ପୁଣି ବାପା ହେଲେ ଯୁବରାଜ, ସୋସିଆଲ ମିଡିଆରେ ସ୍ତ୍ରୀ ଏବଂ ପିଲାଙ୍କ ଫଟୋ କଲେ ସେୟାର

Published By : Prameya-News7 Bureau | August 25, 2023 IST

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର ଯୁବରାଜ ସିଂ ଦ୍ୱିତୀୟ ସନ୍ତାନର ଜନକ ହୋଇଛନ୍ତି । ସେ ନିଜ ପତ୍ନୀ ଏବଂ ପିଲାଙ୍କ ସହ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । କ୍ରିକେଟର ଯୁବରାଜ ସିଂ ଏବଂ ଅଭିନେତ୍ରୀ ହେଜଲ କିଚ କନ୍ୟା ସନ୍ତନକୁ ଜନ୍ମ ଦେଇଛନ୍ତି । ସୋସିଆଲ ମିଡିଆରେ ଦୁହେଁ ନିଜ ଫ୍ୟାନ୍ସଙ୍କୁ ଏହି ଖୁସିଖବର ଦେଇଛନ୍ତି । ଯୁବରାଜ ସିଂ ଏବଂ ଅଭିନେତ୍ରୀ ହେଜଲ କିଚ ୨୦୧୬ ନଭେମ୍ୱର ୩୦ରେ ବିବାହ କରିଥିଲେ ।

ପଢନ୍ତୁ: ‘ବିରାଟ କୋହଲିଙ୍କ ବିନା ମୋ କମ୍‌ବ୍ୟାକ୍‌ ଅସମ୍ଭବ ଥିଲା’- ଯୁବରାଜ ସିଂହ

ଏହା ପୂର୍ବରୁ ୨୦୨୨ ଜାନୁଆରୀ ୨୫ରେ ଯୁବରାଜ ସିଂ ଏବଂ ହେଜଲ ସୋସିଆଲ ମିଡିଆରେ ନିଜ ପ୍ରଥମ ସନ୍ତାନ ବାବଦରେ ସୂଚନା ଦେଇଥିଲେ । ଯୁବରାଜ ସିଂ ଶୁକ୍ରବାର ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ଲେଖିଛନ୍ତି, 'ନ ଶୋଇଥିବା ବିଗତ ରାତି ଏବେ ଖୁସିର ସ୍ମୃତି ହୋଇଛି । ଆମେ ଆମର ରାଜକୁମାରୀ ଓରାକୁ ସ୍ୱାଗତ କରୁଛୁ, ଯାହା ପାଇଁ ଆମ ପରିବାର ସମ୍ପୂର୍ଣ୍ଣ ହେଲା' ।

ଯୁବରାଜ ସିଂଙ୍କ ଏହି ପୋଷ୍ଟକୁ କିଛି ଘଣ୍ଟାରେ ତିନି ଲକ୍ଷରୁ ଅଧିକ ଲୋକେ ସେୟାର କରିଛନ୍ତି । ହରଭଜନ ସିଂ, ମୁନାଫ ପଟେଲଙ୍କ ପରି କ୍ରିକେଟର ଯୁବରାଜଙ୍କ ପୋଷ୍ଟରେ କମେଣ୍ଟ ଦେଇ ଶୁଭେଚ୍ଛା ଜଣାଇଛନ୍ତି । ଯୁବରାଜ ସିଂ ୨୦୧୯ ଜୁନ ୧୦ରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ । ଯୁବରାଜ ଭାରତ ପାଇଁ ୪୦ ଟେଷ୍ଟ, ୩୦୪ ଦିନିକିଆ ଏବଂ ୫୮ ଟି-୨୦ ମ୍ୟାଚ୍ ଖେଳିଛନ୍ତି ।

Also read: ଟିମ୍ ଇଣ୍ଡିଆର କ୍ୟାପ୍ଟେନ୍ ହେବେ ପନ୍ତ ! କାହିଁକି ଏମିତି କହିଲେ ଯୁବରାଜ ସିଂ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.