ଗିରଫ ପାଇଁ ଦାବି ବେଳେ ଯୁବିନଙ୍କ ଟୁଇଟ୍‌; କହିଲେ ''ମୋତେ ମୋ ଦେଶ ପାଇଁ.....''

Published By : Prameya-News7 Bureau | September 11, 2022 IST

ମୁମ୍ୱାଇ ୧୧/୦୯: ବଲିଉଡ ସିଙ୍ଗର ଯୁବିନ ନୌଟିଆଲ୍‌ ଏବେ ବିବାଦ ଘେରରେ ରହିଛନ୍ତି। ତାଙ୍କୁ ଏବେ ଗିରଫ କରିବା ପାଇଁ ଦାବି ହେଉଛି। ଟ୍ୱିଟରରେ ହାସଟ୍ୟାଗ୍‌ ଆରେଷ୍ଟ ଯୁବିନ୍‌ ନୌଟିଆଲ୍‌ ଏବେ ଟ୍ରେଣ୍ଡ କରୁଛି। ଜଣେ ୟୁଜର ତାଙ୍କର ଆଗାମି ସଂଗୀତ କାର୍ଯ୍ୟକ୍ରମର ପୋଷ୍ଟର ସେୟାର କରିଥିଲେ। ଏହାକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି। ୟୁଜର୍ସମାନେ ଏବେ ଯୁବିନ୍‌ଙ୍କୁ ଟ୍ୟାଗ୍‌ କରି ତାଙ୍କୁ ବହୁତ ନିନ୍ଦା କରୁଛନ୍ତି। ଏହା ପରେ ତାଙ୍କର ୟୁଏସଏ ଟୋର କ୍ୟାନ୍ସଲ ହୋଇଛି ବୋଲି ଅପପ୍ରଚାର କରାଯାଉଥିଲା। ଏହି ସବୁ ଭିତରେ ଏବେ ଯୁବିନ୍‌ଙ୍କର ପ୍ରତିକ୍ରିୟା ମଧ୍ୟ ଆସିଛି। ସେ କହିଛନ୍ତି ଅପପ୍ରଚାର ଉପରେ ଧ୍ୟାନ ଦିଅନ୍ତୁ ନାହିଁ। ତାଙ୍କୁ ତାଙ୍କ ଦେଶ ପାଇଁ ଭଲପାଇବା ରହିଛି।   

କିଛିଦିନ ତଳେ ସୋସିଆଲ ମିଡିଆରେ ଯୁବିନଙ୍କର ଏକ ଫଟୋ ସେୟାର କରାଯାଇଥିଲା। ସେଥିରେ ଦାବି କରାଯାଇଥିଲା ଯେ, ଯୁବିନ୍‌ଙ୍କର ଏକ ଲାଇଭ୍‌ କଲସର୍ଟ କାର୍ଯ୍ୟକ୍ରମ ଆମେରିକାରେ ହେବ। ଜୟ ସିଂହ ନାମକ ଭାରତର ମୋଷ୍ଟ ୱାଣ୍ଟେଡ୍‌ ଅପରାଧି ଏହି ଲାଇଭ୍‌ କନସର୍ଟର ଆୟୋଜକ। ଜୟ ସିଂହ ଖଲିସ୍ଥାନକୁ ସମର୍ଥନ କରନ୍ତି ବୋଲି ୟୁଜରମାନେ ଅଭିଯୋଗ କରିଥିଲେ। ଏହି ବିବାଦ ପରେ ଯୁବିନ ଟ୍ୱିଟ୍‌ କରି କହିଛନ୍ତି  ‘’ହେଲୋ ସାଙ୍ଗମାନେ ଓ ଟ୍ୱିଟର ପରିବାର, ଆସନ୍ତା ମାସ ଟ୍ରାଭେଲିଙ୍ଗ ଓ ସୁଟିଙ୍ଗରେ ବ୍ୟସ୍ତ ରହିବି। କୌଣସି ପ୍ରକାର ଅପପ୍ରଚାରରେ ବିଶ୍ୱାସ କରନ୍ତୁ ନାହିଁ। ମୋତେ ମୋର ଦେଶପାଇଁ ଭଲପାଇବା ରହିଛି। ଆପଣ ସମସ୍ତଙ୍କୁ ଭଲପାଏ’’।  

ଏହି ବିବାଦ ପରେ କୁହାଯାଇଛି ଯେ, ଯୁବିନଙ୍କ ୟୁଏସ କାନାଡ଼ା ଟୋର୍‌ କ୍ୟାନସଲ କରାଯାଇଛି।   ଏହା ପରେ ଯୁବିନଙ୍କ ମ୍ୟାନେଜର ଇନଷ୍ଟାରେ ପୋଷ୍ଟ ସେୟାର୍‌ କରି କହିଛନ୍ତି ତାଙ୍କର ୟୁଏସ ଟୋର ବହୁଦିନ ପୂର୍ବରୁ କ୍ୟାନସଲ କରାଯାଇଥିଲା। ଯୁବିନଙ୍କ ମ୍ୟାନେଜର ଇନଷ୍ଟାଗ୍ରାମରେ ଲେଖିଛନ୍ତି ‘’ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯୁବିନଙ୍କ ଲାଇଭ କନସର୍ଟ ସୋ ବହୁ ଦିନରୁ କ୍ୟାନସଲ କରାଯାଇଥିଲା। ଦୟାକରି ଅପପ୍ରଚାର ଉପରେ ଧ୍ୟାନ ଦିଅନ୍ତୁ ନାହିଁ  ଜୟ ହିନ୍ଦ’’।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.