ନୂଆଦିଲ୍ଲୀ ୦୯/୦୭: ଭାରତୀୟ ଯୁବ ବ୍ୟାଟର ଅଭିଷେକ ଶର୍ମା । ଜିମ୍ୱାଓ୍ୱେ ବିପକ୍ଷରେ ଦ୍ୱିତୀୟ ଟି-୨୦ରେ ଖେଳିଛନ୍ତି ବିସ୍ଫୋରକ ଇନିଂସ । ଖେଳିଥିଲେ ଶତକୀୟ ପାଳି । ଅଭିଷେକ ୪୭ ବଲ୍ରେ କରିଥିଲେ ୧୦୦ ରନ୍ । ଯେଉଁଥିରେ ୭ ଚଉକା ଏବଂ ୮ ଛକ୍କା ସାମିଲ ଥିଲେ । ଏହା ଥିଲା ଅଭିଷେକଙ୍କ ପ୍ରଥମ ଇଣ୍ଟରନାସନାଲ୍ ଶତକ ଥିଲା । ତେବେ ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂହ ତାଙ୍କ ଶିଷ୍ୟ ଅଭିଷେକଙ୍କୁ ଜଣାଇଛନ୍ତି ଶୁଭେଚ୍ଛା ।
ତାଙ୍କ X ହ୍ୟାଣ୍ଡେଲରେ ସେ ଖାସ୍ ପୋଷ୍ଟ କରିଛନ୍ତି । ଯୁବରାଜ ଗୋଟିଏ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଅଭିଷେକ ଶର୍ମାଙ୍କ କ୍ରିକେଟ ଜର୍ଣ୍ଣିଂ ଦେଖାଇଛନ୍ତି । କହିବାକୁ ଗଲେ ଗୋଟିଏ ପ୍ରଚଳିତ କଥା ଅଛି, 'ରୋମ ଗୋଟିଏ ଦିନରେ ତିଆରି ହୁଏନି' । ଏହାର ଅର୍ଥ ବଡ ବଡ ଆଚିଭମେଣ୍ଟ ରାତା ରାତି ମିଳିଯାଏନି । ଏଥିପାଇଁ ନିରନ୍ତର ପ୍ରୟାସ କରିବାକୁ ପଡେ । ଅନେକ ପରିଶ୍ରମ କରିବାକୁ ପଡେ । ଯୋଜନା ଓ ଧୈର୍ଯ୍ୟର ପରିଣାମ ବଳରେ ମିଳିଥାଏ ସଫଳତା ।
Rome wasn't built in a day!
— Yuvraj Singh (@YUVSTRONG12) July 8, 2024
Congratulations @IamAbhiSharma4 on the journey to your first International 100! Many more to come 👊💯 #AbhishekSharma #INDvsZIM pic.twitter.com/7qfZJTiqOd
ଶତକୀୟ ଇଂନିସ ଖେଳିବା ପରେ ଅଭିଷେକଙ୍କୁ ଭିଡିଓ କଲ୍ କରିଥିଲେ ୟୁବରାଜ । ୟୁବି ଏହି ଯୁବ ବ୍ୟାଟରଙ୍କ ପ୍ରଦର୍ଶନରେ ବହୁତ ଖୁସି ଅଛନ୍ତି । ୟୁବି କହିଥିଲେ ମୋତେ ତୁମ ଉପରେ ବହୁତ ଗର୍ବ ଅନୁଭବ ହେଉଛି । ଯାହାର ତୁମେ ହକ୍ଦାର । ଏହା ତ ଏବେ ଆରମ୍ଭ ହୋଇଛି । ଆଗକୁ ଏମିତି କେତେ ବଡ ବଡ ଇନିଂସ ଦେଖିବାକୁ ମିଳିବ ।
ତେବେ ଅଭିଷେକ କହିଥିଲେ ମୁଁ ଶନିବାର ତାଙ୍କ ସହ କଥା ହୋଇଥିଲି । ଯେବେ ମୁଁ ଶୂନ୍ରେ ଆଉଟ୍ ହୋଇଥିଲି, ସେବେ ବି ସେ ଖୁସି ହୋଇଥିଲେ । ସେ କହିଥିଲେ ବହୁତ ଭଲ ଆରମ୍ଭ ହୋଇଛି । ମୋ ପରିବାର ଭଳି ସେ ବି ଖୁସି ହୋଇଥିଲେ. ଚିଅର କପ୍ କରିଥିଲେ । ଅଭିଷେକ କହିଥିଲେ ମୁଁ ଆଜି ଯାହା ବି କିଛି ସେ ସବୁରେ ୟୁବି ଭାଇଙ୍କ ଭୂମିକା ରହିଛି । ମୁଁ ଏଠାରେ ପହଞ୍ଚିବା ପଛରେ ତାଙ୍କର ହାତ ରହିଛି । ମୋର ସ୍କିଲ ଡେଭେଲପଣ୍ଟ ବି ବଢାିବା ପଛରେ ବି ୟୁବି ଭାଇଙ୍କ ଅବଦାନ ଅଛି ।