ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଝାରସୁଗୁଡା : ଝାରସୁଗୁଡାରେ ୬ଟିକିଆ ହାତୀ ପଲ, ଜଗିଛନ୍ତି ବନ ବିଭାଗର ସ୍ବତନ୍ତ୍ର ସ୍କ୍ବାଡ୍
  • ||
  • ପାଟଣା : ହଷ୍ଟେଲରେ ପଶି ୫ମ ଶ୍ରେଣୀ ଛାତ୍ରୀଙ୍କୁ ଟଣାଓଟରା କଲେ ଯୁବକ, ଫାଟକରେ ତାଲା ପକାଇଲେ ଅଭିଭାବକ
  • ||
  • ଜଳେଶ୍ବର : ମହିଳାଙ୍କୁ କମେଣ୍ଟ ମାରି ଯୁବକ ହଟହଟା : ଚପଲରେ ମାଡ ଖାଇଲେ, କାନ ଧରି ଉଠବସ୍ ହେଲେ
  • ||
  • ସୁବର୍ଣ୍ଣପୁର : ବନ୍ଧାହେଲା ଦୁଇ ଲୁଟେରା, ଡିକି ଭାଙ୍ଗି ଲୁଟି ନେଇଥିଲେ ୨ ଲକ୍ଷ ଟଙ୍କା
  • ||
  • ବଲାଙ୍ଗୀର : କୋଚିଂ ସେଣ୍ଟରରେ ଚାଲିଥିଲା ନକଲି ସାର୍ଟିଫିକେଟ୍ ତିଆରି, ୮ ଅଭିଯୁକ୍ତ ଅଟକ
  • ||
  • ଭୁବନେଶ୍ବର : କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ, ଏନ୍‌ଏଚ୍‌ ୫୫ କାମ ତୁରନ୍ତ ସାରିବାକୁ ଅନୁରୋଧ
  • ||
  • ଦେବଗଡ : ବନ୍ଦ ଘରେ ପଡିଛି ରକ୍ତ ଜୁଡୁବୁଡୁ ମୃତଦେହ, ହନୁମାନ ଟଙ୍କା କାରବାରରେ ଗତବର୍ଷ ଧରାପଡିଥିଲେ ମୃତକ
  • ||
  • ବାରଙ୍ଗ : ପେଟରୁ ଅଣ୍ଡା କାଢିବା ବେଳେ ଆଖିବୁଜିଲା ଧଳା ମୟୁର
  • ||
  • ଟିଟିଲାଗଡ : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା’ ଆତ୍ମହତ୍ୟା ?
  • ||
  • ବାଲିଗୁଡା: ନୀଳ ଜହରର ହବ୍ ପାଲଟିଛି ବାଲିଗୁଡା, ଦୁଇ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ
  • ||

ସୁସ୍ଥ ହେଉଥିବା ଋଷଭଙ୍କୁ ଭେଟିବାକୁ ଆସିଲେ ଯୁବରାଜ, ଫଟୋ ସେୟାର କରି କହିଲେ-ଚାମ୍ପିଅନ୍ ପୁଣି ଦୌଡିବ

17/03/2023 at 12:56 PM

ମୁମ୍ୱାଇ ୧୭/୦୩: ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଭାରତର ଷ୍ଟାର କ୍ରିକେଟର ଋଷଭ ପନ୍ଥ । ମୈଦାନରେ ଦୌଡିବାକୁ ଦିନରାତି କରୁଛନ୍ତି କସରତ । ଡିସେମ୍ବର ୨୦୨୨ରେ କାର୍ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ ପନ୍ଥ । ତେବେ ନିଜର ସ୍ପିଡ୍ ରିକଭରି ନେଇ ଲଗାତାର ସୋସିଆଲ ମିଡିଆରେ ସେୟାର କରିଚାଲିଛନ୍ତି କ୍ରିକେଟର ।

ମାର୍ଚ୍ଚ ୧୬ ତାରିଖ ସନ୍ଧ୍ୟାରେ ପୂର୍ବତନ ଭାରତୀୟ ଖେଳାଳି ଯୁବରାଜ ସିଂ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ ସେୟାର କରିଥିଲେ । ଯେଉଁଥିରେ ସେ ଋଷଭ ପନ୍ତଙ୍କ ସହ ନଜର ଆସିଛନ୍ତି । ଯୁବରାଜ ଲେଖିଛନ୍ତି ଯେ ଏହି ଚାମ୍ପିଅନ୍ ପୁଣିଥରେ ମୈଦାନରେ ଦୌଡିବାକୁ ତୟାର ହେଉଛନ୍ତି । ସେ ଆହୁରି ଲେଖିଛନ୍ତି ଆଜି ତା ତାଙ୍କୁ ଭେଟିବା ପରେ ବହୁତ ଭଲ ଲାଗିଲା । ସେ ଜଣେ ପଜିଟିଭ ତଥା ମଜାଳିଆ ବ୍ୟକ୍ତି । ପନ୍ଥ ଏବେ ସମ୍ପୂର୍ଣ୍ଣ ଫିଟ୍ ।

ବୁଧବାର ପନ୍ଥ ସୋସିଆଲ ମିଡିଆରେ ନିଜର ଏକ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ସେ ବାଡି ସାହାଯ୍ୟରେ ସ୍ୱିମିଂ ପୁଲ୍‌ରେ ଚାଲୁଥିବାର ନଜର ଆସିଥିଲେ । ଏଥି ସହିତ, ପନ୍ତଙ୍କୁ ଭେଟିବା ପରେ ଯୁବରାଜ ସିଂ ଏହି ଚିତ୍ରକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ତାସହ ଲେଖିଥିଲେ ଏକ ଚମତ୍କାର କ୍ୟାପସନ ।

ଗତ ବର୍ଷ ବାଂଲାଦେଶ ବିପକ୍ଷ ସିରିଜ ପରେ ପନ୍ଥ ଭାରତ ଫେରିଥିଲେ । ଯେଉଁଥିରେ ଏକ କାର ଦୁର୍ଘଟଣାରେ ସମ୍ମୁଖୀନ ହୋଇ ଗୁରୁତର ଆହତ ହୋଇଥିଲେ । ପନ୍ତଙ୍କ ଆଣ୍ଠୁ ଅସ୍ତ୍ରୋପଚାର ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା । ସେହି ଦିନଠାରୁ, ସେ ନିଜ ହେଲଥ୍ ବିଷୟରେ କ୍ରମାଗତ ଭାବେ ଅପଡେଟ୍ ସବୁ ସେୟାର କରିଚାଲିଛନ୍ତି ।

   Related Posts