‘’ମୁଁ ପୁରା ପ୍ରସ୍ତୁତ ଥିଲି’’: T-20 ୱାଲ୍ଡ କପ୍ରେ ନଖେଳି ଖୁସି ନାହାନ୍ତି ଲେଗ୍ ସ୍ପିନର୍ ୟୁଜବେନ୍ଦ୍ର ଚହଲ
10/12/2022 at 12:16 PM

ନୂଆଦିଲ୍ଲୀ ୧୦/୧୨: ଭାରତୀୟ ଷ୍ଟାର କ୍ରିକେଟର ତଥା ଲେଗ୍ ସ୍ପିନର୍ ୟୁଜବେନ୍ଦ୍ର ଗତ ୨ଟି ଟି-୨୦ ୱାର୍ଲଡ କପ୍ରେ ଗୋଟିଏ ବି ମ୍ୟାଚ୍ ଖେଳି ନାହାନ୍ତି। ୨୦୨୧ରେ ୧୧ ଜଣିଆ ଟିମ୍ରେ ତାଙ୍କର ସ୍ଥାନ ନଥିଲା, କିନ୍ତୁ ୨୦୨୨ରେ ସେ ୱାର୍ଲ୍ଡକପ୍ ଖେଳିବା ପାଇଁ ପ୍ଲେଇଙ୍ଗ ୧୧ ଟିମ୍ରେ ଥିଲେ ମଧ୍ୟ ସେ ଖେଳିବାର ମୌକା ତାଙ୍କୁ ମିଳିନଥିଲା। ଏନେଇ ସେ ଖୁସି ନଥିବା ବେଳେ ଏହାକୁ ସେ ସମସ୍ତଙ୍କ ସାମ୍ନାରେ ଜଣାଇଛନ୍ତି।
ୟୁଜବେନ୍ଦ୍ର ଚହଲ ଜାତୀୟ ବୈଦ୍ୟୁତିକ ଗଣମାଧ୍ୟମ ‘ଆଜ୍ତକ’ର ‘ଏଜେଣ୍ଡା ଆଜ୍ତକ୍ ୨୦୨୨’ କାର୍ଯ୍ୟକ୍ରମରେ ଯୋଗଦେଇ ଏ ବିଷୟରେ କହିଛନ୍ତି। ୱାର୍ଲଡ କପ୍ରେ କାହିଁକି ଖେଳିଲେନି? ପ୍ରଶ୍ନରେ ସେ କହିଛନ୍ତି ଏହା ଟିମ୍ କମ୍ୱିନେସନ୍ର ମାମଲା। ମୁଁ ପୁରା ପ୍ରସ୍ତୁତ ଥିଲି। କିନ୍ତୁ ଚୟନ ଭଳି ବାକି ମାମଲାରେ ମୋର ହାତ ନାହିଁ।
ୱାଲ୍ଡ କପ୍ରେ ନଖେଳିବାର କାରଣ ପଚାରିବାରୁ ଚହଲ କହିଛନ୍ତି ଯେ, ‘’ଟିମ୍ କମ୍ୱିନେସନ ରହିଛି, ଏହା ଟିମ୍ ଖେଳ। ରବିଚନ୍ଦ୍ରନ ଅଶ୍ୱିନୀ ଓ ଅକ୍ଷର ଭାଇ ଥିଲେ। ସମସ୍ତେ ଭଲ କରୁଥିଲେ। କୋଚ୍ ଏବଂ ରୋହିତ ଭାଇ କିଅର ଥିଲେ। ସମସ୍ତେ ମୋତେ ଖେଳିବାକୁ ପ୍ରସ୍ତୁତ ରହିବାକୁ କହିଥିଲେ। ମୁଁ ବି ପୁରା ଆଶାବାଦି ଥିଲି, ଯେ ମୋତେ କେବେ ବି ଖେଳିବା ପାଇଁ ମୌକା ମିଳିପାରେ’’।
ସେ ଆହୁରି କହିଛନ୍ତି ‘’ଗତ ଦିନରେ ୨ଟି ଟି-୨୦ ୱାର୍ଲଡ କପ୍ ମ୍ୟାଚ୍ ଖେଳି ପାରିନି ତ କଣ ହେଲା ? ୨୦୧୯ରେ ୱାନ୍ଡେ ୱାଲ୍ଡ କପ୍ ଖେଳିଥିଲି। ଟିମ୍ ଇଣ୍ଡିଆରେ ଖେଳିବା ଗର୍ବର ବିଷୟ। ମୁଁ ଅଧିକ କଥାରେ ଧ୍ୟାନ ଦିଏନି। ଆସନ୍ତା ବର୍ଷ ୱାନ୍ଡେ ୱାଲ୍ଡ କପ୍ ହେବ। ସେଥିପାଇଁ ମୁଁ ପ୍ରସ୍ତୁତ ହେଉଛି’’।
ଦେଖନ୍ତୁ ଆଜ୍ତକ୍ର ଏଜେଣ୍ଡା ୨୦୨୨ କାର୍ଯ୍ୟକ୍ରମରେ ୟୁଜବେନ୍ଦ୍ର ଚହଲଙ୍କ ଭିଡିଓ…
Workload Management और Optional Practice को लेकर क्या बोले युजवेंद्र चहल (@yuzi_chahal)?#AgendaAajtak22 #Cricket | @vikrantgupta73 pic.twitter.com/ep4ji2EdLT
— AajTak (@aajtak) December 9, 2022