କୋଚ ଦ୍ରାବିଡଙ୍କ ଖାସ୍‌ ପରାମର୍ଶରେ ବଦଳିଥିଲା ମ୍ୟାଚ୍‌ର ପରିଣାମ, ଫର୍ମକୁ ଫେରିଥିଲେ ଏହି ଷ୍ଟାର୍ ବୋଲର..

Published By : Prameya-News7 Bureau | June 15, 2022 IST

ମୁମ୍ବାଇ ୧୫।୦୬ :  ଭାରତ-ସାଉଥ ଆଫ୍ରିକା ମଧ୍ୟରେ ୫ଟିକିଆ ଟି-୨୦ ସିରିଜ୍‌ ଚାଲୁଛି । ପ୍ରଥମ ୨ଟି ମ୍ୟାଚ୍‌ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଥିବା ବେଳେ ୩ୟ ମ୍ୟାଚ୍‌ ଭାରତ ଜିତିଛି । ୩ୟ ମ୍ୟାଚ୍‌ରେ ଭାରତ ଦକ୍ଷିଣ ଆଫ୍ରିକାକୁ ୪୮ ରନ୍‌ରେ ପରାସ୍ତ କରି ସିରିଜ୍‌କୁ ପ୍ରତ୍ୟାବର୍ତ୍ତନ କରିଛି । ତେବେ ଟିମ୍‌ର ଏହି ବିଜୟୀରେ ସବୁଠୁ ବଡ଼ ହିରୋ ସାଜିଥିବା ବୋଲର ବଡ଼ ବୟାନ ଦେଇଛନ୍ତି । ତାଙ୍କ ମତରେ, କୋଚ ଦ୍ରାବିଡଙ୍କ ପରାମର୍ଶ ହିଁ ମ୍ୟାଚ୍‌ର ରୂପରେଖ ବଦଳାଇଦେଇଥିଲା ।

ତୃତୀୟ ମ୍ୟାଚ୍‌ରେ ପୁରା ଫେଲ୍‌ ମାରିଥିଲେ ଦକ୍ଷିଣ ଆଫ୍ରିକା ସବୁ ଷ୍ଟାର ବ୍ୟାଟ୍‌ସମ୍ୟାନ। ଏହା ପଛରେ ଭାରତୀୟ ବୋଲର ୟୁଜବେନ୍ଦ୍ର ଚହଲଙ୍କ ପ୍ରମୁଖ ଭୂମିକା ରହିଥିଲା । ଚହଲ ଦକ୍ଷିଣ ଆଫ୍ରିକାର ମିଡିଲ୍‌ ଅର୍ଡରର ତିନି ପ୍ରମୁଖ ବ୍ୟାଟସମ୍ୟାନ୍‌ଙ୍କୁ ଆଉଟ କରି ଟିମ୍‌କୁ ବିଜୟୀ କରିଥିଲେ । ୟୁଜବେନ୍ଦ୍ର ଚହଲଙ୍କ ଏହି ଦମ୍‌ଦାର ପ୍ରଦର୍ଶନ ପଛରେ ହେଡ କୋଚ ରାହୁଲ ଦ୍ରାବିଡ଼ଙ୍କ ଖାସ୍‌ ପରାମର୍ଶ ରହିଛି ବୋଲି ସେ କହିଛନ୍ତି ।

ୟୁଜବେନ୍ଦ୍ର ଚହଲ ୩ୟ ମ୍ୟାଚ୍‌ରେ ୪ ଓଭର ବୋଲି କରିଥିଲେ । ଯେଉଁଥିରେ ସେ ପ୍ରତି ଓଭର ପିଛା ୫ ଇକୋନୋମି ହାରରେ ୨୦ ରନ୍‌ ଦେଇ ୩ ଓ୍ୱିକେଟ୍‌ ହାସଲ କରିଥିଲେ । ଯାହାକି ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଲାଇନ୍‌ ଅଫର ମେରୁଦଣ୍ଡ ଭାଙ୍ଗିଦେଇଥିଲା । ମ୍ୟାଚ୍‌ ପରେ କୋଚ୍‌ ( ରାହୁଲ ଦ୍ରାବିଡ)ଙ୍କ ଖାସ୍‌ ପରାମର୍ଶ ହିଁ ତାଙ୍କୁ ସହାୟତା କରିଥିଲା ବୋଲି କହିଥିଲେ । ନିଜ ଷ୍ଟ୍ରେନ୍ଥରେ ବୋଲି କର, ରାଜକୋଟ ଏକ ବଡ଼ ପଡିଆ ଅଟେ ବୋଲି କୋଚ କହିଥିଲେ । କୋଚ୍‌ଙ୍କ ପରାମର୍ଶ ମାନି ବୋଲି କରିଥିଲେ ଆଉ ସେଥିରେ ସଫଳ ମଧ୍ୟ ହୋଇଛି । ପୂର୍ବ ମ୍ୟାଚ୍‌ ତୁଳନାରେ ଏହି ମ୍ୟାଚ୍‌ରେ ସ୍ଲୋ ବୋଲିଂ କରିଥିଲେ ଚହଲ । ଯାହାକି ଅଧିକ ଓ୍ୱିକେଟ୍‌ ନେବାର ସହାୟକ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.