ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସୁରକ୍ଷା ବ୍ୟବସ୍ଥା ହ୍ରାସ

Published By : Prameya-News7 Bureau | August 26, 2019 IST

ନୂଆଦିଲ୍ଲୀ୨୬|୮: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସୁରକ୍ଷା ବ୍ୟବସ୍ଥାରେ ହ୍ରାସ।  ମନମୋହନଙ୍କ ସୁରକ୍ଷା ବ୍ୟବସ୍ଥାରୁ ଏସପିଜି ପ୍ରତ୍ୟାହାର କରିନିଆଯାଇଛି। ଏବେ ତାଙ୍କୁ ଜେଡ୍‌ ପ୍ଲସ ସୁରକ୍ଷା ପ୍ରଦାନ କରାଯିବ। ସୁରକ୍ଷା ସଂସ୍ଥାଗୁଡ଼ିକର ତଥ୍ୟକୁ ମୂଲ୍ୟାଙ୍କନ କରି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି।

{"id":149321}

ମନମୋହନଙ୍କ ଜୀବନ ପ୍ରତି କମ୍‌ ବିପଦ ଥିବାରୁ  ଏସପିଜି ସୁରକ୍ଷା କାଢ଼ି ନିଆଯାଇଥିବା ଜଣାପଡ଼ିଛି। ଦେଶରେ ଏସପିଜି ସୁରକ୍ଷା କମ୍‌ ଲୋକଙ୍କୁ ଦିଆଯାଇଛି। ଏସପିଜିରେ ସର୍ବଶ୍ରେଷ୍ଠ ସୁରକ୍ଷାକର୍ମୀ ସାମିଲ ହୋଇଥାନ୍ତି। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏସ୍‌ପି ସୁରକ୍ଷାରେ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.