ତୃତୀୟଥର ପାଇଁ ବିବାହ କଲେ ୟୁଟ୍ୟୁବର ଅରମାନ୍ ମଲ୍ଲିକ୍, ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି ଦୁଇ ପତ୍ନୀଙ୍କ ରିଆକ୍ସନ
7/02/2023 at 1:14 PM

ନୂଆଦିଲ୍ଲୀ 07/02: ୟୁଟ୍ୟୁବର୍ ଅରମାନ୍ ମଲ୍ଲିକ୍ ସବୁବେଳେ କିଛି ନା କିଛି କାରଣରୁ ରହିଥାନ୍ତି ଚର୍ଚ୍ଚାରେ। ଖାସକରି ତାଙ୍କର ଦୁଇଟି ପତ୍ନୀ ପାୟଲ୍ ମଲିକ୍ ଏବଂ କ୍ରିତିକା ମଲିକଙ୍କ ପାଇଁ। ନିକଟରେ ତାଙ୍କର ଦୁଇ ପତ୍ନୀଙ୍କ ପ୍ରେଗନେଣ୍ଟ ହେବା ଖବର ସୋସିଆଲ୍ ମିଡିଆରେ ସେଆର୍ କରି ଟ୍ରୋଲରଙ୍କ ଶିକାର ହୋଇଥିଲେ ଅରମାନ୍। ଏବେ ତାଙ୍କର ଆଉ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଅରମାନ ତାଙ୍କର ଦୁଇ ପତ୍ନୀ ପାୟଲ ମଲିକ ଓ କୃତିକା ମଲିକ ଥାଉ ଥାଉ ଅରମାନ୍ କରି ନେଇଛନ୍ତି ତୃତୀୟ ବିବାହ।

ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି ଜଣେ ତୃତୀୟ ମହିଳାଙ୍କୁ। ଆଉ ସେ ବେକରେ ଫୁଲମାଳ ପକାଇ ଅରମାନଙ୍କ ସହ ଆସିଛନ୍ତି ଘରକୁ। ଏହାପରେ ଅରମାନ୍ ସେହି ତୃତୀୟ ମହିଳାଙ୍କୁ ତାଙ୍କର ଦୁଇ ପତ୍ନୀଙ୍କ ସହ ପରିଚିତ କରାଇଛନ୍ତି। ଆଉ କହିଛନ୍ତି, ସେ ଲକ୍ଷ୍ମୀ, ତାଙ୍କର ତୃତୀୟ ପତ୍ନୀ। ଏହା ଶୁଣି ସେମାନଙ୍କ ଦୁଇ ପତ୍ନୀ ରାଗିଯାଇ ଯୁକ୍ତିତର୍କ ଆରମ୍ଭ କରିଦିଅନ୍ତି। ଏମିତି କି ତାଙ୍କ ପତ୍ନୀ ପାୟଲ୍ ରାଗରେ ଚପଲ ଉଠାଇବାକୁ ବି ପଛାନ୍ତି ନାହିଁ। ଏହି ଭିଡିଓ ଅରମାନ୍ ନିଜ ୟୁ୍ଟ୍ୟୁବ ଚ୍ୟାନେଲକର୍ ସେଆର୍ କରିଛନ୍ତି। ଏବେ ଏହି ଭିଡିଓ ଖୁବ୍ ଜୋରେ ଭାଇରାଲ୍ ହେବାରେ ଲାଗିଛି।

ହାଇ ଭୋଲଟେଜ୍ ଡ୍ରାମା ପୂର୍ବରୁ ନିଜ ଭିଡିଓରେ ଅରମାନ ସ୍ୱଚନା ଦେଇଥିଲେ ଯେ, ସେ ନିଜ ପତ୍ନୀମାନଙ୍କ ସହ ପ୍ରାଙ୍କ୍ କରୁଛନ୍ତି। ଯାହା ସେ ଦର୍ଶକଙ୍କ ଡିମାଣ୍ଡରେ ବନେଇଛନ୍ତି। ସେ ଭିଡିଓରେ ଜଣାଇଥିଲେ ଯେ, କେଉଁଠି କେଉଁଠି କ୍ୟାମେରା ଲାଗୁଛି। ଏହା ସହ ସେ ପତ୍ନୀମାନଙ୍କର ରିଆକ୍ସନ ଦେଖିବାକୁ ଅଛନ୍ତି ଖୁବ୍ ଏକସାଇଟେଡ୍। କିନ୍ତୁ ଏହି ପ୍ରାଙ୍କକୁ ସତ ଭାବି ନେଇଥିଲେ ଅରମାନଙ୍କ ଦୁଇ ପତ୍ନୀ। ଖାଲି ଏତିକି ନୁହେଁ, ପାୟଲ ଏବଂ କ୍ରିତିକା ସେମାନଙ୍କୁ ଘରୁ ବାହାର କରିଦେବାକୁ ଦେଇଛନ୍ତି ଧମକ। ଏହି କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ , ମାତ୍ର ଦୁଇ ଦିନ ମଧ୍ୟରେ 2.2 ମିଲିୟନରୁ ଅଧିକ ଲୋକେ ଏହାକୁ ଦେଖି ସାରିଲେଣି। ଅନେକ କମେଣ୍ଟ ବି କରିଛନ୍ତି।
ଜଣେ ୟୁଜର ଲେଖିଛନ୍ତି, “ଏହି ପ୍ରକାର ପରିବେଶରେ ଜନ୍ମ ହେବାକୁ ଥିବା ଛୁଆଙ୍କ ପାଇଁ ମୁଁ ଦୁଃଖିତ। ଆଉ ଜଣେ ଲେଖିଛନ୍ତି ଯେ, “ପରବର୍ତ୍ତୀ ଭିଡିଓରେ ସେ କହିବେ ଯେ ପ୍ରକୃତ ପ୍ରାଙ୍କ ଥିଲା ଯେ ପ୍ରାଙ୍କଟି ନକଲି ନୁହେଁ।