ବିବାହର ୫ ବର୍ଷ ପରେ ଛାଡପତ୍ର ନେବେ ସାଉଥ ଅଭିନେତା ୟୁବା ରାଜକୁମାର, ପତ୍ନୀଙ୍କ ବିରୋଧରେ ଆଣିଲେ ସଙ୍ଗୀନ ଅଭିଯୋଗ

Published By : Prameya-News7 Bureau | June 11, 2024 IST

ମୁମ୍ଵାଇ ୧୧।୦୬: ବର୍ତ୍ତମାନ ମନୋରଞ୍ଜନ ଶିଳ୍ପରୁ ଏକ ଲୋକପ୍ରିୟ ଦମ୍ପତିଙ୍କ ଅଲଗା ହେବାର ଖବର ସାମ୍ନାକୁ ଆସୁଛି। ସାଉଥର ଜଣେ ଲୋକପ୍ରିୟ ଅଭିନେତା ବିବାହର ୫ ବର୍ଷ ପରେ ଏବେ ତାଙ୍କ ପତ୍ନୀଙ୍କୁ ଛାଡପତ୍ର ଦେବାକୁ ଯାଉଛନ୍ତି। ଅଭିନେତା ରାଘବେନ୍ଦ୍ର ରାଜକୁମାରଙ୍କ ପୁଅ ୟୁବା ରାଜକୁମାରଙ୍କ ବିଷୟରେ ଏବେ ବିଭିନ୍ନ ପ୍ରକାରର ଖବର ଶୁଣିବାକୁ ମିଳୁଛି। କୁହାଯାଉଛି ଯେ ଅଭିନେତା ଏବଂ ତାଙ୍କ ପତ୍ନୀ ଶ୍ରୀଦେବୀ ବାୟରପ୍ପାଙ୍କ ଦାମ୍ପତ୍ୟ ଜୀବନ ବର୍ତ୍ତମାନ ଏପରି ସ୍ଥିତିରେ ପହଞ୍ଚିଛି ଯେଉଁଠାରେ ସେମାନଙ୍କ ସମ୍ପର୍କ ସମ୍ଫୂର୍ଣ୍ଣ ଖରାପ ହୋଇଯାଇଛି ।

ଏବେ ୟୁବା ରାଜକୁମାର ଏବଂ ଶ୍ରୀଦେବୀ ବାୟରପ୍ପାଙ୍କ ବିବାହକୁ ବଞ୍ଚାଇବାକୁ କୌଣସି ଉପାୟ ଜଣାପଡୁ ନାହିଁ । ଗତ ବର୍ଷ ଠାରୁ ଏହି ଦମ୍ପତିଙ୍କ ମଧ୍ୟରେ ତିକ୍ତତା ଦେଖାଦେଇଥିଲା ଏବଂ ସେମାନଙ୍କ ମତଭେଦ ଏତେ ବଢିଯାଇଛି ଯେ ବର୍ତ୍ତମାନ ଦୁହେଁ ଛାଡପତ୍ର ଭଳି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । କୁହାଯାଉଛି ଯେ ଏହି ଦମ୍ପତିଙ୍କ ପରିବାର ସଦସ୍ୟ ମଧ୍ୟ ସେମାନଙ୍କର ସମ୍ପର୍କକୁ ବଞ୍ଚାଇବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରିଛନ୍ତି। ତଥାପି କିଛି ଠିକ୍‌ ହୋଇନଥିଲା । ଶେଷରେ ଏହି ନିଷ୍ପତ୍ତି ନିଆଯାଇଥିଲା।



ପତ୍ନୀଙ୍କ ବିରୋଧରେ ଅଭିଯୋଗ

ମିଡିଆ ରିପୋର୍ଟ ଅନୁଯାୟୀ, ଅଭିନେତା ଛାଡପତ୍ର ପାଇଁ ମଧ୍ୟ ଆବେଦନ କରିଛନ୍ତି। ମେ ୨୬, ୨୦୨୯ରେ, ୟୁବା ରାଜକୁମାର ଶ୍ରୀଦେବୀ ବାୟରପ୍ପାଙ୍କୁ ବିବାହ କରିଥିଲେ। କିନ୍ତୁ ଏହି ବିବାହ ଅଧିକ ଦିନ ତିଷ୍ଠି ପାରିଲା ନାହିଁ । ଦୁହେଁ ଦୀର୍ଘ ଦିନ ଧରି ନିଜ ସମ୍ପର୍କରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବର୍ତ୍ତମାନ ସେମାନଙ୍କର ସମ୍ପର୍କ ଏକ ଖରାପ ପର୍ଯ୍ୟାୟରେ ଶେଷ ହେଉଛି । ଯେଉଁଠାରେ ଅଭିନେତା ତାଙ୍କ ପତ୍ନୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଛାଡପତ୍ର ମାମଲା ଦାଖଲ କରୁଥିବାବେଳେ ୟୁବା ରାଜକୁମାର କହିଛନ୍ତି କି ତାଙ୍କୁ ନିର୍ଯାତନା ଦେଉଥିଲେ। ବର୍ତ୍ତମାନ ଏହି ଅଭିଯୋଗ ସତ କି ମିଛ ତାହା କେବଳ କୋର୍ଟ ସ୍ଥିର କରିବେ।

ବର୍ଷ ପୂର୍ବରୁ ହୋଇଯାଇଥିଲେ ଅଲଗା

କହିଵାକୁ ଗଲେ ଉଭୟ ପରିବାରର ଚାପରେ ବିବାହ କରିଥିଲେ ।ଏହି ସମ୍ପର୍କ ଆରମ୍ଭରୁ ଭଲ ନଥିଲା କିନ୍ତୁ ଯେତେବେଳେ ଶ୍ରୀଦେବୀ ଆମେରିକା ଯାଇଥିଲେ, ସେତେବେଳେ ସେମାନଙ୍କର ସମ୍ପର୍କ ଆହୁରି ଖରାପ ହୋଇଗଲା। ଦୁହେଁ ଗତ ବର୍ଷ ଠାରୁ ଅଲଗା ରହୁଛନ୍ତି। ବର୍ତ୍ତମାନ ଏହି ଦୁଇଜଣଙ୍କ ଛାଡପତ୍ର ମାମଲାର ଶୁଣାଣି ୪ ଜୁଲାଇରେ କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.