ଡିସେମ୍ବର ୧୮ରେ ଯୁବ ବିଜେଡି କାର୍ଯ୍ୟ କାରିଣୀ ବୈଠକ, ତୃଣମୂଳ ସ୍ତରରେ ଦଳକୁ ସୁଦୃଢ କରିବାକୁ ପ୍ରସ୍ତୁତ ହେବ ବ୍ଲୁ ପ୍ରିଣ୍ଟ୍

Published By : Prameya-News7 Bureau | December 13, 2020 IST

ଭୁବନେଶ୍ବର ୧୩/୧୨ : ଡିସେମ୍ଭର ୧୮ରେ ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକ ବିଜେଡି ମୁଖ୍ୟାଳୟରେ ଅନୁଷ୍ଠିତ ହେବାକୁ ଯାଉଛି । ବୈଠକରେ ବିଜେଡିର ବିଭିନ୍ନ ସଂଗଠନର କର୍ମୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ବିଜେଡି କାର୍ଯ୍ୟକାରୀ ସଭାପତି, ମହାସଚିବ, ଉପ-ସଭାପତି, ସାଧାରଣ ସମ୍ପାଦକ ଏବଂ ସମ୍ପାଦକ ପ୍ରମୁଖ ଯୋଗ ଦେବେ ।

{"id":376792,"sizeSlug":"large","linkDestination":"none"}

ଏହି ବୈଠକରେ ୩୫ ସାଙ୍ଗଠନିକ ଜିଲ୍ଲାର ଜିଲ୍ଲା ସଭାପତି ଏବଂ ସମସ୍ତ ଜୋନର ସଭାପତି ମାନେ ମଧ୍ୟ ଯୋଗ ଦେବେ । ୨୦୧୯ ସାଧାରଣ ନିର୍ବାଚନ ପରେ ଏହା ହେଉଛି ବିଜେଡିର ପ୍ରଥମ କାର୍ଯ୍ୟକାରିଣୀ ବୈଠକ । ଏହି ବୈଠକରେ ଯୁବ ବିଜେଡିର ବିଭିନ୍ନ ପ୍ରସ୍ତାବ ଆଗତ ହେବା ସହିତ ତୃଣମୂଳ ସ୍ତରରେ ସଙ୍ଗଠନକୁ ସୁଦୃଢ କରାଯିବାକୁ ଯୋଜନା ପ୍ରସ୍ତୁତ କରାଯିବ । ଏ ନେଇ ଏକ ପ୍ରେସ୍ ରିଲିଜ ମାଧ୍ୟମରେ ସୂଚନା ଦେଇଛନ୍ତି ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ପ୍ରଣବ କୁମାର ବଳବନ୍ତରାୟ ଏବଂ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଡ. ବ୍ୟୋମକେଶ ରାୟ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.