ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ୟୁଟ୍ୟୁବର ଇସାକ୍ ମୁଣ୍ଡାଙ୍କ ମହନୀୟତା, ୟୁଟ୍ୟୁବରୁ ରୋଜଗାର କରିଥିବା ଟଙ୍କାରେ ମରାମତି କଲେ ଗାଁ ରାସ୍ତା

21/08/2021 at 4:11 PM

ସମ୍ବଲପୁର ୨୧।୮: ୟୁଟ୍ୟୁବ ପଇସାରୁ ମରାମତି କଲେ ଗାଁ ରାସ୍ତା । ପ୍ରଧାନମନ୍ତ୍ରୀଙ୍କ ମନ୍ କୀ ବାତ୍ ରେ ପ୍ରଶଂସିତ ହୋଇଥିବା ସମ୍ବଲପୁରର ଯୁବ ୟୁଟ୍ୟୁବର ଇସାକ୍ ମୁଣ୍ଡା ନିଜ ଗାଁ ରାସ୍ତା ମରାମତି କରିଛନ୍ତି । ଏହାସହ ନିଜ ଗାଁ ବାବୁପାଲି ରାସ୍ତା ଅତ୍ୟନ୍ତ ଖରାବ ଥିବାରୁ ଏହାର ମରାମତି ପାଇଁ ସେ ପ୍ରଶାସନକୁ ଅନୁରୋଧ ମଧ୍ୟ କରିଛନ୍ତି । ସେ ପ୍ରଥମ ପର୍ଯ୍ୟାୟରେ ୬ଜଣ ଶ୍ରମିକ ଓ ନିଜେ ରାସ୍ତା ମରାମତି କରିଛନ୍ତି । ଟ୍ରାକ୍ଟର ଯୋଗେ ୩ ଟ୍ରିପ୍ ପଥର ଗୁଣ୍ଡ ସହିତ ଅନ୍ୟାନ୍ୟ ସାମଗ୍ରୀ ଆଣି ମରାମତି କରିଛନ୍ତି ।

ସୂଚନାଯୋଗ୍ୟ ଯେ, ନିଜ ଗାଁ ବାବୁପାଲିକୁ ଆସିଥିବା ରାସ୍ତା ଅବସ୍ଥା ଶୋଚନୀୟ ଥିବାରୁ ସେ ଏଭଳି ପଦକ୍ଷେପ ନେଇଛନ୍ତି । ଆଦିବାସୀ ପରମ୍ପରା ଓ ବନ୍ୟଜନ୍ତୁକୁ ତଥା ଦୈନନ୍ଦିନ ଚଳଣିକୁ ୟୁଟ୍ୟୁବରେ ଅପଲୋଡ୍ କରି କିଛି ଦିନ ଭିତରେ ଫେମସ ହେବା ସହ ଲକ୍ଷାଧିକ ଟଙ୍କା ରୋଜଗାର କରିଥିଲେ । ଏପରିକି ଇସାକକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଥିଲେ ।

   Related Posts