ଧୋନିଙ୍କ ଆଗରେ କାହିଁକି ପାଟି ଖୋଲନ୍ତିନି ଏହି ଖେଳାଳି ? କହିଲେ ରହସ୍ୟ

Published By : Prameya-News7 Bureau | July 17, 2023 IST

ମୁମ୍ୱାଇ ୧୭/୦୭: ଭାରତୀୟ ଦଳର ତାରକା ସ୍ପିନର ୟୁଜଭେନ୍ଦ୍ର ଚହଲ । ପଡ଼ିଆରେ ଅନ୍ୟ ଖେଳାଳିଙ୍କ ସହ ଥଟ୍ଟା କରୁଥିବା ଦେଖାଯାଏ । କିନ୍ତୁ, ଜାଣିଛନ୍ତି କି, ସେ ଜଣଙ୍କ ସାମ୍ନାରେ ସବୁବେଳେ ଚୁପ୍ ରୁହନ୍ତି । ଏମିତିକି ତାଙ୍କ ପାଟି ଖୋଲେନି । ଏକଥା ଆମ କହୁନୁ ବରଂ ନିଜେ ଏହାର ଖୁଲ୍ଲାସା କରିଛନ୍ତି ତାରକା ବୋଲର ଚହଲ । ସେ କହିଛନ୍ତି ଭାରତୀର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ସମ୍ମୁଖରେ ମୁଁ ଅଟକି ଯାଏ ।

ଚହଲ ନିଜେ କହିଛନ୍ତି ଯେ ସେ ମାହୀ ଭାଇଙ୍କ ସାମ୍ନାରେ ମୁଁ ବହୁତ ଶାନ୍ତ ରୁହେ । କେବଳ ଗୁରୁତ୍ୱପୂର୍ଣ୍ଣ ଜିନିଷ ବିଷୟରେ କଥାବାର୍ତ୍ତା କରେ । ନିକଟରେ ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ସେ ହେଉଛନ୍ତି ଏକମାତ୍ର ମଣିଷ, ଯାହାକୁ ମୁଁ ଭୟ କରେ । ମୁଁ ତାଙ୍କ ସାମ୍ନାକୁ ଆସିବା ମାତ୍ରେ କଥା ହେବା ବନ୍ଦ କରେ । ମୁଁ କେଉଁ ମନୋଭାବରେ ଥାଉନା କାହିଁକି, ମୁଁ ଅଧିକ କଥାବାର୍ତ୍ତା କରେ ନାହିଁ । ମୁଁ କେବଳ ଚୁପଚାପ୍ ବସିଥାଏ ଏବଂ ଯଦି ମାହୀ ଭାଇ କିଛି ପଚାରନ୍ତି, ମୁଁ ଉତ୍ତର ଦିଏ । ଅନ୍ୟଥା, ମୁଁ ଶାନ୍ତ ରହେ ।

wp:gallery {"linkTo":"none"} /wp:gallery

ଚହଲ ଆହୁରି କହିଛନ୍ତି ଯେ ଚାରି ଓଭରରେ ୬୪ ରନ୍ ଦେବା ପରେ ବି ଧୋନି ତାଙ୍କ ଉପରେ ଦେଖାଇଥିଲେ ଆତ୍ମବିଶ୍ୱାସ । ଏମିତିକି ତାଙ୍କୁ ଅସହଜ ମନେ କରିବାକୁ ଦେଇନଥିଲେ । ସେଞ୍ଚୁରିଆନରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ମ୍ୟାଚ୍ ଖେଳୁଥିଲୁ । ପ୍ରଥମ ଥର ପାଇଁ ମୁଁ ଚାରି ଓଭରରେ ୬୪ ରନ୍ ପାଇଁ ବୋଲିଂ କରିଥିଲି । ହେନ୍‌ରିକ୍‌ କ୍ଲାସେନ୍ ମୋର ପ୍ରତିଟି ବଲ୍‌କୁ ମାରୁଥିଲେ । ତେଣୁ ମାହୀ ଭାଇ ମୋତେ ୱିକେଟ୍ ଗୋଲରେ ବୋଲିଂ କରିବାକୁ କହିଥିଲେ । ମୁଁ କହିଲି ଠିକ ଅଛି, କିନ୍ତୁ ତା’ପରେ କ୍ଲାସେନ୍ ଛକ୍କା ମାରିଥିଲେ ।

wp:gallery {"linkTo":"none"} /wp:gallery

ଚହଲ ଆହୁରି ମଧ୍ୟ କହିଛନ୍ତି, ମୁଁ ଏହା ପରେ ପଳେଇ ଆସୁଥିଲି, କିନ୍ତୁ ମାହୀ ଭାଇ ମୋତେ ଅଟକାଇ କହିଥିଲେ ଯେ, 'ଅଜ ତେରା ଦିନ୍ ନେହିଁ ହୈ, କୋଇ ବାତ୍ ନାହି ହୈ । କିନ୍ତୁ ସେ ମୋତେ କହିଥିଲେ ଯେ ବାକି ପାଞ୍ଚଟି ବଲ ଯେମିତି କୌଣସି ବଡ୍ ରନ୍ ନହେଉ ସେଥିପାଇଁ ଆମକୁ ଚେଷ୍ଟା କରିବାକୁ ପଡିବ । ସେହି ଅଭିଜ୍ଞତାରୁ ମୁଁ ଅନୁଭବ କଲି ଯେ ଦିନ ଖରାପ ହେଉ ପଛେ ଦଳର ସମର୍ଥନ ମୋ ପଛରେ ରହିଛି ।

ଏଠାରେ କହି ରଖୁ ଯେ, ଚହଲ ୨୦୧୬ରେ ଅନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ । ସେ ଏପର୍ଯ୍ୟନ୍ତ ୭୭ ଟି ଦିନିକିଆ ଏବଂ ୭୫ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ODI ରେ ସେ ହାରାହାରି ୨୭.୧୩ ରେ ୧୨୧ ୱିକେଟ୍ ନେଇଛନ୍ତି । ଟି-୨୦ ଇଣ୍ଟରନ୍ୟାସନାଲରେ ସେ ହାରାହାରି ୨୪.୬୮ ୱିକେଟ୍ ନେଇଛନ୍ତି ।

you can also read...

wp:embed {"url":"https://www.prameyanews7.com/rahul-dravid-other-coaching-staff-set-to-rested-for-ireland-series/","type":"wp-embed","providerNameSlug":"prameya-news-7"}
https://www.prameyanews7.com/rahul-dravid-other-coaching-staff-set-to-rested-for-ireland-series/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.