ନୂଆଦିଲ୍ଲୀ ୨୫/୦୫: ଟିଭି ଅଭିନେତ୍ରୀ ୟୁଭିକା ଚୌଧୁରୀ ଏକ ଭିଡିଓରେ କହିଥିବା ଶବ୍ଦ ହେତୁ ଅସୁବିଧାରେ ପଡ଼ିଛନ୍ତି। ୟୁଭିକା ତାଙ୍କ ଭିଡିଓରେ ଜାତିଭିତ୍ତିକ ଶବ୍ଦ ବ୍ୟବହାର କରିଛନ୍ତି, ଯେଉଁ କାରଣରୁ ଲୋକମାନେ ତାଙ୍କୁ ଗିରଫ କରିବାକୁ ଦାବି କରୁଛନ୍ତି। ଏଥିସହିତ ଏହି ଘଟଣା ବଢୁଥିବା ଦେଖି ୟୁଭିକା କ୍ଷମା ମାଗିଛନ୍ତି। ସେ କହିଛନ୍ତି, ସେ ଏହି ଶବ୍ଦର ଅର୍ଥ ଜାଣି ନାହାଁନ୍ତି।
wp:html/wp:htmlHi guys I didn’t kw the meaning about that word wt I used in my last vlog I didn’t mean to hurt anyone and I can never do that to hurt someone I apologise to each n every one I hope you understand love you all
— Yuvika Choudhary (@yuvikachoudhary) May 25, 2021
ୟୁଭିକା ଟ୍ୱିଟରରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, 'ମୁଁ ସେହି ଶବ୍ଦର ଅର୍ଥ ଜାଣି ନଥିଲି, ଯାହା ମୁଁ ମୋର ପୂର୍ବ ବ୍ଲଗରେ ବ୍ୟବହାର କରିଥିଲି। ମୁଁ କାହାକୁ ଆଘାତ କରିବାକୁ ଚାହୁଁ ନଥିଲି ଏବଂ ମୁଁ ତାହା କେବେ କରିପାରିବି ନାହିଁ ମୁଁ ଆଘାତ ଦେଇଥିବା ସମସ୍ତ ଲୋକଙ୍କୁ କ୍ଷମା ମାଗୁଛି। ମୁଁ ଆଶା କରୁଛି ଆପଣମାନେ ସମସ୍ତେ ବୁଝି ପାରୁଥିବେ । ମୁଁ ଆପଣ ସମସ୍ତଙ୍କୁ ବହୁତ ଭଲ ପାଏ। '
{"width":698,"height":457}ୟୁଭିକା ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ମଧ୍ୟ କ୍ଷମା ମାଗିଛନ୍ତି। ଯେଉଁଥିରେ ତାଙ୍କ ସ୍ୱାମୀ ଏବଂ ଅଭିନେତ୍ରୀ ପ୍ରିନ୍ସ ନରୁଲା କମେଣ୍ଟ ଦେଇଛନ୍ତି। ସେ ଲେଖିଛନ୍ତି, 'ଯାହା ହୋଇଛି ଭୁଲରେ ହୋଇଛି । ବ୍ୟସ୍ତ ହୁଅ ନାହିଁ, ମୁଁ ତୁମ ସହିତ ଅଛି ଏବଂ ତୁମେ ମଧ୍ୟ କ୍ଷମା ମାଗିଛ। '