ସୋନାକ୍ଷୀଙ୍କ ଜନ୍ମ ଦିନରେ ବଏଫ୍ରେଣ୍ଡ ଜହିର କଲେ ପ୍ରପୋଜ୍‌, ସେୟାର କଲେ ଫଟୋ…

Published By : Prameya-News7 Bureau | June 03, 2023 IST

ମୁମ୍ଵାଇ ୦୩।୦୬: ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା। ନିକଟରେ ସେ ତାଙ୍କର ୩୬ ତମ ଜନ୍ମଦିନ ପାଳନ କରିଥିଲେ। ଏହି ବିଶେଷ ଅବସରରେ ଅଭିନେତ୍ରୀ ଜହିର ଇକବାଲଙ୍କ ସିକ୍ରେଟ୍‌ ଗର୍ଲଫ୍ରେଣ୍ଡ ସୋନାକ୍ଷୀଙ୍କ ପାଇଁ ଏକ ସ୍ୱତନ୍ତ୍ର ପୋଷ୍ଟ ଲେଖିଥିଲେ। କେବଳ ଏତିକି ନୁହେଁ, ଜହିର ଏହି ସମୟରେ ଖୋଲାଖୋଲି ଭାବେ ନିଜର ପ୍ରେମ ବ୍ୟକ୍ତ ମଧ୍ୟ କରିଥିଲେ।

ଏହା ପ୍ରଥମ ଥର ଜହିର ଇକବାଲ ଖୋଲାଖୋଲି ଭାବରେ ସୋନାକ୍ଷୀଙ୍କୁ ଆଇ ଲଭ ୟୁ କହିଥିଲେ । ଏହି ଫଟୋରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥାଏ। ଏପରି ପରିସ୍ଥିତିରେ ସୋନାକ୍ଷୀଙ୍କ ପାଇଁ ଜହିରଙ୍କ ଏହି ବିଶେଷ ପୋଷ୍ଟ ଅତ୍ୟନ୍ତ ସ୍ୱତନ୍ତ୍ର ଥିଲା। ବର୍ତ୍ତମାନ ଏହି ପୋଷ୍ଟ ଆସିବା ପରେ ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ ଏହା ସୋନାକ୍ଷୀ ଏବଂ ଜହିରଙ୍କ ସମ୍ପର୍କର ଏକ ଅଫିସିଆଲ ଆନାଉନ୍ସମେଣ୍ଟ।

wp:html
/wp:html

ଜହିର ସୋନାକ୍ଷୀଙ୍କ ସହ ଫଟୋ ସେୟାର କରି କ୍ୟାପସନରେ ଲେଖିଥିଲେ- 'କୁଚ ଲଗ୍ କହେଙ୍ଗେ, ଲୋଗୋ କା କାମ ହୈ କେହନା। ଯାହା ବି ହେଉ .. ତୁମେ ସବୁବେଳେ ମୋ ଉପରେ ନିର୍ଭର କରିପାରିବ । ସବୁବେଳେ ଖୁସିରେ ହୁଅ । ଦୁନିଆକୁ ଅଧିକରୁ ଅଧିକ ଦେଖ।  ଆଇ ଲଭ ୟୁ…' ସୋନାକ୍ଷୀ ଜାହିରଙ୍କ ଏହି ପୋଷ୍ଟ ଦେଖି ଇମୋଜି ସହିତ ଜହିରଙ୍କ ପୋଷ୍ଟକୁ ପସନ୍ଦ କରିଥିଲେ ଏବଂ ବହୁତ ହାର୍ଟ ଇମୋଜି ମଧ୍ୟ ଦେଇଥିଲେ ।

wp:embed {"url":"https://www.prameyanews7.com/ukrainian-soldiers-dance-on-rrr-natu-natu-song/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ukrainian-soldiers-dance-on-rrr-natu-natu-song/
/wp:embed

କହିବାକୁ ଗଲେ ଫିଲ୍ମ ସହିତ ବଲିଉଡରେ ଡେବ୍ୟୁ କରିଥିବା ଅଭିନେତା ଜହିର ଇକବାଲ ସଲମାନ ଖାନଙ୍କ ମାଧ୍ୟମରେ ସାକ୍ଷାତ କରିଥିଲେ। ସେ ସଲମାନ ଖାନଙ୍କ ପାର୍ଟୀରେ ପ୍ରଥମ ଥର ପାଇଁ ସୋନାକ୍ଷୀ ସିହ୍ନାଙ୍କୁ ଭେଟିଥିଲେ। ଏହା ପରେ ଉଭୟଙ୍କ ଘନିଷ୍ଠତା ବୃଦ୍ଧି ପାଇଲା ଏବଂ ତା’ପରେ ଉଭୟଙ୍କ ମଧ୍ୟ ଡେଟ୍‌ କରିଥିଲେ। ଏହା ପରେ ଦୁହେଁ ଡବଲ୍ ଏକ୍ସଏଲ୍ ଫିଲ୍ମରେ ଏକାଠି କାମ କରିଥିଲେ ।

You Can Read:

wp:embed {"url":"https://www.prameyanews7.com/bollywood-superstar-condolence-for-train-durghatana-hindi-news/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bollywood-superstar-condolence-for-train-durghatana-hindi-news/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.