Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

‘ନକଲ୍ ବଲ୍’ ଉଦ୍ଭାବନ କରିଥିବା ଏହି ଖେଳାଳି ଚାହୁଁଥିଲେ ଇଞ୍ଜିନିୟର ହେବାକୁ, କିନ୍ତୁ ବାପାଙ୍କ ନିର୍ଦ୍ଦେଶରେ ବଦଳାଇଥିଲେ କ୍ୟାରିଅର

7/10/2022 at 2:04 PM

ମୁମ୍ୱାଇ ୭/୧୦: ଭାରତର କିମ୍ବଦନ୍ତୀ ଦ୍ରୁତ ବୋଲର ଜହିର ଖାନ । ଅକ୍ଟୋବର ୭ ତାରିଖରେ ତାଙ୍କର ଜନ୍ମଦିନ । ଆଜି ସେ ୪୪ ବର୍ଷ ବୟସରେ ପାଦ ଥାପିଛନ୍ତି । ୧୪ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରରେ ଜହିର ମୋଟ ୬୧୦ ୱିକେଟ୍ ନେଇଛନ୍ତି । ‘ନକଲ ବଲ’ ଉଦ୍ଭାବକ ଭାବେ ଜହିରଙ୍କୁ ବିବେଚନା କରାଯାଏ । ଏହା ଏମିତି ଏକ ବଲ ଯାହାକୁ ପକାଇ ୨୦୧୧ ବିଶ୍ୱକପରେ ରଚିଥିଲେ ଇତିହାସ । ଆଜି ଆସନ୍ତୁ ଜାଣିବା ତାଙ୍କ ଜନ୍ମଦିନରେ ଅନେକ ଅକୁହା କଥା ।

ଜହିର୍ କଦାପି କ୍ରିକେଟର ହେବାକୁ ଚାହୁଁନଥିଲେ । ସେ ଜଣେ ଇଞ୍ଜିନିୟର ହେବାକୁ ଚାହୁଁଥିଲେ । କିନ୍ତୁ ତାଙ୍କ ଭାଗ୍ୟ ତାଙ୍କୁ କରିଦେଲା ଷ୍ଟାର । ୧୯୭୮ମସିହାରେ ମହାରାଷ୍ଟ୍ରର ଅହମ୍ମଦନଗରରେ ଜନ୍ମଗ୍ରହଣ କରିଥିଲେ ଜହିର ଖାନ୍ । ଶ୍ରୀରାମପୁରର ବାସିନ୍ଦା ଜହିର ଖାନ ପାଠ ପଢି ଇଞ୍ଜିନିୟର ହେବାକୁ ଚାହୁଁଥିଲେ । କିନ୍ତୁ ତାଙ୍କ ପିତା ତାଙ୍କର ଏହି ନିଷ୍ପତ୍ତିରେ ରାଜି ନଥିଲେ । ସେ କହିଥିଲେ ଯେ ଦେଶରେ ଅନେକ ଇଞ୍ଜିନିୟର ଅଛନ୍ତି, ଜଣେ ଦ୍ରୁତ ବୋଲର ହୋଇ ଦେଶ ପାଇଁ ଖେଳ । ଜହିରଙ୍କ ପିତା ତାଙ୍କୁ ୧୭ ବର୍ଷ ବୟସରେ ମୁମ୍ବାଇ ନେଇ ଚାଲିଯାଇଥିଲେ । ପରେ ଜିମଖାନା ବିପକ୍ଷ ଫାଇନାଲରେ ଜହିର ସାତ ୱିକେଟ୍ ନେଇ ଆସିଥିଲେ ଲାଇମଲାଇଟକୁ ।

୨୦୦୦ ରେ ଅନ୍ତର୍ଜାତୀୟ ଡେବ୍ୟୁ:
ଏହିଠାରୁ ଆରମ୍ଭ ହୋଇଥିଲା ଜହିରଙ୍କ କ୍ରିକେଟ୍ କ୍ୟାରିୟର । ମୁମ୍ବାଇ ଏବଂ ପଶ୍ଚିମ ଜୋନର ଅଣ୍ଡର-୧୯ ଦଳରେ ତାଙ୍କୁ ସମାଲି କରାଗଲା । ପରେ ଜହିର ଏମଆରଏଫ ପେସ ଏକାଡେମୀ ମାଧ୍ୟମରେ ସଫଳତାର ସିଢି ଚଢିବା ଆରମ୍ଭ କରିଦେଇଥିଲେ । ଏହପରି ଭାବେ ଭାରତୀୟ ଦଳରେ ସ୍ଥାନ ପାଇଥିଲେ ଜହିର । ୨୦୦୦ ମସିହାରେ ସେ ଟିମ୍ ଇଣ୍ଡିଆ ପାଇଁ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ ।

୯୨ଟି ଟେଷ୍ଟ ଓ ୨୦୦ଟି ODI ଖେଳିଛନ୍ତି ଜହିର:
ଜହିର ୧୪ ବର୍ଷର ଆନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟରରେ ଭାରତ ପାଇଁ ଖେଳୁଥିବାବେଳେ ମୋଟ ୯୨ଟେଷ୍ଟ ଏବଂ ୨୦୦ଟି ODI ଖେଳିଛନ୍ତି । ଏହି ସମୟରେ ସେ ଟେଷ୍ଟରେ ୩୧୧ ୱିକେଟ୍ ଏବଂ ODI ରେ ୨୮୧ ୱିକେଟ୍ ନେଇଥିଲେ । ଜହିର ଏହି ସମୟ ମଧ୍ୟରେ ୧୭ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ଖେଳି ୧୭ ୱିକେଟ୍ ନେଇଥିଲେ । ମୋଟ ଉପରେ, ଜହିର ୩୦୯ଟି ଅନ୍ତର୍ଜାତୀୟ ମ୍ୟାଚରେ ୬୧୦ ୱିକେଟ୍ ନେଇ ଦେଶର ସଫଳତମ ଦ୍ରୁତ ବୋଲର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିଲେ ।

   Related Posts