୬ ଛକା ମାରି ଯୁବରାଜ ମୋତେ...ଅବସର ଘୋଷଣା ପରେ ମନ କଥା କହିଲେ ଷ୍ଟୁଆର୍ଟ ବ୍ରଡ

Published By : Prameya-News7 Bureau | July 30, 2023 IST

ନୂଆଦିଲ୍ଲୀ: ଇଂଲଣ୍ଡର ତାରକା ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ କ୍ରିକେଟ୍‌ରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ପଞ୍ଚମ ଟେଷ୍ଟ ତାଙ୍କ କ୍ୟାରିୟରର ଶେଷ ମ୍ୟାଚ୍ ବୋଲି ବ୍ରଡ କହିଛନ୍ତି। ଆସେସ୍ ସିରିଜ୍‌ର ପଞ୍ଚମ ତଥା ଶେଷ ଟେଷ୍ଟ ଲଣ୍ଡନର କେନିଙ୍ଗଟନ ଓଭାଲରେ ଖେଳା ଯାଉଛି। ବ୍ରଡ ଟେଷ୍ଟ କ୍ରିକେଟ୍‌ର ଦ୍ଵିତୀୟ ସଫଳ ଦ୍ରୁତ ବୋଲର। ସେ ଟେଷ୍ଟ କ୍ରିକେଟ୍‌ରେ ୬୦୦ରୁ ଅଧିକ ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। କିନ୍ତୁ ଏମିତି ସମୟ ଆସିଥିଲା, ଯେବେ ବ୍ରଡଙ୍କ କ୍ୟାରିୟର ଉପରେ ସଙ୍କଟର ବାଦଲ ଦେଖା ଦେଇଥିଲା। ଆଉ ଏହାର କାରଣ ଥିଲେ ଯୁବରାଜ ସିଂ। ଯୁବରାଜ ୨୦୦୭ ଟି-୨୦ ବିଶ୍ଵକପ୍‌ରେ ବ୍ରଡଙ୍କୁ ଗୋଟିଏ ଓଭରରେ ୬ ଛକା ମାରିଥିଲେ। ଆଉ ଏହି ସମୟରେ ବ୍ରଡ ନିଜର କ୍ୟାରିୟର ଆରମ୍ଭ କରୁଥିଲେ ଏବଂ ଅବସାଦ ଦେଇ ଗତି କରିଥିଲେ। କିନ୍ତୁ ବ୍ରଡ ଏମିତି କଠିନ ସମୟରୁ ବାହାରିବାରେ ସଫଳ ହେବା ସହ ନିଜକୁ ପ୍ରମାଣିତ କରିଛନ୍ତି। ବ୍ରଡ ଅବସର ଘୋଷଣା ପରେ ନିଜର ଅନୁଭବକୁ ନେଇ ରାୟ ରଖିଛନ୍ତି।

wp:heading {"level":4}

Also read- ପାଖରେ ଅଧିକ ପଇସା ହେଲେ ମନରେ ଗର୍ବ ହୁଏ: ଭାରତୀୟ କ୍ରିକେଟ୍‌ରଙ୍କୁ କପିଲ ଦେବଙ୍କ ସମାଲୋଚନା

/wp:heading

୩୭ ବର୍ଷୀୟ ବ୍ରଡ ୨୦୦୭ ଟି-୨୦ ବିଶ୍ଵକପ୍‌ର ବିଷୟରେ ଉଲ୍ଲେଖ କରି କହିଛନ୍ତି, ଯୁବରାଜଙ୍କ ୬ ଛକା ତାଙ୍କୁ ଦୃଢ କରିବାରେ ଆହୁରି ସହାୟକ ହୋଇଛି। ଯୁବରାଜଙ୍କ ୬ ଛକା ତାଙ୍କ ପାଇଁ ବହୁତ ମୁସ୍କିଲ ଦିନ ଥିଲା। ସେହି ସମୟରେ ମୋର ବୟସ ୨୧-୨୨ ବର୍ଷ ଥିଲା। ଏଥିରୁ ମୁଁ ବହୁତ କିଛି ଶିକ୍ଷା ଲାଭ କଲି। ସେହି ସମୟର ଅନୁଭବ ପରେ ନିଜର ପୁରା ମାନସିକ ରୁଟିନ ପ୍ରସ୍ତୁତ କରିଥିଲେ। ଯାହା ଫଳରେ ମୁସ୍କିଲ ସ୍ଥିତିରୁ ନିଜକୁ କେମିତି ବାହାର କରାଯାଏ ଶିକ୍ଷା ଲାଭ କଲି।

How Yuvraj Singh's six sixes sparked Stuart Broad's evolution into a world  class bowler | Cricket News - Times of India
times of India

ବ୍ରଡ କହିଛନ୍ତି,  କୌଣସି ବୋଲର ମଧ୍ୟ ଏମିତି ସ୍ଥିତି ଦେଖିବାକୁ ଚାହିଁବେ ନାହିଁ। ମୁଁ ଆଜି ଯେଉଁ ସ୍ତରର ପହଞ୍ଚିଛି ସେହି ଦିନର ଅନୁଭବ ବହୁତ କାମରେ ଆସିଛି। କ୍ରିକେଟ୍‌ରେ ଆପଣ ନିଶ୍ଚିତ ଭାବେ ଉତଥାନ ଏବଂ ପତନ ଦେଇ ଗତି କରିବେ। ଯେବେ ଆପଣ ବେନ ଷ୍ଟୋକ୍ସଙ୍କ ପରି ଖେଳାଳିଙ୍କ କ୍ୟାରିୟର ଦେଖିବେ ଯିଏ ନିଜ କ୍ୟାରିୟରରେ ଏମିତି ସ୍ଥିତି ଦେଖିଥିଲେ। ମୋ ମତରେ ଯଦି ଆପଣ ପ୍ରତ୍ୟାବର୍ତ୍ତନ କରିବାର ସାମର୍ଥ୍ୟ ରଖିଛନ୍ତି, ତେବେ ଆପଣ ଖରାପ ଦିନକୁ ପଛରେ ପକାଇବାର ସାମର୍ଥ୍ୟ ରଖିଛନ୍ତି। କ୍ରିକେଟରେ ଗତ ୧୫-୧୬ ବର୍ଷରେ ଭଲ ଦିନ ତୁଳନାରେ ବହୁତ ଅଧିକ ଖରାପ ଦିନ ଦେଖିଛି ବୋଲି ବ୍ରଡ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.