଖଦ ଖବର ସାମ୍ନାକୁ ଆସୁଛି। ଜାୟରାଙ୍କ ପିତା ଜାହିଦ ୱାସିମଙ୍କର ଦେହାନ୍ତ ହୋଇଛି। ଜାୟରା ନିଜେ ତାଙ୍କ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। କିଛି ସମୟ ପୂର୍ବରୁ, ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ନୋଟ୍ ସେୟାର କରିଥିଲେ । ଜାୟରା ୱାସିମ ତାଙ୍କ ପୋଷ୍ଟରେ ଲେଖିଛନ୍ତି, 'ମୋ ବାପା ଜାହିଦ ୱାସିମ ଆଉ ନାହାଁନ୍ତି। ସେମାନଙ୍କୁ ତୁମର ପ୍ରାର୍ଥନାରେ ସାମିଲ କର ଏବଂ ଆଲ୍ଲାଙ୍କୁ ସେମାନଙ୍କର ଭୁଲ କ୍ଷମା କରିବାକୁ କୁହ ।
ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି
କୁହାଯାଉଛି ଯେ ମଙ୍ଗଳବାର ବିଳମ୍ବିତ ରାତି ୧୦ଟା ସମୟରେ ଶ୍ରୀନଗରର ହାୱାଲର ଡିଡି ବାଗ ମସଜିଦ ମହମ୍ମଦିଆରେ ଜାୟରାଙ୍କ ପିତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ବର୍ତ୍ତମାନ ଜାୟରାଙ୍କ ଏହି ପୋଷ୍ଟ ବହୁତ ଭାଇରାଲ ହେବାରେ ଲାଗିଛି। ଏଥି ସହିତ ସୋସିଆଲ ମିଡିଆ ୟୁଜର୍ସମାନେ ଜାୟରାଙ୍କ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।
My father, Zahid Wasim, has passed away. Please remember him in your prayers and ask Allah to forgive his shortcomings, make his grave peaceful, protect him from its torment, ease his journey from here ahead and grant him the highest level of Jannah and Maghrirah.
— Zaira Wasim (@ZairaWasimmm) May 28, 2024
୨୩ ବର୍ଷିୟ ଜାୟରା ୱାସିମ । ଆମୀର ଖାନଙ୍କ ବ୍ଲକବଷ୍ଟର ଚଳଚ୍ଚିତ୍ର ଦଙ୍ଗଲ ସହିତ ଶିଶୁ କଳାକାର ଭାବରେ ଡେବ୍ୟୁ କରିଥିଲେ । ୨୦୧୬ ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରରେ ସେ ଛୋଟ ଗୀତା ଫୋଗାଟଙ୍କ ଚରିତ୍ରରେ ଅଭିନୟ କରିଥିଲେ । ଦଙ୍ଗଲ ରିଲିଜ ହେବାର ଏକ ବର୍ଷ ପରେ ସେ ଅମୀରଙ୍କ ସହିତ ତାଙ୍କ ଫିଲ୍ମ ସିକ୍ରେଟ୍ ସୁପରଷ୍ଟାରରେ ନଜର ଆସିଥିଲେ। ଉଭୟ ଚଳଚ୍ଚିତ୍ରରେ ଜାୟରାଙ୍କ ଅଭିନୟକୁ ପ୍ରଶଂସା କରାଯାଇଥିଲା। ଏହା ପରେ ତାଙ୍କୁ ୨୦୧୯ରେ ଦି ସ୍କାଏ ଇଜ୍ ପିଙ୍କ୍ ରେ ଦେଖିବାକୁ ମିଳିଥିଲା । ଏହା ପରେ ଜାୟରା ୱାସିମ୍ ବହୁ ବର୍ଷ ପୂର୍ବେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବିଦାୟ ଦେଇଥିଲେ।