ଅବସର ପରେ ପୁଣି ପଡ଼ିଆକୁ ଫେରିବେ ଯୁବରାଜ ! ବିସିସିଆଇକୁ ଲେଖିଲେ ଚିଠି

Published By : Prameya-News7 Bureau | September 09, 2020 IST

ନୂଆଦିଲ୍ଲୀ ୦୯/୦୯: ପୁଣି କ୍ରିକେଟ୍‌ ଗ୍ରାଉଣ୍ଡକୁ ଫେରିବେ ଯୁବରାଜ। ରୋମାଞ୍ଚକର ଛକା, ଚୌକା ବର୍ଷା କରି ଜିଣିବେ ଦର୍ଶକଙ୍କ ମନ। ପୁଣି ପଡ଼ିଆରେ ବୁଲିବ ୨୦୧୧ ଓ୍ବାର୍ଲ୍ଡ କପ୍ ହିରୋ ଯୁବରାଜ ସିଂହଙ୍କ ବ୍ୟାଟ୍‌ । ୨୦୧୯ ଜୁନ ମାସରେ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇଥିବା ଯୁବରାଜ ପୁଣିଥରେ ପଡ଼ିଆକୁ ଓହ୍ଳାଇବାକୁ ଚାହୁଁଛନ୍ତି। ଏନେଇ ସେ ବିସିସିଆଇକୁ ଚିଠି ଲେଖିଥିବା ମଧ୍ୟ ଜଣାପଡ଼ିଛି।

ଫେରିବେ ଯୁବରାଜ ସିଂହ। କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିବା ପରେ କ୍ରିକେଟ ପ୍ରେମୀଙ୍କ ମନକୁ ଆଘାତ ଲାଗିଥିଲା। କିନ୍ତୁ ଯୁବରାଜ ଫେରିବା ନେଇ ପ୍ରସ୍ତୁତ ହେଉଥିବା ଜାଣି ଫ୍ୟାନ୍ସ ଖୁସ୍‌ । ପଞ୍ଜାବ ଆଇପିଏଲ ଖେଳାଳିଙ୍କ ସହ ଏବେ କାମ କରୁଛନ୍ତି ଯୁବରାଜ। ଶୁଭମ ଗିଲ, ଅଭିଷେକ ଶର୍ମା, ପ୍ରଭସିମରନ ସିଂହ ଓ ଅନମୁଲପ୍ରୀତ ସିଂହଙ୍କ ସହ ଅଭ୍ୟାସରେ ସାମିଲ ହେଉଥିବା ଯୁବରାଜ ନେଟ୍‌ରେ ବ୍ୟାଟିଂ କରିବାର ସୁଯୋଗ ପାଇଥିଲେ। ଏହି ସମୟରେ ସେ ଭଲ ପ୍ରଦର୍ଶନ କରିଥିବା ଜଣାପଡ଼ିଛି। ବଲ୍‌କୁ ହିଟ୍‌ କରିବାର ତରିକାକୁ ଦେଖି ଉପସ୍ଥିତ ଖେଳାଳି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ତେବେ ଏହି ଖେଳ ଦେଖିବା ପରେ ପଞ୍ଜାବ କ୍ରିକେଟ ଆସୋସିଏସନ୍(ପିସିଏ) ସଚିବ ପୁନିତ ବଲି ଯୁବରାଜଙ୍କୁ ଅବସର ପ୍ରତ୍ୟାହାର କରିବା ସହ ପଞ୍ଜାବ ପାଇଁ ଖେଳିବା ବିଷୟରେ ଚିନ୍ତା କରିବାକୁ ପରାମର୍ଶ ଦେଇଥିଲେ। ତେବେ ପ୍ରଥମେ ଏନେଇ ଭାବିପାରିନଥିବା ବେଳେ ଏବେ କିନ୍ତୁ ଏହି ପରାମର୍ଶକୁ ସ୍ବୀକାର କରିଥିବା କହିଛନ୍ତି ଯୁବରାଜ।

 ସେ ବିସିସିଆଇର ଅନୁମତି କ୍ରମେ କେବଳ ଘରୋଇ କ୍ରିକେଟ ଲିଗ୍‌ ଖେଳିବେ ବୋଲି କହିବା ସହ ବଲିଙ୍କ ପରାମର୍ଶକୁ ପ୍ରତ୍ୟାଖାନ କରିପାରିଲେ ନାହିଁ ବୋଲି କ୍ରିକ୍‌ବଜ୍‌କୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯୁବରାଜ ସିଂହ। ତେବେ କେବଳ ପଞ୍ଜାବ କ୍ରିକେଟକୁ ଅଧିକ ଦୃଢ଼ କରିବାକୁ ଚାହୁଁଛନ୍ତି ଏବଂ ପରପୀଢ଼ିଙ୍କୁ ମାର୍ଗଦର୍ଶନ ଦେବା ପାଇଁ ଫେରିବାକୁ ଇଚ୍ଛା ବୋଲି ସେ କହିଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.